ଓଡିଶା

ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ

ବରିଷ୍ଠ ଆଇଏଏସ ଅଧିକାରୀ ତଥା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ନାମରେ ସାଇବର ଠକେଇ ଉଦ୍ୟମ ହୋଇଛି। ହ୍ୱାଟ୍ସଆପରେ ଉଷା ପାଢ଼ୀଙ୍କ ନାମରେ ଫେକ୍ ଆଇଡି ଖୋଲି ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଛି। ଏନେଇ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଜନସାଧାରଣଙ୍କୁ ଅବଗତ କରିଛନ୍ତି ଉଷା ପାଢ଼ୀ। ସାଇବର ଠକ ପାଢ଼ୀଙ୍କ ନିକଟ ସମ୍ପର୍କୀୟ ଏବଂ ଚିହ୍ନାଜଣା ଲୋକଙ୍କୁ ହ୍ୱାଟ୍ସଆପରେ ବାର୍ତ୍ତା ପଠାଇ ୫୦ ହଜାର ଟଙ୍କା ମାଗୁଛନ୍ତି। ଏହାର ସ୍କ୍ରିନସଟକୁ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଶେୟାର କରିବା ସହ ଏଭଳି ଠକଙ୍କଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଉଷା ପାଢ଼ୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button