ବିଚାରବିଜ୍ଞାନ

ଶୋଇବା ସମୟରେ ମୁଣ୍ଡ ପାଖରେ ରଖନ୍ତୁ ଏହିସବୁ ଜିନିଷ; ମିଳିବ ଅଶ୍ଚର୍ଯ୍ୟଜନକ ଚମତ୍କାରିତା

ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ଜ୍ୟୋତିଷ ଶାସ୍ତ୍ର, ସ୍ୱପ୍ନ ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଏହିପରି ଅନେକ । କିନ୍ତୁ ଏହିସବୁ ଶାସ୍ତ୍ର ମଧ୍ୟରୁ ବାସ୍ତୁ ଶାସ୍ତ୍ର ହେଉଛି ସମ୍ପୂର୍ଣ୍ଣ ଭିନ୍ନ । ଏହି ଶାସ୍ତ୍ର ମଧ୍ୟମରେ ଘରର ମସ୍ତ ସମସ୍ୟା ଦୂର ହେବା ସହ ଜଣେ ବ୍ୟକ୍ତିର ଜୀବନରେ ଚାଲୁଥିବା ସମସ୍ୟାର ସମାଧନ ମଧ୍ୟ ନିହିତ ଥାଏ । ତେବେ ଏହି ବାସ୍ତୁ ଶାସ୍ତ୍ରରେ ଘରେ କେଉଁ ଜିନିଷ କୋଉଁଠି ରଖିଲେ କି ସମଫଳତା ମିଳିଥାଏ ତାହା ଲେଖା ଯିବା ସହ ଶୋଇବାକୁ ନେଇ ମଧ୍ୟ କିଛି ନିୟମ ରହିଛି । ଏଥିସିହତ ଶୋଇବା ସମୟରେ ମୁଣ୍ଡ ପାଖରେ କଣ ରଖିଲେ ଜୀବନରେ ସଫଳତା ଏବଂ ସମସ୍ୟାରୁ ମୁକ୍ତି ମିଳିବ ତାହା ମଧ୍ୟ ବିସ୍ତାର ରୂପରେ ଉଲ୍ଲେଖ କରାଯାଇଛି । ତେବେ ଆମେ ଆଜି ଆପଣଙ୍କୁ ଜଣାଇବୁ ଶୋଇବା ସମୟରେ ମୁଣ୍ଡ ପାଖରେ କଣ ରଖି ଶୋଇଲେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ବିଷୟରେ ।

ଶୋଇବା ସମୟରେ ମୁଣ୍ଡ ଉପରେ କଣ ରଖିବା ଉଚିତ୍ :

ବାସ୍ତୁ ଶାସ୍ତ୍ରରେ ଶୋଇବାର ଦିଗ ଠାରୁ ଆରମ୍ଭ କରି କିଛି ଏପରି ଉପାୟ ଅଛି ଯାହାକୁ ଆପଣାଇବା ଦ୍ୱାରା ଘରେ ଧନ ମମୃଦ୍ଧିର ବୃଦ୍ଧିପାଇଥାଏ ।ଏଥିସହିତ ବିଭିନ୍ନ ପ୍ରକାର ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ । ତେବେ ଏଥିପାଇଁ ଶୋଇବା ସମୟରେ ନିଜ ମୁଣ୍ଡପାଖରେ କିଛି ଖାସ୍ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ଏ ଚମତ୍କାର ଘଟିଥାଏ । ତେବେ ସେହି ଖାସ ଜିନିଷ ହେଉଛି ।

