ଧର୍ମ

ମୟୁର ପର ବଦଳାଇ ପାରେ ଆପଣଙ୍କ ଭାଗ୍ୟ , ନିଶ୍ଚୟ କରନ୍ତୁ ଏହି କିଛି ବିଶେଷ ଉପାୟ

୧ . ଆମ ହିନ୍ଦୁ ଶାସ୍ତ୍ରରେ ମୟୁର ପରର ଅନେକ ମହତ୍ତ୍ୱ ରହିଛି । ସାଧରଣତଃ ଏହି ମୟୁର ପର ମାତା ଲକ୍ଷ୍ମୀ , କାର୍ତ୍ତିକ , ଶ୍ରୀକୃଷ୍ଣ ଏପରିକି ହନୁମାନଙ୍କର ମଧ୍ୟ ଖୁବ ପ୍ରିୟ ହୋଇଥାଏ । ଅନେକ ଲୋକ ଏହାକୁ ଘର ସଜାଇବା ପାଇଁ ବ୍ୟବହାର କରିଥିବା ବେଳେ କିଛି ଲୋକ ଏହାକୁ ନିଜ ବହିରେ ରଖିଥାନ୍ତି । କିନ୍ତୁ ଏହା ଆମ ବାସ୍ତୁ ଦୋଷକୁ ମଧ୍ୟ ଠିକ କରିଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଘରର କେଉଁ ଚାରୋଟି ଜାଗାରେ ମୟୁର ପର ରଖିଲେ ବାସ୍ତୁ ଦୋଷ ଠିକ ହୋଇଥାଏ ସେହି ବିଷୟରେ କହିବୁ ।

୨ . ଅନେକ ସମୟରେ ଜୀବନରେ ଗ୍ରହ ମାନଙ୍କର ପ୍ରଭାବ ପଡ଼ିଥାଏ । ଶନିଦେବଙ୍କ ଖରାପ ପ୍ରଭାବ ପଡ଼ିଥାଏ ତେବେ ଏକ ମୟୁର ପର ନେଇ ୨୧ ଥର ଓଁ ଶନିଶ୍ଚରାୟ ନମଃ ଜପ କରି ପାଣିରେ ମୟୁର ପରକୁ ହାଲୁକା ବୁଡ଼ାଇ ଘରର ସାରା ସିଞ୍ଚନ କରନ୍ତୁ ଏବଂ ତାପରେ ସେହି ପରକୁ ଏପରି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି କାହାରବି ନଜର ପଡ଼ିବ ନାହିଁ ।

୩ . ଅନେକ ସମୟରେ ଘରକୁ ଆକସ୍ମିକ ସମସ୍ୟା ଆସିଥାଏ ଏବଂ ରୋଜଗାର କରିଥିବା ଅର୍ଥ ଖର୍ଚ୍ଚ ହୋଇଯାଏ । ଏପରି ସ୍ଥିତିରେ ଘରର ମୁଖ୍ୟଦ୍ୱାର ଭିତର ପଟକୁ ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ ଯେପରି ଗଣେଶଙ୍କ ପିଠି ବାହାର ଦିଗକୁ ରହିବ । କାରଣ ଭଗବାନ ଗଣେଶଙ୍କ ସୁଲଭ ପିଠିରେ ଦାରିଦ୍ର୍ୟତା ରହିଥାଏ । ଏହାପରେ ଭଗବାନ ଗଣେଶଙ୍କ ମୁଣ୍ଡରେ ତିନୋଟି ମୟୁର ପର ଲଗାନ୍ତୁ । ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ ।

୪ . ଯଦି ଆପଣଙ୍କ ଜାତକରେ ରାହୁ ଦୋଷ ରହିଛି ତେବେ ନିକ ପର୍ସରେ କିମ୍ବା ପକେଟରେ ମୟୁର ପର ରଖନ୍ତୁ । ଏହାଦ୍ବାରା ରାହୁ ଦୋଷ ଦୂର ହେବା ସହିତ କାର୍ଯ୍ୟରେ ଆସୁଥିବା ବାଧା ମଧ୍ୟ ଦୂରେଇ ଯିବ ।

୫ . ଯଦି ଆପଣ ଭାବୁଛନ୍ତି ଯେ ଘର ଉପରେ କୌଣସି ଖରାପ ନଜର ପଡ଼ୁଛି ତେବେ ଘରର ମୁଖ୍ୟ ଦ୍ୱାରରେ ଏକ ମୟୁର ପର ଲଗାନ୍ତୁ ଯେପରି ତାହା ସମସ୍ତଙ୍କ ଦୃଷ୍ଟିଗୋଚର ହେବ । ମୁଖ୍ୟଦ୍ୱାର ଦେଇ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ତାହାକୁ ଦେଖିଲେ ସବୁ ନଜର ଦୋଷ ମୟୁର ପର ଶୋଷି ନେବ ।

