ଜୀବନଶୈଳୀ

ସାବଧାନ! ରାତିରେ ଖାଇବା ପାରେ ତୁରନ୍ତ ଶୋଉଛନ୍ତି କି? ଜାଣନ୍ତୁ କ୍ଷତି…

ରାତିରେ ଖାଇବା ପରେ ଲୋକମାନେ ପ୍ରାୟତଃ ଜାଣିଶୁଣି କିମ୍ବା ଅଜାଣତରେ ଏକ ଭୁଲ କରନ୍ତି । ଯେଉଁଥିପାଇଁ ସେମାନଙ୍କ ଶରୀର ଅନେକ ଗମ୍ଭୀର ରୋଗରେ ଶିକାର ହୋଇପାରେ ।

ବାସ୍ତବରେ ରାତିରେ ଖାଇବା ପରେ ଲୋକମାନେ ବୁଲିବା ପରିବର୍ତ୍ତେ ତୁରନ୍ତ ଶୋଇବାକୁ ଯାଆନ୍ତି । ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ଧୀରେ ଧୀରେ ଅନେକ ରୋଗର ଶିକାର ହେବାକୁ ଲାଗେ ।

ଏକ୍ସପର୍ଟ ଏହା ମଧ୍ୟ କହିଛନ୍ତି ଯେ ରାତିରେ ଖାଇବା ପରେ ଅତି କମରେ ଅଧ ଘଣ୍ଟା ବୁଲିବା ଉଚିତ୍ । ବର୍ତ୍ତମାନ ଆସନ୍ତୁ ଜାଣିବା ଖାଇବା ପରେ ତୁରନ୍ତ ଶୋଇବା କାରଣରୁ ଶରୀର କେଉଁ ସମସ୍ୟାର ସମ୍ମୁଖୀନ ହୋଇପାରେ ।

ଖାଇବା ପରେ ତୁରନ୍ତ ଶୋଇବା ଶରୀରରେ ଏହି ସମସ୍ୟା ସୃଷ୍ଟି କରିପାରେ :

ହଜମ ପ୍ରକ୍ରିୟା ଖରାପ ହୋଇଯାଏ 

ଖାଇବା ପରେ ତୁରନ୍ତ ଶୋଇବା ହେତୁ ଆପଣଙ୍କ ହଜମ ପ୍ରକ୍ରିୟା ଖରାପ ହୋଇପାରେ । ଯେଉଁଥିପାଇଁ ଆପଣ ବାନ୍ତି ଏବଂ ପେଟ ଜଳିବା ଅନୁଭବ କରିପାରନ୍ତି ।

ଓଜନ ବଢିବାକୁ ଲାଗିଥାଏ-

ତୁରନ୍ତ ଖାଇବା ଏବଂ ଶୋଇବା କ୍ୟାଲୋରୀ ବଢାଇବାକୁ ଲାଗିଥାଏ । ଆହୁରି ମଧ୍ୟ ଏହି ସମୟରେ ମେଟାବୋଲିଜିମ୍ ଲେବଲ କମ୍‌ ହୋଇଯାଏ । ଯେଉଁ କାରଣରୁ ଓଜନ ବଢିବାକୁ ଲାଗିଥାଏ ।

ଛାତିରେ ଜଳାପୋଡ଼ା ଆରମ୍ଭ ହୁଏ-

ଯଦି ଆପଣ ରାତିରେ ଚାଲିବା ପରିବର୍ତ୍ତେ ସିଧା ଶୋଇବାକୁ ଯାଆନ୍ତି, ତେବେ ଏହି କାରଣରୁ ଆପଣ ଛାତିରେ ଜଳୁଥିବା ଭଳି ଅନୁଭବ କରିପାରନ୍ତି ।

ପେଟ ସମସ୍ୟା- 

ଖାଇବା ପରେ ତୁରନ୍ତ ଶୋଇବା ଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇନଥାଏ । ତେଣୁ ଖାଦ୍ୟ ଖାଇବା ପରେ ଅଧ ଘଣ୍ଟା ଚାଲିବା ଏବଂ ତାପରେ ଶୋଇବା ଉଚିତ୍ ।

ନିଦ ସମସ୍ୟା ହୋଇପାରେ-

ରାତିରେ ଖାଇବା ପରେ ତୁରନ୍ତ ଶୋଇବା ନିଦ ସମସ୍ୟା ସୃଷ୍ଟି କରିପାରେ । ବାସ୍ତବରେ ଯଦି ଆପଣ ରାତିରେ ଶୋଇବା ସମୟରେ ଏସିଡିଟି ହେବା ଭଳି ଅନୁଭବ କରନ୍ତି । ଏହା ଆପଣଙ୍କ ନିଦ ଉପରେ ପ୍ରଭାବ ପକାଇପାରେ ।

ରାତିରେ ଖାଇବାର କେତେ ସମୟ ପରେ ଶୋଇବା ଉଚିତ୍?

ଯଦି ଆପଣ ହାଲୁକା ଖାଦ୍ୟ ଖାଇଛନ୍ତି ତେବେ ପ୍ରଥମେ ବୁଲନ୍ତୁ ଏବଂ ଅଧ ଘଣ୍ଟା ପରେ ଆପଣ ଶୋଇପାରିବେ । ଯଦି ଆପଣ କିଛି ପିଇବା ଭଳି ଖାଦ୍ୟ ଖାଇଛନ୍ତି, ତେବେ ଆପଣ ଅଧା ଘଣ୍ଟା ଚାଲିବା ପରେ ଶୋଇପାରିବେ । ଏକ୍ସପର୍ଟ କହିଛନ୍ତି ଯେ ଯଦି ଆପଣ ଭାରି ଖାଦ୍ୟ ଖାଇଛନ୍ତି, ତେବେ ଅଧ ଘଣ୍ଟା ଚାଲନ୍ତୁ ଏବଂ ୨ ରୁ ୩ ଘଣ୍ଟା ପରେ ଶୋଇବା ଉଚିତ୍ ।

ଯଦି କାର୍ଯ୍ୟ ଯୋଗୁ ଆପଣଙ୍କୁ ଲେଟ୍‌ରେ ଖାଇବାକୁ ପଡିବ, ତେବେ କମ୍ ଫ୍ୟାଟ୍‌ ଖାଦ୍ୟ ଖାଆନ୍ତୁ ଏବଂ ଘରେ ଅତି କମରେ ୧୦ ମିନିଟ୍ ବୁଲାବୁଲି କରନ୍ତୁ । ଏପରି କରିବା ଦ୍ୱାରା ଆପଣ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସମସ୍ୟା ମଧ୍ୟ ହେବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button