ବିଚାର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ୨ଟି ରାଶିର ଲୋକେ ପିନ୍ଧି ପାରିବେ ନାହିଁ କଳା ସୂତା, ନହେଲେ ଘଟିବ ଅଶୁଭ

କଣ ଆପଣ ବି ପାଦ କିମ୍ବା ହାତରେ କଳା ସୂତା ବାନ୍ଧୁଛନ୍ତି କି ? ଯଦି ବାନ୍ଧୁଥାନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । ଆଗକୁ ଆଉ ଏପରି ଭୂଲ କରନ୍ତୁ ନାହିଁ । କଳା ସୂତା ବାନ୍ଧିବା ହୁଏ ତ ଆପଣଙ୍କ ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ ।

ସେ ପୁରୁଷ ହୁଅନ୍ତୁ କି ମହିଳା , ସମସ୍ତେ ନିଜ ନିଜ ହାତ କିମ୍ବା ପାଦରେ କଳା ସୂତା ପିନ୍ଧିବାର ଆପଣ ଦେଖିଥିବେ । କାରଣ ଅଧିକାଂଶ ଲୋକଙ୍କର ବିଶ୍ୱାସ ଅନୁସାରେ କଳା ସୂତା ଖରାପ ଦୃଷ୍ଟିରୁ ରକ୍ଷା କରେ । ଆଜିର ସମୟରେ କଳା ସୂତା ପିନ୍ଧିବା ଯେପରି ଏକ ଫ୍ୟାସନରେ ପରିଣତ ହୋଇଗଲାଣି ।

A

ମାତ୍ର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ରାଶିର ବ୍ୟକ୍ତି କଳା ସୂତା ପିନ୍ଧିବା ଉଚିତ୍ ନୁହେଁ । କିଛି ରାଶି ଉପରେ ଏହା ସକରାତ୍ମକ ପ୍ରଭାବ ପକାଇଥିବା ବେଳେ ଆଉ କିଛି ରାଶି ଉପରେ ଏହାର ନକାରାତ୍ମକ ପ୍ରଭାବ ରହିଛି ।

ତେବେ ଆସନ୍ତୁ ଜାଣିବା ଏପରି କେଉଁ ରାଶି ରହିଛି ଯାହା ଉପରେ କଳା ସୂତା ନକାରାତ୍ମକ ପ୍ରଭାବ ପକାଇଥାଏ….

ମେଷ ରାଶି :

ମେଷ ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ । ମଙ୍ଗଳ ଗ୍ରହର ପ୍ରିୟ ରଙ୍ଗ ହେଉଛି ଲାଲ । ତେଣୁ ଯଦି ମେଷ ରାଶିର ଲୋକେ କଳା ସୂତା ଧାରଣ କରନ୍ତି ସେମାନଙ୍କ ଜୀବନରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ । କୌଣସି ସମସ୍ୟାର ସଠିକ୍ ସମାଧାନ ମଧ୍ୟ ମିଳି ନପାରେ ।

ବୃଷ ରାଶି :

ବୃଷ ରାଶିର ମଧ୍ୟ ସ୍ଵାମୀ ହେଉଛନ୍ତି ମଙ୍ଗଳ । ମଙ୍ଗଳ ଗ୍ରହର ପ୍ରିୟ ରଙ୍ଗ ହେଉଛି ଲାଲ । ଯଦି ମଙ୍ଗଳ ଗ୍ରହର ଲୋକେ କଳା ସୂତା ପିନ୍ଧନ୍ତି ତେବେ ମଙ୍ଗଳଙ୍କର କୁ ପ୍ରଭାବ ଏହି ରାଶିର ଲୋକ ମାନଙ୍କ ଉପରେ ପଡ଼ିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button