ମନୋରଞ୍ଜନ

ହସ୍ପିଟାଲରେ ଭର୍ତ୍ତି ହେଲେ ଶତ୍ରୁଘ୍ନ ସିହ୍ନା;ପାଞ୍ଚଦିନ ପୂର୍ବେ ହୋଇଥିଲା ଝିଅ ବାହାଘର

ବଲିଉଡ ଜଗତକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । କେେତେବେଳେ ସେଲିବ୍ରେଟିଙ୍କ ବିବାହ ଖବର ତ ଆଉ କେତେବେଳେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା । ତେବେ ନିକଟରେ ବଲିଉଡର ଦବଙ୍ଗଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ସେ ଗତ ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ତାଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଦବଙ୍ଗ ଗାର୍ଲଙ୍କ ଫ୍ୟାମିଲିକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ଦଶର୍କମାନେ ଚିନ୍ତା ପ୍ରକଟ କରିଛନ୍ତିି ।

ମିଳିଥିବା ସୂଚନା ଅନୁଯାୟୀ ଶତ୍ରୁଘ୍ନ ସିହ୍ନା ଶୁକ୍ରବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର କୋକିଲା ବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଝିଅ ବାହାଘର ବ୍ୟସ୍ତତାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ଚାପ ପଡିଛି। ଏଣୁ ରୁଟିନ ଚେକଅପ ନିମନ୍ତେ ହସ୍ପିଟାଲ ଯିବାକୁ ପଡିଛି। ତେବେ ହସ୍ପିଟାଲ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଆସି ନାହିଁ। ହେଲେ ଶତ୍ରୁଘ୍ନଙ୍କୁ ଦେଖା କରିବା ପାଇଁ ଝିଅ ଓ ଜ୍ୱାଇଁ ହସ୍ପିଟାଲ ଯାଇଛନ୍ତି। ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ତାଙ୍କ ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଶତ୍ରୁଘ୍ନ ଆଡମିଟ ହୋଇଥିବା ଖବର ପ୍ରସାରିତ ହେବା ପରେ ତାଙ୍କ ଫ୍ୟାନସ୍ ଚିନ୍ତାରେ ପଡିଯାଇଛନ୍ତି। ତେବେ ଚିନ୍ତାର କୌଣସି କାରଣ ନାହିଁ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଝିଅ ବାହାଘର ପାଇଁ ଦୌଡା ଧାପଡାରେ ତାଙ୍କ ଶରୀର ଓ ମସ୍ତିଷ୍କ ଉପରେ ବେଶ୍ ଚାପ ପଡିଥିଲା। ଏହି କାରଣରୁ ତାଙ୍କର ରୁଟିନ ଚେକଅପ ହେଉଛି। ତେବେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ହସ୍ପିଟାଲରୁ ଏପର୍ଯନ୍ତ କୌଣସି ସୂଚନା ଆସି ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button