ଜୀବନଶୈଳୀ

ଛୁଆବେଳେ ଜଳିଯାଇଥିଲା ଏହି ଝିଅଟିର ହାତ, ଏବେ ନେଇ ସାରିଲାଣି ଏତେ ଭୟାନକ ରୂପ, ଗଛ ହେଇଯାଉଛି ପୁରା ଶରୀର

ଛୋଟ ବେଳେ ଖେଳିବା ସମୟରେ ଆମ ସମସ୍ତଙ୍କର କିଛି ନା କିଛି କ୍ଷତ ହୋଇଥାଏ, କେବେ ହାତ ଗୋଡ଼ ଭାଙ୍ଗି ଯାଇଥାଏ ତ କେବେ ଜଳିଯାଇଥାଏ, ଆମ ବାପା ମା ଯେତେ ଜଗିଲେ ବି ସମସ୍ତଙ୍କ ସହିତ ଏମିତି ହୋଇଥାଏ । ଆଉ ଏମିତି ଛୋଟ ଛୋଟ କ୍ଷତ ହେଲେ ମଣିଷ ତଳେ ପଡି କି ଉଠିବା ଶିଖିଥାଏ । ଆଜି ଏମିତି ଏକ କଥା ସାମ୍ନା କୁ ଆସିଛି ଯାହା ଆପଣ କେବେ ଭାବିନଥିବେ ।

ଯେ ଛୋଟ ବେଳେ ହେଇଥିବା କ୍ଷତ ମଣିଷ କୁ ଏତେ କଷ୍ଟ ଦେଇଥାଏ ଯାହା ସାରା ଜୀବନ ଲାଗିଲେ ବି ଭୁଲି ହୋଇ ନଥାଏ ।

ଏହି ଛବି ରେ ଦେଖୁଥିବା ଝିଅ ଯାହା ଶରୀରର କିଛି ଅଂଶ କାଠ ପରି ଟାଣ ହୋଇ ଯାଇଛି । ଏହି ୧୨ ବର୍ଷ ର ଝିଅ ମୁକ୍ତା ‘ଟ୍ରି-ମ୍ଯାନ୍-ସିଣ୍ଡ୍ରୋମ’ ନାମକ ରୋଗରେ ପୀଡ଼ିତ ଯେଉଁଥିରେ ଏ ଝିଅ ର ଚମଡା ଗଛ ପରି ଟାଣ ଓ ଖଦଖଦଡା ହୋଇ ଯାଇଛି । ଏହି ଝିଅ ର ହାତ ଛୋଟ ବେଳେ ଜଳିଯାଇଥିଲା ଓ ତାର ପ୍ରଭାବ ପୁରା ହାତ ଉପରେ ପଡିଥିଲା । କାଚ ବାସନ ଦୋକାନ ସମ୍ଭାଳୁଥିବା ମୁକ୍ତା ର ବାପା ଇବ୍ରାହିମ୍ ହୁସେନ କହୁଛନ୍ତି ଯେ ମୁକ୍ତା ର ଅନେକ ସ୍ଥାନରେ ଚିକିତ୍ସା ହେଇଛି, ହେଲେ କିଛି ଫାଇଦା ମିଳିଲାନି ।

ଏଥିପାଇଁ ଏବେ ମୁକ୍ତା ର ଚିକିତ୍ସା ପାଇଁ ଢାକା ମେଡିକାଲ କଲେଜ ପାଖରେ ଥିବା ‘ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ଯୁନିଟ’ କୁ ଆଣିଛନ୍ତି । ହେଲେ ଅପରେସନ ପାଇଁ ତାଙ୍କ ଶାରୀରିକ ଅବସ୍ଥା ଠିକ୍ ନାହିଁ । ୭ ରୁ ୧୦ ଦିନ ଦେଖିଲା ପରେ ଅପରେସନ ବିଷୟରେ ବିଚାର କରାଯିବ । ଆପଣମାନଙ୍କୁ ଜଣେଇ ଦେଉଛୁ ଯେ ମୁକ୍ତା କୁ ମଙ୍ଗଳବାର ଦିନ ଢାକା ମେଡିକାଲ କଲେଜ ପାଖରେ ‘ବର୍ଣ୍ଣ ଏଣ୍ଡ ପ୍ଲାଷ୍ଟିକ ଯୁନିଟ’ ରେ ଭର୍ତ୍ତି କରାଯାଇଛି । ଜାଣିବାକୁ ସୂଚନା ମିଳିଛି ଯେ ବାଙ୍ଗ୍ଲାଦେଶ ର ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଟ୍ରି-ମ୍ଯାନ୍-ସିଣ୍ଡ୍ରୋମ ରୋଗରେ ଆକ୍ରାନ୍ତ ଝିଅ ମୁକ୍ତା ର ଚିକିତ୍ସା ପାଇଁ ସବୁ ଖର୍ଚ୍ଚ ବହନ କରିବେ ।

ଆପଣମାନଙ୍କୁ ଆମର ଏତିକି ଅନୁରୋଧ ଆପଣ ମାନେ ମଧ୍ୟ ଝିଅଟିର ଆରୋଗ୍ୟ କାମନା କରନ୍ତୁ । ଏଭଳି ରୋଗ ଭଗବାନ ଯେମିତି କାହାକୁ ନ ଦିଅନ୍ତୁ । ଏହି କୁନି ପିଲାଟିର ଜୀବନ ଭଲ ହେଇ ଯାଉ ଏତିକି ଭଗବାନଙ୍କ ପାଖରେ ପାର୍ଥନା ।

Related Articles

Leave a Reply

Your email address will not be published. Required fields are marked *

Back to top button