ଶିକ୍ଷା

ପିଜି ନାମ ଲେଖା ପାଇଁ ଆରମ୍ଭ ହେଲା ଏକକ ପ୍ରବେଶିକା ପରୀକ୍ଷା; ଆସନ୍ତା ୧୩ ତାରିଖ ଯାଏ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଚଳିତ ଶିକ୍ଷା ବର୍ଷରେ ପିଜି ନାମ ଲେଖା ପାଇଁ ଆରମ୍ଭ ହୋଇଛି ଏକକ ପ୍ରବେଶିକା ପରୀକ୍ଷା । ଆଜିଠାରୁ ଏହି ପରୀକ୍ଷା ( ସିପିଇଟି-୨୦୨୪ ) ଆରମ୍ଭ ହୋଇଛି । ଏହି ଏକକ ପ୍ରବେଶିକା ପରୀକ୍ଷା ଦିନକୁ ୩ଟି ସିପ୍ଟରେ ଅନୁଷ୍ଠିତ ହୋଇଛି । ଆଜି ଦିନ ୧୦ଟାରୁ ୧୧ ଟା ପର୍ଯ୍ୟନ୍ତ ପ୍ରଥମ ସିପ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ସିପ୍ଟ ୧୨ଟାରୁ ସାଢେ ୧ଟଏ ଏବଂ ତୃତୀୟ ସିପ୍ଟ ଆପରାହ୍ନ ୩ଟାରୁ ୪ ଟା ଯାଏଁ ଅନୁଷ୍ଠିତ ହୋଇଛି । ସେହିପରି ପ୍ରତ୍ୟେକ ସିପ୍ଟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୨ ମିନିଟ୍ ସମୟ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ପିଜି ନାମଲେଖା ପାଇଁ ମୋଟ ୧୧୨ଟି ଶିକ୍ଷାନୁଷ୍ଠାନରେ ୨୮,୯୦୬ଟି ସିଟ୍ ରହିଛି। ଏହି ସିଟ୍ରେ ନାମଲେଖା ପାଇଁ ୨୦୨୪-୨୫ରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେବାକୁ ୬୩,୧୮୪ଜଣ ଆବେଦନ କରିଛନ୍ତି। ଏହି ପରୀକ୍ଷାକୁ ରାଜ୍ୟ ପ୍ରବରଣ ମଣ୍ଡଳୀ(ଏସ୍ଏସ୍ବି) ସଞ୍ଚାଳନ କରୁଛି। ୧୨ରୁ ୨୦ ତାରିଖ ମଧ୍ୟରେ ଛାତ୍ରୀଛାତ୍ର ସେମାନଙ୍କ ସ୍ନାତକ ବା ତତ୍ତୁଲ୍ୟ ମାର୍କ ଅପଡେଟ୍ କରିବେ। ତା’ପରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ତେବେ ମେରିଟ୍ ଲିଷ୍ଟ ପ୍ରକାଶ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ। ଯୋଗ୍ୟ ବିବେଚିତ ଛାତ୍ରୀଛାତ୍ର ଚୟନ ହୋଇଥିବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇ ପାରିବେ।

ଚଳିତବର୍ଷ ତିନୋଟି ପର୍ଯ୍ୟାୟରେ ନାମଲେଖା ହେବ। ପ୍ରତି ପର୍ଯ୍ୟାରେ ୪ ରାଉଣ୍ଡ୍ରେ ନାମଲେଖା ହେବ। ଶେଷ ରାଉଣ୍ଡ୍ରେ ସ୍ପଟ୍ ନାମଲେଖା କରାଯିବ। ଛାତ୍ରୀଛାତ୍ର ଯେଉଁ ରାଉଣ୍ଡ୍ରେ ନାମ ଲେଖାଇବାକୁ ଚୟନ ହେବେ, ସେହି ପର୍ଯ୍ୟାୟରେ ନାମ ଲେଖାଇବେ। ନଚେତ ପରବର୍ତ୍ତୀ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟାରୁ ବାଦ୍ ପଡ଼ିବେ। ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଚାହୁଁଥିଲେ ସ୍ଲାଇଡ୍ ଅପସନ୍ ଦେଇପାରିବେ। ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟର ଏମ୍ଏ ପାଠ୍ୟକ୍ରମ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମଧ୍ୟ ସିପିଇଟି ପରୀକ୍ଷା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button