ମନୋରଞ୍ଜନ

“ମୁଁ କେବେ ଭାବି ନଥିଲି ଯେ ଅଭିନେତ୍ରୀ Rachana Banarjee ଙ୍କ ସ୍ଵର ହେବି”, ଦେଖନ୍ତୁ ଅଭିନେତ୍ରୀ Rakhi Dash ଙ୍କ ଏହି ସ୍ଵତନ୍ତ୍ର ସାକ୍ଷାତକାର

ଚଳଚ୍ଚିତ୍ର ହେଉ କି ମଞ୍ଚ କଳାକାର ହେଉ ସବୁଠି ନିଜ ଅଭିନୟର ଜାଦୁ ସେ ଦେଖାଇଛନ୍ତି । ସେ ରେଡିଓ ଜକି ଭାବେ କାମ କରିଛନ୍ତି ଓ ଏହାସହ ସେ ଜଣେ ଦକ୍ଷ ଓଡିଶୀ ଏବଂ ଛଉ ନୃତ୍ୟଶିଳ୍ପୀ ମଧ୍ୟ । ତାଙ୍କ ଅଭିନୟ ଆପଣଙ୍କ ମନରେ ନିହାତି ଭାବେ ଏକ ସ୍ଵତନ୍ତ୍ର ଛାପଟିଏ ତିଆରି କରିଥିବ । ତେବେ ଏହାସହ ଜଣେ ଖୁବ ଭଲ ଡ଼ବିଙ୍ଗ ଆର୍ଟିଷ୍ଟ ମଧ୍ୟ । ପରଦା ପଛରେ ରହି ମଧ୍ୟ ତାଙ୍କ ସ୍ଵର ଆପଣଙ୍କ ମନକୁ ନିଶ୍ଚୟ ଛୁଇଁଥିବ । ତେବେ ସେ ହେଉଛନ୍ତି ଓଲିଉଡର ଦିଗଜ ଅଭିନେତ୍ରୀ ରାକ୍ଷୀ ଦାଶ ।

ସେ ଦୂରଦର୍ଶନରେ ପ୍ରସାରିତ ‘ଆହୁତି’ ନାମକ ଏକ ମେଗା ଧାରାବାହିକରୁ ଶିଶୁ କଳାକାର ଭାବେ ଅଭିନୟ ଦୁନିଆରେ ପାଦ ଦେଇଥିଲେ । ତାଙ୍କର ପ୍ରତିଭା ପଛରେ ତାଙ୍କ ବାପାଙ୍କର ବେଶୀ ପ୍ରୋତ୍ସାହନ ଥିଲା ବୋଲି କହିଛନ୍ତି ରାକ୍ଷୀ । ସେ ତାଙ୍କୁ ସବୁଆଡେ କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେବା ପାଇଁ ନେଇ ଯାଉଥିଲେ । ତାଙ୍କ ଚେଷ୍ଟା ଓ ବାପାମା’ଙ୍କ ଆଶୀର୍ବାଦ ଯୋଗୁଁ ସେ ଅନେକ ସୁଯୋଗ ପାଇଛନ୍ତି ଓ ଅନେକ କାର୍ଯ୍ୟ କରିଛନ୍ତି । ରେଡିଓ ଜଳି ଭାବେ କାର୍ଯ୍ୟ କରିବା ତାଙ୍କ ପାଇଁ ଏକ ନିଆରା ଅନୁଭୂତି ବୋଲି ସେ କୁହନ୍ତି ।

ତାଙ୍କର ତିନୋଟି ପୁଅ-ବୋହୂ ଓ ଗୋଟିଏ ଝିଅ ଯିଏକି ବମ୍ବେରେ ରହି ପାଠ ପଢୁଛନ୍ତି । ଆଉ ଘରେ ଦୁଇଟି କୁକୁର ଅଛନ୍ତି ଏବଂ ତାଙ୍କ ଘର ଭାରେ ଥିବା ବୁଲା କୁକୁର ମାନଙ୍କୁ ମଧ୍ୟ ସେ ବହୁତ ଭଲପାନ୍ତି । ଘରକୁ ଦୁଇଜଣ କାମରେ ସାହାଯ୍ୟ କରିବା ପାଇଁ ଆସନ୍ତି ସେମାନଙ୍କୁ ମଧ୍ୟ ନିଜ ପରିବାର ଭଳି ସେ କୁହନ୍ତି । ଏହି ସମସ୍ତଙ୍କୁ ନେଇ ରାକ୍ଷୀଙ୍କ ସଂସାର । ସେ ଅନେକ ସିନେମା ଓ ଫିଲ୍ମରେ କମ କରିଛନ୍ତି ।

ସେ ଘରୋଇ ମନୋଭାବର ହୋଇଥିବାରୁ ତାଙ୍କୁ ଘରେ ଅଧିକ ସମୟ ଦେବା, ପିଲାଙ୍କ ଯତ୍ନ ନେବା ଓ ରୋଷେଇ କରିବା ଅଧିକ ପସନ୍ଦ । ତେଣୁ ସେ ଧାରାବାହିକ ଓ ସିନେମା ଏସବୁ ପ୍ରତି ଅଧିକ ସମୟ ଦେଇପାରନ୍ତି ନାହିଁ । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ପାଇଁ ରାକ୍ଷୀ ଅନେକ ଫିଲ୍ମରେ ଭଏସ ଦେଇଛନ୍ତି । ଏକଥା ନେଇ ସେ କୁହନ୍ତି କି ରଚନା ଓ ବୀଣାପାଣି ମହାପାତ୍ରଙ୍କ ଭଳି ବଡ ବଡ ଅଭିନେତ୍ରୀଙ୍କ ପାଇଁ ସ୍ଵର ଦେବେ ବୋଲି ସେ କେବେ ଭାବି ନଥିଲେ ।

କିନ୍ତୁ ତାଙ୍କ ମନରେ ଅଭିନୟ ପ୍ରତି ରୁଚି, ଭଲପାଇବା ତାଙ୍କ ଡ଼ବିଙ୍ଗରେ ଦେଖା ଯାଇଥିଲା । ସେଥିପାଇଁ ତାଙ୍କୁ ରଚନାଙ୍କ ସ୍ଵର ଭାବେ ପରିଚୟ ମିଳିଥିଲା ଓ ସେ ଏହାକୁ ନେଇ ବହୁତ ଖୁସି ଏବଂ ଗର୍ବିତ ମଧ୍ୟ ।

Related Articles

Leave a Reply

Your email address will not be published. Required fields are marked *

Back to top button