କ୍ରୀଡା

ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ୫ ବର୍ଷ ପର୍ଯ୍ୟନ୍ତ ଟିମ ବଦଳାଇ ପାରିବେନି ଖେଳାଳି

ଆଇପିଏଲ୍‌ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍‌ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ ଥିବା ବେଳେ ବିସିସିଆଇ ସମ୍ମୁଖରେ ବଡ଼ ଦାବି କରିଛନ୍ତି।

ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ ପୂର୍ବରୁ ମେଗା ନିଲାମ ଆୟୋଜିତ ହେବ । ଏଥର ଫ୍ରାଞ୍ଚାଇଜରମାନେ କେତେକ ଖେଳାଳିଙ୍କୁ ରିଟେନ କରିବା ବେଳେ ଅନ୍ୟମାନଙ୍କୁ ରିଲିଜ କରିବେ । ରିପୋର୍ଟ ମୁତାବକ ଆଇପିଏଲ ଫ୍ରାଞ୍ଚାଇଜରମାନେ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ଏଥିରେ ସେମାନେ ୩ଟି ନିୟମରେ ପରିବର୍ତନ କରିବାକୁ ଅନୁରୋଧ କରିଛନ୍ତି । ଫ୍ରାଞ୍ଚାଇଜରମାେନେ ମେଗା ନିଲାମ ଅବଧୀ ୫ ବର୍ଷକୁ ବୃଦ୍ଧି କରିବା ପାଇଁ କହିଛନ୍ତି । ପ୍ରତ୍ୟେକ ଟିମକୁ ୪ରୁ ୬ ଖେଳାଳିଙ୍କୁ ରିଟେନ କରିବା ପାଇଁ ଅନୁମତି ଦେବା ସହ ଅତି କମରେ ୮ ରାଇଟ ଟୁ ମ୍ୟାଚ ବିକଳ୍ପ ଦେବା ପାଇଁ କହିଛନ୍ତି ।

ସମସ୍ତ ଟିମ୍‌ର ଦାବି ମୁତାବକ, ପ୍ରତି ୫ ବର୍ଷରେ ଥରେ ମେଗା ଅକ୍ସନ କରାଯିବା ଉଚିତ। ମେଗା ଅକ୍ସନ ପୂର୍ବରୁ ୪ ନଚେତ ୬ ଖେଳାଳିଙ୍କୁ ରିଟେନ କରିବାର ଅନୁମତି ମିଳିବା ଆବଶ୍ୟକ। ସେହିଭଳି ତୃତୀୟ ଦାବିରେ ୮ ଖେଳାଳିଙ୍କୁ ଦଳରେ ସାମିଲ କରିବା ଲାଗି ଆର୍‌ଟିଏମ୍‌(ରାଇଟ୍‌ ଟୁ ମ୍ୟାଚ୍‌) ବିକଳ୍ପ ମିଳିବା ଆବଶ୍ୟକ ବୋଲି କୁହାଯାଇଛି।

୫ ବର୍ଷରେ ମେଗା ଅକ୍ସନ ହେଲେ ଟିମ୍‌ଗୁଡ଼ିକୁ ଯୁବ କ୍ରିକେଟର ଖୋଜିବାକୁ ସମୟ ମିଳିବ। ଏହାଛଡ଼ା ଖେଳାଳିଙ୍କ ଉପରେ କରାଯାଇଥିବା ନିବେଶର ଲାଭ ଟିମ୍‌ ପାଇବେ। କାରଣ ବର୍ତ୍ତମାନ ସରେ ୩ ବର୍ଷ ଧରି ଖେଳାଳିଙ୍କୁ ପ୍ରସ୍ତୁତ କରିବା ପରେ ଅନ୍ୟ ଦଳକୁ ଚାଲିଯିବାର ଭୟ ଫ୍ରାଞ୍ଚାଇଜମାନଙ୍କ ପାଖରେ ରହିଛି।

ମେଗା ନିଲାମ ଅବଧୀରେ ବୃଦ୍ଧି ଘଟିଲେ ଯୁବ ଏବଂ ଅନକ୍ୟାପେଡ ଖେଳାଳିଙ୍କୁ ପ୍ରସ୍ତୁତ ହେବା ପାଇଁ ଉପଯୁକ୍ତ ସମୟ ପ୍ରଦାନ କରିବ । ଏବେ ମେଗା ନିଲାମ ୩ ବର୍ଷରେ ଥରେ ହେଉଛି । ଆଇପିଏଲ ଆୟୋଜକ କମିଟି ଏବଂ ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରାଯାଇ ନାହିଁ । ଏଥର ମେଗା ନିଲାମରେ ପ୍ରାୟ ପ୍ରତ୍ୟେକ ଟିମର ରୂପରେଖ ବଦଳିଯିବା ସମ୍ଭାବନା ରହିଛି । ଫ୍ରାଞ୍ଚାଇଜରମାନଙ୍କ ଅନୁରୋଧ ଆୟୋଜକ କମିଟି ଗ୍ରହଣ କରୁଛି କି ନାହିଁ ତାହା ନିଲାମ ବେଳେ ଜଣାପଡିବ ।

ଦଳଗୁଡ଼ିକ ରାଇଟ୍‌ ଟୁ ମ୍ୟାଚ୍‌ ବିକଳ୍ପ ଚାହୁଁଛନ୍ତି। ଏହାଦ୍ୱାରା ଖେଳାଳିଙ୍କ ମାର୍କେଟ ପ୍ରାଇସ୍‌ ଉପରେ ତାଙ୍କୁ ରିଟେନ କରି ଦଳରେ ରଖିହେବ। ଏମିତିରେ ଖେଳାଳିଙ୍କୁ କ୍ଷତି ନ ହେବା ସହ ଦୀର୍ଘ ସମୟ ଧରି ସେମାନେ କୋର୍‌ ଟିମ୍‌ରେ ବଜାୟ ରହିପାରିବେ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button