କ୍ୟାପ୍ସିକମ୍ ଖାଇବା ପସନ୍ଦ ନୁହେଁ, ତୁରନ୍ତ ଆରମ୍ଭ କରନ୍ତୁ ଭଲ ହେଉଛି ବଡ ବଡ ରୋଗ

ବର୍ତ୍ତମାନର ସମୟରେ ମେଦବହୁଳତା ଓ ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଲୋକ ଅନେକ ପ୍ରକାରର ଉପାୟ ଆପଣାନ୍ତି । ଔଷଧ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା ନିୟମିତ ଭାବରେ ଅନେକ କାର୍ଯ୍ୟ କରନ୍ତି । କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ଏହା ପାଇଁ ସଠିକ୍ ଖାଦ୍ୟାଭ୍ୟାସ ବହୁ ଗୁରୁତ୍ୱପୂର୍ଣ୍ଣ।
ଯେଉଁମାନେ ମେଦବହୁଳତା ଓ ଡାଇବେଟିସର ଶିକାର ହୋଇଛନ୍ତି ସେମାନେ ଗୋଟିଏ ପରିବାକୁ ନିଜ ଡାଇଟରେ ସାମିଲ କରି ପାରିବେ । ଏଭଳି କରିଲେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରିଯିବ । ଆଉ ଏହି ପରିବାର ନାମ ହେଉଛି କ୍ୟାପ୍ସିକମ ।
ଆପଣମାନଙ୍କୁ କ୍ୟାପ୍ସିକମ୍ ଭଲ ଲାଗୁ ଅବା ନ ଲାଗୁ ଏହାକୁ ପ୍ରତିଦିନ ଖାଇବାକୁ ଶରୀର ପାଇଁ ଖୁବ ଭଲ। ମେଦବହୁଳତା ଓ ଡାଇବେଟିସକୁ ନିୟନ୍ତ୍ରଣ କରିବାର କ୍ଷମତା କ୍ୟାପ୍ସିକମରେ ରହିଛି । ନାଲି, ହଳଦିଆ ଓ ସବୁଜ ରଙ୍ଗ କ୍ୟାପ୍ସିକମରେ ଏହି ଗୁଣମାନ ରହିଛି ।
ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ସୂଚନା ଅନୁସାରେ। କ୍ୟାସ୍ପିକମରେ ଦୁଇ ପ୍ରକାର ଏନଜାଇମ ଅଛି ଯାହା ଶରୀର ମେଦକୁ ହ୍ରାସ କରିପାରିବାର କ୍ଷମତା ରଖୁଛି। ସେଗୁଡ଼ିକ ହେଲେ ଆଲ୍ଫା-ଗ୍ଲୁକୋସାଇଡେଜ୍ ଓ ଲିପିଡ୍ ଏଜଜାଇମ। ଏଗୁଡ଼ିକ ମେଦ ହ୍ରାସ କରିବା ସହିତ ଏହାକୁ ନିୟନ୍ତ୍ରଣ କରିଥାଏ। ତେଣୁ ମେଦବହୁଳତାର ଶିକାର ଲୋକେ ସେମାନଙ୍କ ଖାଦ୍ୟରେ ପ୍ରତିଦିନ କ୍ୟାପ୍ସିକମ ରଖିବା ଉଚିତ।
ଦେହରୁ ଚର୍ବି ହ୍ରାସ କରିବାର କ୍ଷମତା କ୍ୟାପ୍ସିକମ୍ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ତେଣୁ ଏହା ଡାଇବେଟିସ୍ ବା ମଧୁମେହ ରୋଗୀଙ୍କ ପାଇଁ ବି ଭାରି ଉପଯୋଗୀ ହେବ ବୋଲି ଇଣ୍ଡିଆନ ଇଷ୍ଟିଚୁ୍ୟଟ ଅଫ୍ କେମିକାଲ ଟେକ୍ନୋଲୋଜୀ ଏବଂ ସିଏସଆଇର ବୈଜ୍ଞାନିକମାନେ କହିଛନ୍ତି।