୬ . ଯଦି ଆପଣଙ୍କ ଘରେ ପିଲାର ପାଠ ପଢ଼ିବାକୁ ମନୋବଳ ନାହିଁ ତେବେ ବହି ଭିତରେ ମୟୁରପର ରଖି ଦିଅନ୍ତୁ । ଦେଖିବେ ଧୀରେ ଧୀରେ ପାଠ ପଢ଼ିବାକୁ ଇଛା ପ୍ରକଟ ହେବ ।

୭ . ଯଦି କୌଣସି ଶତ୍ରୁ ଅଧିକ ସମସ୍ୟା ଉତ୍ପନ୍ନ କରୁଛି ତେବେ କୌଣସି ଏକ ଦିନ କିମ୍ବା ବିଶେଷ କରି ମଙ୍ଗଳବାର କିମ୍ବା ଶନିବାର ଦିନ ହାନୁମାନ ମନ୍ଦିରକୁ ଯାଆନ୍ତୁ ଏବଂ ହନୁମାନ ସିନ୍ଦୁର ନେଇ ଏକ ମୟୁର ପର ଉପରେ ଶତ୍ରୁର ନାମ ଲେଖି ଦିଅନ୍ତୁ । ଏହାପରେ ତାହାକୁ ଆଣି ଘରର ପୂଜାଘରେ ରଖି ଦିଅନ୍ତୁ । ଆଗାମୀ ଦିନ ସକାଳୁ ତାହାକୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ଏବଂ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ଶତ୍ରୁ ଶାନ୍ତ ହୋଇଯିବ ।

୮ . ଯଦି କୌଣସି କାମ ଅନେକ ଦିନ ହେବ ସଫଳ ହୋଇ ପାରୁନାହିଁ , ଭଲ କାମ ବିଗିଡ଼ି ଯାଉଛି , ବୈବାହିକ ଜୀବନରେ ସମସ୍ୟା କିମ୍ବା ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି ତେବେ ଏକ ରାଧାକୃଷ୍ଣ ମନ୍ଦିର ଯାଇ ରାଧାକୃଷ୍ଣଙ୍କ ମଥାରେ ମୟୁର ପର ସଜାଇ ଦିଅନ୍ତୁ । ତାହାକୁ ସେମିତି ୪୦ ଦିନ ରହିବାକୁ ଦିଅନ୍ତୁ ଏବଂ ୪୦ ଦିନ ପରେ ତାହାକୁ ଆଣି ନିଜର ଶୋଇବା କକ୍ଷରେ ରଖି ଦିଅନ୍ତୁ । ଦେଖିବେ ସବୁ ସମସ୍ୟା ଦୂରେଇ ଯିବ ।

୯ . ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ କିମ୍ବା ମତାନ୍ତର ହେଉଛି ତେବେ ଶୋଇବା କକ୍ଷର ପୂର୍ବ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ମୟୁର ପର କିମ୍ବା କାନ୍ଥରେ ମୟୁର ପର ଲଗାନ୍ତୁ । ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଯିବ ।

୧୦ . ଯଦି ଆପଣଙ୍କର ଛୋଟ ପିଲା ଅଛି ଏବଂ ବାରମ୍ବାର ନଜର ଲାଗୁଛି ତେବେ ତକିଆ ତଳେ କିମ୍ବା ତାର ବେଡ଼ ତଳେ ମୟୁର ପର ରଖି ଦିଅନ୍ତୁ । ଦେଖିବେ ଆଉ ନଜର ଲାଗିବ ନାହିଁ ।

୧୧ . ଯଦି ଆପଣ ଘରେ ନାଚୁଥିବା ମୟୂରର ପ୍ୟାଣ୍ଟିଙ୍ଗ ରଖନ୍ତି ତେବେ ଘରେ ସୁଖ ସମୃଦ୍ଧି ଏବଂ ଧନ ସମ୍ପତ୍ତି ବୃଦ୍ଧି ହୁଏ । ଏହାସହିତ ଯଦି ଆପଣ ଘରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ବଇଁଶୀ ଏବଂ ମୟୁର ପର ରଖନ୍ତି ତେବେ ସମ୍ପର୍କରେ ମଧୁରତା ଆସିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button