କ୍ଷୀର ଗ୍ଲାସ : ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ବାରମ୍ବାର ଆର୍ଥିକ ସମସ୍ୟାରେ ପଡିତ ହେଉଛନ୍ତି କିମ୍ବା ଧନ ହାନୀ ହେଉଛି ତେବେ ଏହି ଉପାୟ ତୁରନ୍ତ ଆପଣାଇ ନିଅନ୍ତୁ । ଏପରି ସମସ୍ୟାର ସମ୍ମୁଖୀନ ହେଉଥିଲେ ରାତିରେ ଶୋଇବା ସମୟରେ ମୁଣ୍ଡ ପାଖରେ ଏକ କ୍ଷୀର ଗ୍ଲାସ ରଖି ଶୁଅନ୍ତୁ । ସେହି କ୍ଷୀର ଗ୍ଲାସକୁ ତା ପରଦିନ ସକାଳେ ଏକ ବଗୁଲି ଗଛକୁ ଅର୍ପଣ କରନ୍ତୁ । ତେବେ ଏହି ଉପାୟ ୭ଟି ରବିବାର ଯାଏଁ କରନ୍ତୁ । ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଆସୁଥିବା ଅସୁବିଧା ଦୂର ହେବା ସହ ଧନ ପ୍ରାପ୍ତିର ମଧ୍ୟ ସମ୍ଭାବନା ରହିଥାଏ ।

ଲୁହା ଛୁରୀ ବା କଣ୍ଟା: ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଯଦି କୌଣସି ଖରାପ ସ୍ୱପ୍ନ ଆସୁଛି କିମ୍ବା ବାରମ୍ବାର ନିଦ ଭାଙ୍ଗୁଛି ତାହାଲେ ରତିରେ ଶୋଇବା ସମୟରେ ମୁଣ୍ଡତଳେ ଲୁହାର ଛୁରୀ କିମ୍ବା ଲୁହା କଣ୍ଟା ରଖି ଶୁଅନ୍ତୁ । ଏପରି କରିବା ଦ୍ୱାରା ଖରାପ ସ୍ୱପ୍ନ ଆସିନଥାଏ । ଫଳରେ ବ୍ୟକ୍ତିରୁ ଭଲ ନିଦ ହେବା ସହ ବ୍ୟକ୍ତି ସତେଜ ଅନୁଭବ କରିଥାଏ । ଏତିସହିତ ଶରୀର ସୁସ୍ଥ ରହିଥାଏ ।

ରସୁଣ: ଶାସ୍ତ୍ର ଅନୁସାରେ ଘରେ ଯଦି ନକରତ୍ମକ ଶକ୍ତି ରହିଛି କିମ୍ବା ଆପଣ ନକରାତ୍ମକ ବିଚାର ଦ୍ୱାରା ଚିନ୍ତିତ ଅଛନ୍ତି ତେବେ ରାତିରେ ଶୋଇବା ସମୟରେ ମୁଣ୍ଡତଳେ ରସୁଣ ରଖି ଶୁଅନ୍ତୁ । ଏପରି କରିବା ଦ୍ୱାରା ମନରେ ଥିବା ତକରାତ୍ମକ ଭାବନା ଦୂର ହେବା ସହ ଘରୁ ମଧ୍ୟ ନକରତ୍ମକ ଭାବନା ଦୂର ହୋଇଥାଏ । ଫଳରେ ଅଟକି ରହିଥିବା କାମ ହେବା ସହ ମନରେ ସକରାତ୍ମକ ଭାବନା ମଧ୍ୟ ଜାଗ୍ରତ ହୁଏ ।

ଟଙ୍କା ଏବଂ ଲୁଣ: ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ କୌଣସି ପ୍ରକାର ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣ ପୂର୍ବ ଦିଗକୁ ମୁଣ୍ଡ କରି ଶୁଅନ୍ତୁ । ଏହାପରେ ମୁଣ୍ଡଳେ ଏକ କଏନ୍ ବା ଟଙ୍କା ରଖି ଦିଅନ୍ତୁ । ତା ସହିତ ଶୋଇବା ଘରେ ଏକ କାଚ ବୋତଲରେ ଧଳା ଲୁଣ ରଖନ୍ତୁ । ଏପରି କରିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ରହିବା ସହ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ତେବେ ପ୍ରତ୍ୟେକ ସପ୍ତାହରେ ସେହି ଲୁଣକୁ ପରିବର୍ତ୍ତନ କରିବା ଉଚିତ୍ ।

ଗୁଜୁରାତି: ଶୋଇବା ସମୟରେ ତକିଆ ତଳେ ସବୁଜ ଗୁଜୁରାତି ରଖି ଶୋଇବାକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button