ତୀସ୍ତା ନଦୀରେ ଭାସି ଆସିଲା ବିସ୍ଫୋରକ ମିସାଇଲ୍ ନଦୀ ଭିତରେ ହେଲା ବିସ୍ଫୋରଣ
ସିକ୍କିମ ବନ୍ୟାରେ ଭାସି ଆସିଲା ମିଶାଇଲ । ପାଣି ରେ ଭାସି ଭାସି ପଶ୍ଚିମବଙ୍ଗ ରେ ପହଞ୍ଚିଲା । ନଈ ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହେଲା । ହଁ ଦର୍ଶକ ବନ୍ଧୁ ସିକ୍କିମ ରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଅନେକ କ୍ଷୟ କ୍ଷତି ଘଟିଛି । ଏ ଯାଏଁ 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 142 ଜଣ ଏବେ ବି ନିଖୋଜ ଅଛନ୍ତି । ମୃତକ ଙ୍କ ମଧ୍ୟରୁ 7 ଜଣ ସେନା ଯବାନ ହୋଇଥିବା ବେଳେ ନିଖୋଜ ଲୋକ ମାନଙ୍କୁ ଖୋଜିବା ପାଇଁ ବଡ ଧରଣର ସର୍ଚ୍ଚ ଅପେରସନ ଜାରି ରହିଛି ।
ଗତ କାଲି 6 ଜଣଙ୍କର ମୃତ ଦେହ ଉଧାର କରା ଯାଇଥିଲା । ମୃତ ଶବ ଗୁଡିକ ବିଶେଷ କରି ପଶ୍ଚିମବଙ୍ଗ ର ଜଲପାଇଉଡି ଜିଲ୍ଲା ଦେଇ ବହି ଯାଇଥିବା ତିସ୍ତା ନଦୀ ରୁ ଉଦ୍ଧର କରା ଯାଇଛି । ଜଲପାଇଉଡି ଜିଲ୍ଲାର ମାଲବାଦ ଓ ମାଇନାଗୁଡି ର ବିଭିନ୍ନ ମେଡିକାଲ ସହ ନିକଟବର୍ତ୍ତୀ ଦାର୍ଜେଲିଙ୍ଗ ଜିଲ୍ଲା ସିଲିବୁଡି ର ଉତ୍ତର ବଙ୍ଗଳା ମେଡିକାଲ ଆଣ୍ଡ କଲେଜ ରେ ମୃତ ଦେହ ଗୁଡିକ ରଖା ଯାଇଛି ।
ଗତ 3 ତାରିଖ ରେ ଉତ୍ତର ସିକ୍କିମ ର ଲାଚାନ ହ୍ରଦ ଉପରେ ବାଦଲ ଫଟା ବର୍ଷା ହୋଇଥିଲା । ଆଉ ଏହା ପରେ ଆରମ୍ଭ ହୋଇଥିଲା ବନ୍ୟା ସ୍ଥିତି । ପାଣିରେ ଟଳମଳ ହୋଇ ଯାଇଥିଲା ଚୁମଥାମ ଡ୍ୟାମ ଭୁସୁଡି ପଡିଥିଲା । ଆଉ ତିସ୍ତା ନଦୀ ରେ ଜଳ ସ୍ତର ଅଚାନକ ବଢି ଯାଇଥିଲା । ଫଳରେ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ 234 ଜଣ ଯବାନ ମଧ୍ୟ ଭାସି ଯାଇଥିଲେ ।
ବନ୍ୟା ସହ ଭୂ-ସ୍ଖଳନ କାରଣରୁ ସେନା ଗାଡି କାଦୁଅ ରେ ପୋତି ହୋଇ ପଡିଥିଲା । ପୂର୍ବରୁ ତିସ୍ତା ନଦୀ ରେ ଆସିଥିବାରୁ ସେନା ପକ୍ଷ ରୁ ଉଦ୍ଧାର କାର୍ଯ୍ୟ ପାଇଁ ଯବାନ ମାନଙ୍କୁ ନିୟୋଜିତ କରା ଯାଇଥିଲା । ତେବେ ମଙ୍ଗଳବାର ରାତିରେ ଉପର ମୁଣ୍ଡରେ ଥିବା ଚୁମଥାମ ଡ୍ୟାମ ଭୁସୁଡି ପଡିବା ପରେ ତିସ୍ତା ନଦୀ ର ଜଳ ସ୍ତର ଅଚାନକ 15 ରୁ 20 ଫୁଟ ବଢି ଯାଇଥିଲା ।
ଫଳରେ ସେଠାରେ ସେନା ଶିବିର ରେ ଥିବା ଯବାନଙ୍କ ସହ ଅନେକ ଗାଡି ଓ ଅସ୍ତ୍ର ଶସ୍ତ୍ର ମଧ୍ୟ ଭାସି ଯାଇଥିଲା । ଆଉ ସେହି ଅସ୍ତ୍ରଶସ୍ତ୍ର ମଧ୍ୟରୁ ଏକ ମିସାଇଲ ଭାସି ଆସିଥିଲା । ତିସ୍ତା ନଦୀରେ ଭାସି ଆସି ଏହି ମିସାଇଲଟି ପଶ୍ଚିମବଙ୍ଗ ର ଅନ୍ଧେରିଛଡା ଅଞ୍ଚଳରେ ପହଞ୍ଚିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସେନାର ଯବାନ ମାନେ ଏହାକୁ ଦେଖିଥିଲେ ।
ଆଉ ବୋମା ନିଷ୍କ୍ରିୟକାରୀ ଦଳ ସହାୟତାରେ ଏହି ମିସାଇଲକୁ ସୁରକ୍ଷିତ ଭାବେ ନଦୀ ପଠା ରେ ବିସ୍ପ୍ପୋରଣ କରାଯାଇଥିଲା । ଏହି ମିଶାଇଲ ଟି ପ୍ରଚଣ୍ଡ ଶବ୍ଦ କରି ବିସ୍ପୋରଣ ହୋଇଥିଲା । ଅନେକ ଅସ୍ତ୍ର ଶାସ୍ତ୍ର ବନ୍ୟା ପାଣି ରେ ଭାସି ଆସି ଥିବାରୁ ସେନା ପକ୍ଷ ରୁ ଉଦ୍ଧାର କାର୍ଯ୍ୟ ସତର୍କତା ଜାରି ରହିଛି ।