ସ୍ୱାସ୍ଥ୍ୟ

ଶରୀରରେ Calcium ଅଭାବ ଦେଖା ଦେଲେ ନିଶ୍ଚୟ ଖାଆନ୍ତୁ ଏହି 5ଟି ଖାଦ୍ୟ, ଆଣ୍ଠୁ ଗଣ୍ଠି ରୋଗ, ହାତ ଗୋଡ ବିନ୍ଧା କେବେ ବି ହେବ ନାହିଁ

ବନ୍ଧୁଗଣ ସାଧାରଣଃ ଏହା ଦେଖା ଯାଇଥାଏ ଯେ ଯେଉଁ ମାନଙ୍କ ଶରୀରରେ କ୍ୟାଲସିଅମ ର ଅଭାବ ରହିଥାଏ ସେମାନଙ୍କ ଶରୀରରେ ଭିଟାମିନ D3 ଏବଂ B12 ର ଅଭାବ ମଧ୍ୟ ରହିଥାଏ । ଶରୀରର ହାଡ ମଜବୁତ୍ ହେବା ପାଇଁ ଏବଂ ଦାନ୍ତ ମଜବୁତ୍ ରହିବା ପାଇଁ କ୍ୟାଲସିଅମ ନିହାତି ଭାବରେ ଆବଶ୍ୟକ । ତେବେ ଯଦି ଆମ ଶରୀରକୁ ଉଚିତ୍ ପରିମାଣର କ୍ୟାଲସିଅମ ମିଳିନଥାଏ ତେବେ ହାଡ଼ କମଯୋରି ଭଳି ଆଦି ସମସ୍ୟା ର ସମୁଖୀନ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ବିଷୟରେ କହିବୁ ଯାହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରରେ କ୍ୟାଲସିଅମ ର ଅଭାବ ଦୂର ହେବା ସହ ଆପଣ ସୁସ୍ଥ ମଧ୍ୟ ରହିବେ । ତେବେ ଚାଲନ୍ତୁ ଜାଣିବା ।

ଶରୀରରେ କ୍ୟାଲସିଅମ ବଢ଼ାଇବା ପାଇଁ ତଟକା ପନି ପରିବା ବହୁତ ଉପଯୋଗୀ ହୋଇଥାଏ । ଶାଗ, ଭେଣ୍ଡି, ସଜନା ଛୁଇଁ ଆଦିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ । ତେବେ ଯଦି ଆପଣଙ୍କ ଶରୀରରେ କ୍ୟାଲସିଅମ ର ଅଭାବ ରହିଛି ତେବେ ଏହି ସବୁ ପରିବା ଖାଇବା ଆରମ୍ଭ କରିଦିଅନ୍ତୁ । ଦେଖିବେ ଆପଣ ଖୁବ ଶୀଘ୍ର ସୁସ୍ଥ ଅନୁଭବ କରିବେ ।

ଶରୀରରେ କ୍ୟାଲସିଅମ ଅଭାବ ରହିଥିଲେ ଗାଈ କ୍ଷୀର ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ବାରା ଶରୀରକୁ ଉପଯୁକ୍ତ କ୍ୟାଲସିଅମ ମିଳିଥାଏ । ଏହା ସହିତ ଦହି, ଛେନା ଆଦି ରେ ମଧ୍ୟ କ୍ୟାଲସିଅମ ରହିଥାଏ । ତେଣୁ ଯଦି ଆପଣଙ୍କ ଶରୀରରେ କ୍ୟାଲସିଅମ ର ଅଭାବ ଦେଖା ଦେଉଛି ତେବେ ଆପଣ କ୍ଷୀର ଏବଂ କ୍ଷୀର ଜାତୀୟ ଜିନିଷ ର ଏବଂ କରନ୍ତୁ ।

ଫଳ ମଧ୍ୟରୁ କମଳା, ପିଜୁଳି, ଅମୃତଭଣ୍ଡା, ଡାଳିମ୍ବ, ଆତ ଇତ୍ୟାଦି ରେ କ୍ୟାଲସିୟମ ର ମାତ୍ରା ଅଧିକ ରହିଥାଏ । ତେଣୁ ଶରୀରରେ କ୍ୟାଲସିୟମ ର ପରିମାଣ କୁ ବଜାୟ ରଖିବା ପାଇଁ ଏହି ସବୁ ଫଳ ଗୁଡ଼ିକ ନିଶ୍ଚିତ ଭାବରେ ଖାଇବା ଆରମ୍ଭ କରିଦିଅନ୍ତୁ ।

ଡ୍ରାଏ ଫ୍ରୁଟ ଯେମିତିକି କାଜୁ, ବାଦାମ, କିସମିସ, ପିସ୍ତା ବାଦାମ, ଅଞ୍ଜରି ଆଦି ମଧ୍ୟରେ କ୍ୟାଲସିଅମ ବହୁତ୍ ମାତ୍ରାରେ ରହିଥାଏ । ଏହା ଆମ ଶରୀର ପାଇଁ ବହୁତ ଉପଯୋଗୀ ମଧ୍ୟ ହୋଇଥାଏ । ତେଣୁ ସବୁଦିନ ଡ୍ରାଏ ଫ୍ରୁଟ ଖାଇବା ଆରମ୍ଭ କରିଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

ଅଁଳା କ୍ୟାଲସିୟମ ର ଉତ୍ସ ଅଟେ । ଏହାକୁ ସେବନ କରିବା ଦ୍ୱାରା କ୍ୟାଲସିୟମ ର ଅଭାବ ଦୂର ହୋଇଥାଏ । ଏହା ସହିତ ଡାଲି ଜାତୀୟ ଜିନିଷ ରେ ମଧ୍ୟ କ୍ୟାଲସିଅମ ରହିଥାଏ । ଯାହା ହାଡ଼ କୁ ମଜବୁତ କରିବାରେ ସକ୍ଷମ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରୁହନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button