ଦେଶ ବିଦେଶ
ସାର୍ ମତେ ପରୀକ୍ଷା ରେ ପାସ କରେଇ ଦିଅ..ଆପଣ ଯାହା ମାଗିବେ ଦେବି, ପରୀକ୍ଷା ଖାତା ରେ ଲେଖିଲେ ଛାତ୍ରୀ..

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପରୀକ୍ଷା ରେ ପାସ କରେଇ ଦେବା ପାଇଁ ଜଣେ ଛାତ୍ରୀ ଏଭଳି କଥା ଲେଖିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।ବିହାର ବୋର୍ଡ ପରୀକ୍ଷା ୨୦୨୪ ର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଙ୍କ ର ପରୀକ୍ଷା ଖାତା ବର୍ତମାନ ସୋସିଆଲ ମିଡ଼ିଆ ରେ ଭାଇ ରାଲ ହେବାରେ ଲାଗିଛି।
ପରୀକ୍ଷା ଉତ୍ତର ଖାତା ରେ ଛାତ୍ରୀ ଜଣଙ୍କ ପରୀକ୍ଷକ ଙ୍କୁ ଅନୁରୋଧ କରି ଲେଖିଛନ୍ତି କି “ଦୟାକରି ମୋତେ ପାସ କରେଇ ଦିଅନ୍ତୁ ନଚେତ୍ ମୋ ବାପା ବାହାଘର କରାଇ ଦେବେ”।
ତେବେ ଘଟଣା ଟି ମଡେଲ ସ୍କୁଲ ର ଅଟେ।ବିହାର ବୋର୍ଡ ଦଶମ ଶ୍ରେଣୀ ର ଉତ୍ତର ଖାତା ଯାଞ୍ଚ କରିବା ବେଳେ ଏହି ନିଆରା ଖାତା ଉପରେ ପରୀକ୍ଷକ ଙ୍କ ନଜର ପଡିଥିଲା।ଆଉ ଉତ୍ତର ଖାତା ରେ ଦଶମ ଶ୍ରେଣୀ ର ଛାତ୍ରୀ ଜଣଙ୍କ ନିଜ ବିଷୟରେ ସବୁ କିଛି ଲେଖି ଦେଇଛନ୍ତି।
ସେ ଲେଖିଛନ୍ତି ତାଙ୍କ ବାପା ଶିକ୍ଷା ର ବୋଝ ବହନ କରିବାରେ ସେ ଅସମର୍ଥ।ସେଥିପାଇଁ ତାଙ୍କ ବାପା ତାଙ୍କୁ ପଢ଼ାଇବା ପାଇଁ ଚାହୁଁ ନାହାଁନ୍ତି।

ସେମାନେ କହିଛନ୍ତି ଯେ ଯଦି ଦଶମ ପରୀକ୍ଷା ରେ ଭଲ ମାର୍କ ନ ରଖିବେ ତେବେ ଆଉ ପାଠ ପଢ଼ାଇବେ ନାହିଁ।ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ରୀ ଙ୍କ ର ବିବାହ କରାଇ ଦେବେ।ସେ ଗରିବ ବାପା ର ଝିଅ ଅଟନ୍ତି।ଦୟାକରି ସମ୍ମାନ ରକ୍ଷା କରନ୍ତୁ ବୋଲି ଛାତ୍ରୀ ଜଣଙ୍କ ଲେଖିଛନ୍ତି।
ସବାଠାରୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଯେ କେବଳ ଏହି ଛାତ୍ରୀ ଜଣଙ୍କ ନୁହଁନ୍ତି ସେହିପରି ଅନେକ ପିଲା ପରୀକ୍ଷା ଉତ୍ତର ଖାତା ରେ ସାଏରି,ପ୍ରାର୍ଥନା,କବିତା ଓ ନିଜ ଦୁଃଖ ବିଷୟରେ ଲେଖିଥିବା ଜଣାପଡିଛି। ଏଭଳି ଅନେକ ପିଲା ଅଛନ୍ତି ଯେଉଁ ମାନେ ଅଭାବ ରେ ମଧ୍ୟ ପାଠ ପଢୁଛନ୍ତି।କିନ୍ତୁ ଦଶମ ପିଲାଙ୍କର ଏଭଳି ଉତ୍ତର ଖାତା ରେ ଲେଖିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହି ଖବର ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।



