କ୍ରୀଡା

ଭାରତରେ ପହଞ୍ଚି ନାଚିଲେ ହିଟ୍ ମ୍ୟାନ୍ ରୋହିତ ଶର୍ମା ; ଭାଇରାଲ ହେଉଛି ନାଚିବା ସମୟର ଭିଡିଓ

୧୭ ବର୍ଷ ପରେ ଭାରତ ହୋଇଛି ଟି-୨୦ ୱାର୍ଲ୍ଡକପର ବିଶ୍ୱ ବିଜେତା । ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ହାତରେ ଧରିଛି ବିଶ୍ୱ କପ୍ । ଆଉ ଜିତିବାର ଦୀର୍ଘ ୪ ଦିନ ପରେ ଫେରିଛି ସ୍ୱଦେଶ । ଯାହାକୁ ନେଇ ସମସ୍ତେ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଏପରି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଡ୍ୟାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେଉଛି । ତେବେ ହିଟ୍ ମ୍ୟାନ୍ ରୋହିତ ପଞ୍ଜାବୀ ଡୋଲର ତାଳେ ତାଳେ ମନଖୋଲା ଡ୍ୟାନ୍ସ କରିଛନ୍ତି । ଏଥିସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ନାଚୁଥିବାର ଦେଖିବାକୁ ମିଳିଛି ।

 

ଭାରତ ବିଶ୍ୱକପ୍ ଜିତିବା ପରେ ବାର୍ବାଡୋସରେ ଫଶି ରହିଥିଲେ । ସେଠାରେ ହୋଇଥିବା ବାତ୍ୟା କାରଣରୁ ୪ ଦିନ ପରେ ଟିମ୍ ଭାରତ ଫେରିଛି । ସେମାନେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲ।। । ଏହାପରେ ଦଳ ହୋଟେଲ ଆଇଟିସି ମୌର୍ୟ୍ୟକୁ ଯାତ୍ରା କରିଥିଲେ । ବାଟରେ ତାଙ୍କୁ ପ୍ରଶଂସକମାନେ ଅଭିନନ୍ଦନ ଜଣାଇବା ସହ ଜରଦାର ସ୍ୱାଗତ ମଧ୍ୟ କରିଥିଲେ । ସେହିପରି ଡୋଲ ବାଜାରେ କମ୍ପି ଉଠିଥିଲା ଦିଲ୍ଲୀ ଏୟାର ପୋର୍ଟ ଏବଂ ହୋଟେଲ୍ ଆଇଟିସି ମୌର୍ୟ୍ୟ । ତେବେ ଭାରତୀୟ ଦଳ ହୋଟେଲରେ ପହଞ୍ଚିବା ପରେ ସେଠାରେ ହୋଟେଲ ତରଫକୁ ତାଙ୍କୁ ଗ୍ରାଣ୍ଡ ୱେଲକମ୍ କରାଯିବା ସହ ଏକ ବିରାଟ କେକ୍ ମଧ୍ୟ କଟାଯାଇଥିଲା । ଯେଯଉଁଥିରେ ବିସିସିଆଇର ଲୋଗୋ ସହ ଭାରତୀୟ ଜର୍ସି ଏବଂ ଆହୁରି ଅନେକ କିଛି ତିଆରି ହୋଇଥିଲା । ଯାହାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭୂରି ବୁଲୁଛି ।

 

ତେବେ ଭାରତ ୨୦୦୭ ମସିହାରେ ପ୍ରଥମ ଥର ଟି -୨୦ ୱାର୍ଲ୍ଡକପ୍ ଜିତିଥିଲା । ଏହାପରେ ୨୦୨୪ ରେ ଅର୍ଥାତ୍ ଦୀର୍ଘ ୧୭ ବର୍ଷ ଭାରତ ଏହି ଟ୍ରଫି ନିଜ ନାଁରେ କରିଛି । କେବଳ ଯେ ଟ୍ରଫି ଜିତିଛି ତା ନୁହେଁ , ନିଜ ଜର୍ସିରେ ୨ ଷ୍ଟାର ମଧ୍ୟ ଲଗାଇଛି । ଯାହାକି ଭାରତ ପାଇଁ ଏକ ଗୌରବର ବିଷୟ । ରୋହିତ୍ ସେନା ଭାରତ ଫେରିଥିବା ବେଳେ ଆଜି ଅପରାହ୍ନରେ ମୁମ୍ବାଇରେ ଗ୍ରାଣ୍ଡ ସେଲିବ୍ରେସନ ହେବାର କାର୍ଯ୍ୟକ୍ରମ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button