ଓଡିଶା

ନିର୍ଦ୍ଦେଶ ପରେ ଖାଲି ହେଉଛି ବଲେ ବଲେ ଢ଼ାବା

ଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପରେ ପ୍ରଣବ ବଳବନ୍ତରାୟଙ୍କ ପାଳି। ଯାଜପୁର ଜିଲ୍ଲା ନେଉଳପୁର ଠାରେ ଥିବା ଧର୍ମଶାଳା ଭବନ ପରିସରରେ ଥିବା ବେଆଇନ ବଲେ ବଲେ ଢ଼ାବାକୁ ବନ୍ଦ କରିବା ପାଇଁ ଧର୍ମଶାଳା ବ୍ଳକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ପରେ ଆଜି କର୍ମଚାରୀ ଲଜ୍ ଖାଲି କରୁଥିବାର ଦେଖିବାକୁ ମିଳୁଛି । ଧର୍ମଶାଳା ବ୍ଲକ ବିଡ଼ିଓଙ୍କ ନିର୍ଦ୍ଦେଶକ୍ରମେ ବ୍ଳକ କର୍ମଚାରୀମାନେ ସେଠାରେ ପହଂଚି ତିନିଦିନ ମଧ୍ୟରେ ଢ଼ାବା ବନ୍ଦ କରିବାକୁ ଲଟକା ଲଗାଇଛନ୍ତି। ଢ଼ାବାଟି ବେଆଇନ ଭାବେ ଚାଲୁ ଥିବା ନେଇ ବ୍ଲକ ପ୍ରଶାସନ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା। ମାତ୍ର ଏବେ ଢ଼ାବାଟି ବନ୍ଦ ରହିଥିବାରୁ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ପାଇଁ କେବଳ ଲଟକା ଜାରି କରାଯାଇଛି। କିଏ କେଉଁ ଉଦ୍ଦେ ଶ୍ୟରେ ଏହି ଢ଼ାବାଟି ଚଳାଉ ଥିଲେ ସେନେଇ ବ୍ଲକ ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଅନ୍ୟପଟେ ଅଭିଯୋଗ ଅନୁସାରେ ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ହୋଇଥିଲା । ବିବାହ, ବ୍ରତ ପାଇଁ କୋଟି କୋଟି ଟଙ୍କା ଆଦାୟ କରାଯାଉଥିଲା । ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ । ଏବେ ଢାବା ସିଲ ନିର୍ଦ୍ଦେଶ ପରେ ଲଜକୁ ନେଇ ଗୁମର ଫିଟିବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button