ଦେଶ ବିଦେଶ

ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ବିରୋଧରେ ମାମଲା କଲେ ପୂଜା ଖେଡକର

ବଦଳିଗଲା ମମାଳା | ନିଜ କ୍ରୋଧ ପ୍ରକାଶ କଲେ IAS ପୂଜା ଖେଡକର | ନିଜ ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ବିରୋଧରେ ମାମଲା ରୁଜୁ କଲେ ପୂଜା ଖେଡକର | ଆଜି ସେ ପୁନେ ଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି।

ଡିୱାସେ ହିଁ ପୂଜାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣିଥିଲେ। ଏପରିକି ଟାଟାଙ୍କ ବଦଳି ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ | ଏହାପରେ ମହାରାଷ୍ଟ୍ର ସରକାରଙ୍କୁ ଅବଗତ କରାଇବା ପରେ ପୂଜାଙ୍କ ବଦଳି ପୁନେରୁ ୱାସିମକୁ ହୋଇଥିଲା। ୱାସିମରେ ତାଙ୍କୁ ଅତରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିଲା। କିନ୍ତୁ ବର୍ତ୍ତମାନ ପୂଜା ଜିଲ୍ଲାପାଳଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି |

ତେବେ ପୂଜା ପୋଲିସଙ୍କୁ ନିଜ ଘରକୁ ଡାକିଥିଲେ | ସେଠାରେ ସେ ୨ ଘଣ୍ଟା ଧରି ଏ ବିଷୟରେ କହିବା ସହ ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ କରିଥିବା ଜଣାପଡିଛି | ତେବେ ଗତସପ୍ତାହରେ ଜିଲ୍ଲାପାଳ ସୁଭାଷ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପୂଜା କରୁଥିବା ଦାବି ସମ୍ପର୍କରେ ଅବଗତ କରାଇଥିଲେ। ୨୦୨୩ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୂଜା ଜିଲ୍ଲାପାଳ ଅଫିସରେ ସ୍ୱତନ୍ତ୍ର ସୁବିଧା ଖୋଜୁଥିଲେ। ସେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିଲେ ହେଁ ବିଶେଷ ସୁବିଧା ମାଗୁଥିବାରୁ ଏହାକୁ ଜିଲ୍ଲାପାଳ ବିରୋଧ କରିଥିଲେ। ତେବେ ପୂଜା ନିଜ ପାଇଁ କ୍ୟାବିନ ଏବଂ ଗାଡି ମାଗିଥିଲେ | ପୂଜା ନିଜ ଛୟାମ୍ବର ଦିଆଯାଇଥିଲା କ୍ୱିନଟ୍ରୁ ସେଠାରେ ଆଟାଚ ବାଥରୁମ ନଥିବାରୁ ଏହାକୁ ଗ୍ରହଣ କରିନଥିଲେ | ଏଥିସହ ସେ ନିଜର ଅଡି କାରରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ମଧ୍ୟ ଲଗାଇଥିଲେ। କ୍ଷମତା ଅପବ୍ୟବହାର ଅଭିଯୋଗ ମଧ୍ୟରେ UPSC ପରୀକ୍ଷା ପାସ୍‌ କରିବା ପାଇଁ ସେ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ରର ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ଆସିଛି।

ଦିନକୁ ଦିନ ପୂଜାଙ୍କ ପାଇଁ ଅଡୁଆ ବଢିଚାଲିଛି |ଅନ୍ୟପଟେ ପୂଜା ଓଲଟା ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button