ସ୍ୱାସ୍ଥ୍ୟ

3 ଦିନ ଏହାକୁ ସୋରିଷ ତେଲରେ ମିଶାଇ ଲଗାନ୍ତୁ, ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାରୁ ଉପଶମ ପାଇବେ

ଆଜିର ସମୟରେ ଆଁଠୁ ଗଣ୍ଠି ବ୍ୟଥା ସମସ୍ଯା ବା ଜଏଣ୍ଟ ପେନ୍ ସମସ୍ୟାରେ ଅନେକ ଲୋକ ପୀଡିତ ଅଟନ୍ତି । ଏହି ସମସ୍ଯା ଥିଲେ ବହୁତ କଷ୍ଟ ଭୋଗ କରିବାକୁ ପଡିଥାଏ । ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ଆଁଠୁ ଗଣ୍ଠି ତଥା ଯୋଡେଇ ସ୍ଥାନ ଗୁଡିକରେ ଯନ୍ତ୍ରଣା ହେବା ଆରମ୍ଭ ହୋଇ ଯାଇଥାଏ ଓ ଏହା ଖୁବ କଷ୍ଟଦାୟକ ହୋଇଥାଏ । ଏହି କଷ୍ଟକୁ ଦୂର କରିବା ପାଇଁ ଆପଣ ଯେତେ ପ୍ରକାରର ଔଷଧ ସେବନ କଲେ ମଧ୍ୟ ସେଥିରୁ କୌଣସି ପ୍ରକାର ସୁଫଳ ମିଳି ନ ଥାଏ ।

ତେବେ ଆପଣଙ୍କର ଏହି ଜଏଣ୍ଟ ପେନ୍ ସମସ୍ୟାକୁ ଦୂର କରିବା ପାଇଁ ଆମେ ଆଜି ଏକ ପ୍ରାକୃତିକ ଏବଂ ଘରୋଇ ଉପାୟ ନେଇ ଆସିଛୁ । ଯାହାକୁ କେବଳ ତିନି ଦିନ ପ୍ରୟୋଗ କରିବା ଦ୍ଵାରା ଆପଣଙ୍କୁ ଏଥିରୁ ସୁଫଳ ମିଳିବା ଆରମ୍ଭ ହୋଇଯିବ । ଏହି ଉପଚାରଟି ବହୁତ ଉପଯୋଗୀ ଅଟେ ଏବଂ ପୁରାତନ କାଳରୁ ଆଁଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ଏହାର ବ୍ୟବହାର ହୋଇ ଆସୁଛି । ଏଥିରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଆପଣଙ୍କୁ ଅତି ସହଜରେ ନିଜ ରୋଷେଇ ଘରେ ମିଳିଯିବ । ଏହି ଉପଚାରତି ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ ସୋରିଷ ତେଲ ।

ଆପଣ ପ୍ରଥମେ ଏକ ପ୍ୟାନ ନେଇ ସେଥିରେ ୫୦ ଗ୍ରାମ ସୋରିଷ ତେଲ ଗରମ କରନ୍ତୁ ଓ ୪-୫ଟି ରସୁଣକୁ ହାଲୁକା ଛେଚି ସେଥିରେ ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ହେବ କଳାଜୀରା ଏକ ଚାମୁଚ କଳାଜୀରା ସେହି ପ୍ୟାନରେ ପକାନ୍ତୁ । ତାପରେ ବାରମାସୀ ସଜନା ଗଛର ଛାଲି ବା ବକଳ ଖଣ୍ଡେ ନେଇ ସେଥିରେ ପକାଇ ଏହାକୁ ୫ ରୁ ୬ ମିନିଟ ପର୍ଯ୍ୟନ୍ତ କମ ଆଞ୍ଚରେ ଭଲ ଭାବେ ଫୁଟାନ୍ତୁ ।

ଯେମିତି ଏହି ସମସ୍ତ ସାମଗ୍ରୀର ପୋଷକତତ୍ତ୍ଵ ସୋରିଷ ତେଲକୁ ଆସିଯିବ । ଏହି ଉପଚାରଟି ସଂପୂର୍ଣ୍ଣ ଆୟୁର୍ବେଦିକ ଅଟେ ଏବଂ ଏହା ଆପଣଙ୍କ ଜଏଣ୍ଟ ପେନ୍ କୁ ଦୂର କରିବାରେ ରାମବାଣ ପରି କାମ କରିବ । ଭଲ ଭାବେ ଫୁଟିବା ପରେ ଏହାକୁ ଗ୍ଯାସ ରୁ ଓହ୍ଲାଇ ହାଲୁକା ଉଷୁମ ରହିବା ପର୍ଯ୍ୟନ୍ତ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ ।

ଆପଣ ଚାହିଁଲେ ଏହାକୁ ନ ଛାଣି ମଧ୍ୟ ସେହିପରି ରଖି ପାରିବେ । ହାଲୁକା ଉଷୁମ ଥିବା ଅବସ୍ଥାରେ ଆପଣ ଏହି ତେଲକୁ ଜଏଣ୍ଟ ପେନ୍ ହେଉଥିବା ସ୍ଥାନରେ ଭଲ ଭାବେ ମାଲିସ କରନ୍ତୁ । ରାତି ସମୟରେ ଏହି ତେଲରେ ଭଲ ଭାବେ ମାଲିସ କରି ରାତି ସାରା ସେହିପରି ଛାଡି ଦିଅନ୍ତୁ ।

ଦିନ ବେଳେ ମଧ୍ୟ ଯେତେବେଳେ ଇଚ୍ଛା ଆପଣ ଏହି ତେଲକୁ ପ୍ରୟୋଗ କରି ପାରିବେ । ଦିନରେ ଦୁଇରୁ ତିନି ଥର ଏହି ତେଲକୁ ପ୍ରୟୋଗ କରିବା ଦ୍ଵାରା ଆପଣ ଶୀଘ୍ର ଉପଶମ ପାଇ ପାରିବେ ।  ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟେ ଲାଇକ୍ କରିଦେବା ସହ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button