ଦେଶ ବିଦେଶ

ଭୂସ୍ଖଳନରୁ ନଦୀରେ ଭାସିଗଲା ଦୁଇଟି ଯାତ୍ରୀବାହୀ ବସ୍

ପ୍ରବଳ ବର୍ଷାରେ ଭୂସ୍ଖଳନ ବିପତ୍ତି ସହ ଜୁଝୁଛି ନେପାଳ। ଏଭଳି ସ୍ଥିତିରେ ବିଳମ୍ୱିତ ରାତି ସାଢ଼େ ୩ଟାରେ ବଡ଼ ଅଘଟଣ ଘଟିଛି। ନାରାୟଣଘାଟ- ମୁଙ୍ଗଲିଙ୍ଗ ପାଖରେ ଭୂସ୍ଖଳନ ଲାଗି ଦୁଇଟି ଯାତ୍ରିବାହୀ ବସ୍ ତ୍ରିଶୂଳୀ ନଦୀକୁ ଖସିଯାଇଛି। ଦୁଇଟି ବସରେ ପ୍ରାୟ ୬୫ ଯାତ୍ରୀ ଥିଲେ। କାଠମାଣ୍ଡୁକୁ ଯାଉଥିବା ଗୋଟିଏ ବସରେ ୨୪ ଯାତ୍ରୀ ଓ ଅନ୍ୟ ବସରେ ୪୧ ଯାତ୍ରୀ ଥିଲେ। କାଠମାଣ୍ଡୁ- ରାଉତାହାତ ଗୌର ଯାଉଥିବା ଦୁଇଟି ବସ ହେଲା ଏଞ୍ଜେଲ ଓ ଗଣପତି ଡିଲକ୍ସ। ସେଣ୍ଟ୍ରାଲ ନେପାଳର ମଦନ-ଆଶ୍ରିତ ଜାତୀୟ ରାଜପଥ ପାଖରେ ଭୂସ୍ଖଳନ ହୋଇଥିଲା। ପ୍ରବଳ ବର୍ଷା ଲାଗିରହିଥିବାରୁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ ହୋଇଥିଲା। ଏଭଳି ବଡ଼ ଅଘଟଣ ପରେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସର୍ଚ୍ଚ ଅପରେସନକୁ ଜୋରଦାର ସହ ଭାସିଯାଇଥିବା ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର ଲାଗି ନିର୍ଦେଶ ଦେଇଥିଲେ ପ୍ରଧାନମନ୍ତ୍ରୀ।

ଗଣପତି ଡିଲକ୍ସ ବସରୁ ୩ ଯାତ୍ରୀ କୌଶଳକ୍ରମେ ଡେଇଁ ବାହାରିବାକୁ ସକ୍ଷମ ହୋଇଥିଲେ। ନେପାଳ ପୁଲିସ ସେନା ସହାୟତାରେ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ନାରାୟଣଘାଟ- ମୁଙ୍ଗଲିଙ୍ଗ ରାସ୍ତାର ଅନେକ ସ୍ଥାନରେ ଭୂସ୍ଖଳନ ଲାଗି ରାସ୍ତା ଅବରୋଧ ହୋଇଥିବାରୁ ଘଟଣାସ୍ଥଳରେ ପହଞ୍ଚିବାକୁ ବେଶ କସରତ କରିବାକୁ ପଡ଼ିଥିଲା ଉଦ୍ଧାରକାରୀ ଦଳକୁ। ବସରେ ଭାରତୀୟ ଯାତ୍ରୀ ବି ଥିଲେ। ୧୨ ଟା ସୁଦ୍ଧା ୭ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସମସ୍ତ ମୃତକ ଭାରତୀୟ ହୋଇଥିବା ନେଇ ସୂଚନା ମିଳିଛି  । ୭ ଜଣଙ୍କ ମୃତଦେହ ଭିତରେ ବସ ଚାଳକ ବି ଅଛନ୍ତି  । ଏହା ସହିତ ପାଖାପାଖୀ ୫୦ରୁ ଅଧିକ ନିଖୋଜ ରହିଥିଲେ । ଆଗକୁ ମୃତକଙ୍କ ସଂଖ୍ୟାରେ ବୃଦ୍ଧି ହୋଇପାରେ ବି ଅନୁମାନ କରାଯାଉଛି ।  ଅନେକ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ୟାଦବ ।  ବର୍ଷା ଲାଗିରହିଥିବାରୁ ବସ ଖୋଜିବାରେ ସମସ୍ୟା ପରିଲକ୍ଷିତ ହୋଇଛି । ସେପଟେ ପ୍ରବଳ ବର୍ଷା ଯୋଗୁଁ କାଠମାଣ୍ଡୁରୁ ଭରତପୁରକୁ ସବୁ ଉଡାଣ ବାତିଲ କରିଦିଆଯାଇଥିଲା  । ନେପାଳରେ ମୁସଳଧାରର ବର୍ଷା ଅନେକ ଜୀବନ ନେଇଥିବା ବେଳେ ପାଖାପାଖୀ ୧୨୧ ଘର ଭାଙ୍ଗିବା ସହ ହଜାର ହଜାର ପରିବାରକୁ ବେସାହାରା କରିଦେଇଛି ।  ପୀଡିତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଖାଦ୍ୟପେୟର ସମସ୍ତ ବ୍ୟବସ୍ଥା ପ୍ରଶାସନ କରିଛି । ରିପୋର୍ଟ ଅନୁଯାୟୀ ଜୁନରୁ ଏ ପର୍ଯ୍ୟନ୍ତ  ନେପାଳରେ  ହୋଇଥିବା ଭୁସ୍ଖଳନ ଏବଂ ବନ୍ୟାରେ ପାଖାପାଖୀ ୯୧ ଲୋକଙ୍କ ଜୀବନ ଯାଇଛି..।

ସେପଟେ ଏହାର ପ୍ରଭାବ ଭାରତରେ ବି ପଡିଛି । ଉତ୍ତରଭାରତର ବିଭିନ୍ନ ରାଜ୍ୟରେ ଭାରୀ ବର୍ଷା ଲାଗିରହିଛି  ।  ହିମାଚଳ ପ୍ରଦେଶରେ ବିଗତ ୨ ସପ୍ତାହ ମଧ୍ୟରେ ହୋଇଥିବା  ବର୍ଷାରେ ପାଖାପାଖୀ ୨୨ ଲୋକଙ୍କ ଜୀବନ ଯାଇଛି  ସେହିଭଳି ଉତ୍ତରପ୍ରଦେଶ, ବିହାର ,ଝାରଖଣ୍ଡରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି  ।

ୟୁପିରେ ବି ବର୍ଷା ଲାଗିରହିଛି ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  ଜୁନରୁ ଏ ପର୍ଯ୍ୟନ୍ତ  ନେପାଳରେ ଭୁସ୍ଖଳନ ଏବଂ ବନ୍ୟାରେ ପାଖାପାଖୀ ୯୧

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button