ଦେଶ ବିଦେଶ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ କବିତାଙ୍କୁ ଇଡିର ଜେରା, ହାଇଦ୍ରାବାଦରେ ଲାଗିଲା ‘ବାଏ ବାଏ ମୋଦୀ’ ପୋଷ୍ଟର

ହାଇଦ୍ରାବାଦ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଝିଅ କେ.କବିତା ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହୋଇଛନ୍ତି । ଇଡି ତାଙ୍କୁ ଜେରା କରୁଥିବା ବେଳେ ହାଇଦ୍ରାବାଦର କାନ୍ଥବାଡ଼ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଭାରତ ରାଷ୍ଟ୍ର ସମିତି (ବିଆରଏସ) ସମର୍ଥକଙ୍କ ଦ୍ୱାରା ଲଗାଯାଇଥିବା ପୋଷ୍ଟରରେ ସେହି ନେତାମାନଙ୍କ ଫଟୋ ରହିଛି ଯେଉଁମାନେ ପୂର୍ବରୁ ଅନ୍ୟ ଦଳରେ ଥିଲେ ଏବଂ ବିଜେପିରେ ଯୋଗଦେବା ପରେ ସେମାନଙ୍କ ବିରୋଧରେ ତଦନ୍ତ ବନ୍ଦ କରାଯାଇଥିଲା। ପୋଷ୍ଟରରେ କବିତାଙ୍କ ଫଟୋ ମଧ୍ୟ ରହିଛି ଯିଏକି ବାରମ୍ଵାର କେନ୍ଦ୍ରୀୟ ସଂସ୍ଥାଙ୍କ ଜେରାର ସାମ୍ନା କରିଥିଲେ ମଧ୍ୟ ସମାନ ସ୍ଥିତିରେ ଅଛନ୍ତି। ଏହି ପୋଷ୍ଟର ତଳେ ‘ବାଏ ବାଏ ମୋଦୀ’ ଲେଖାଯାଇଛି ।

ହାଇଦ୍ରାବାଦ ବ୍ୟବସାୟୀ ରାମଚନ୍ଦ୍ର ପିଲ୍ଲାଇଙ୍କ ସହ ମୁହାଁମୁହିଁ ଜେରା ପାଇଁ ଇଡି କେ.କବିତାଙ୍କୁ ସମନ ଜାରି କରିଥିଲା । ମଦ ଦୁର୍ନୀତିରେ ଇଡି ପ୍ରଥମ ଥର ପାଇଁ କବିତାଙ୍କୁ ପଚରାଉଚରା କରୁଛି। ସିବିଆଇର ଏଫ୍ଆଇଆର୍ ଆଧାରରେ ଇଡି ଗତ ଅଗଷ୍ଟରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଦିଲ୍ଲୀ ମଦ ନୀତି ପ୍ରସ୍ତୁତ କରିବାରେ କେ.କବିତା ‘ସାଉଥ୍ ଲବି’ର ଅଂଶବିଶେଷ ଥିଲେ ବୋଲି ଅଭିଯୋଗ ହୋଇଛି।

ଏହାପୂର୍ବରୁ ସିବିଆଇ ଏହି ମାମଲାରେ ଗତ ବର୍ଷ ଡିସେମ୍ବରରେ କବିତାଙ୍କୁ ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଜେରା କରିଥିଲା । ଏହି ମାମଲାରେ ସିବିଆଇ କବିତାଙ୍କ ପୂର୍ବତନ ଅଡିଟର ବୁଚି ବାବୁଙ୍କୁ ଗିରଫ କରିଥିଲା। ମଦ ନୀତିରେ ସାଉଥ୍ ଗ୍ରୁପ୍ (ଅର୍ଥାତ୍ ଦକ୍ଷିଣ ଭାରତର ମଦ ବ୍ୟବସାୟୀ)ର ଏଣ୍ଟ୍ରି ପଛରେ କେ.କବିତାଙ୍କର ଭୂମିକା ରହିଥିଲା ବୋଲି ଅଭିଯୋଗ ହୋଇଛି । ସାଉଥ୍ ଗ୍ରୁପର ଅନ୍ୟ ସଦସ୍ୟମାନେ ହେଲେ ଅଭିଷେକ ବୋଇନାପାଲ୍ଲୀ, ପି.ଶରତ ରେଡ୍ଡୀ, ବିନୟ ବାବୁ, ମୁଗାଣ୍ଟା ଏସ୍ ରେଡ୍ଡୀଙ୍କ ପୁଅ ରାଘବ ରେଡ୍ଡୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button