ଦେଶ ବିଦେଶ

ପୁଣି ସମୁଦ୍ର ମଧ୍ୟକୁ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର ‌କୋରିଆ – Utkal Mail


ଟୋକିଓ: ଆଜି ଉତ୍ତର କୋରିଆ ଗୋଟାଏ ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ‘ଏକ୍ସ’ କରି ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ଫୁମିଓ କିଶିଦାଙ୍କ କାର୍ଯ୍ୟଳୟ ପୋଷ୍ଟ୍‌ କରିଥିବା ‘ଏକ୍ସ୍‌’ରେ ଉଲ୍ଲେଖ ଅଛି: ଉତ୍ତର କୋରିଆ ସନ୍ଦିଗ୍ଧ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରଟିଏ ନିକ୍ଷେପ କରିଛି। ଅଧିକ ସୂଚନା ପରେ ମିଳିବ।

‘ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି: ଆଜି ଉତ୍ତର କୋରିଆ ନିକ୍ଷେପ କରିଥିବା ‌କ୍ଷେପଣାସ୍ତ୍ର ବିଷୟରେ ଦକ୍ଷିଣ କୋରିଆ ସେନା ବି ସୁନିଶ୍ଚିତ କରିଛି। ଦକ୍ଷିଣ କୋରିଆ ସେନା କହିଛି ଯେ, ପୂର୍ବ ସାଗର ମଧ୍ୟକୁ ଉତ୍ତର କୋରିଆ ଅନ୍ୟୂନ ଗୋଟିଏ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

କିନ୍ତୁ, ଏହି କ୍ଷେପଣାସ୍ତ୍ରର ଗତି ବିଷୟରେ ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍ସ୍‌ ଅଫ୍‌ ଷ୍ଟାଫ୍‌’ ତୁରନ୍ତ ସବିଶେଷ ବିବରଣୀ ଦେଇ ପାରି ନାହାନ୍ତି। ମାତ୍ର, କ୍ଷେପଣାସ୍ତ୍ରଟି ସମୁଦ୍ରରେ ପଡ଼ିଥିବା କଥା ଜାପାନର ତଟରକ୍ଷୀ କହିଛି।

Image Courtesy of KATV

ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହିତ ଅସ୍ତ୍ରଶସ୍ତ୍ର ବିଷୟରେ ଆଲୋଚନା କରିବା ଲାଗି ନିଜସ୍ବ ଟ୍ରେନ୍‌ରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ରୁଷ୍‌ ଗସ୍ତରେ  ଯାଇଥିଲେ ବି ଆଜି ତାଙ୍କ ଦେଶ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ତେଣେ, ପାଶ୍ଚାତ୍ୟ ରାଷ୍ଟ୍ର ଚିନ୍ତିତ ଯେ, ଗଚ୍ଛିତ ରଖିଥିବା ଅସ୍ତ୍ରଶସ୍ତ୍ର ସବୁ ୟୁକ୍ରେନ୍‌ ଯୁଦ୍ଧରେ ବ୍ୟବହାର ପାଇଁ ରୁଷ୍‌କୁ ଦେବା ପାଇଁ ଉତ୍ତର କୋରିଆ ରାଜିନାମା ସ୍ବାକ୍ଷର କରିପାରେ।

ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ, ଆଣବିକ ଅସ୍ତ୍ରବିଦ୍ୟାରେ ରୁଷ୍‌ର ନିପୁଣତା ସମେତ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରଯୁକ୍ତିବିଦ୍ୟା ସଂକ୍ରାନ୍ତ ରାଜିନାମା ସହିତ କିମ୍‌ ରୁଷ୍‌ ସହ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରାଜିନାମା କରିପାରନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button