ଭୁବନେଶ୍ୱର : ରେଳ ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କାର ଅନୁଦାନ ମିଳିଛି । ବଜେଟରେ ରାଜ୍ୟ ସରକାର ୮୪୦୦ କୋଟି ଟଙ୍କା ମାଗିଥିଲେ । ରାଜ୍ୟ ଯାହା ମାଗିଥିଲା ପ୍ରଧାନମନ୍ତ୍ରୀ ତା’ଠାରୁ ଅଧିକ ଦେଇଛନ୍ତି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଏଥିରେ ନୂଆ ରେଳ ଲାଇନ ପାଇଁ ୨୫୬୪ କୋଟି ଟଙ୍କା ଓ ଡବଲିଂ ପାଇଁ ୩,୮୦୦ କୋଟି ଟଙ୍କା ଦିଆଯାଇଛି । ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ । ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।
Back to top button