କ୍ରୀଡା

ନାଗପୁର ଟେଷ୍ଟର ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ, ଜାଡେଜାଙ୍କ ୫ ଓ୍ବିକେଟ୍ ପରେ ଚାଲିଲା ରୋହିତଙ୍କ ବ୍ୟାଟ୍

ନାଗପୁର: ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଭାରତୀୟ ସ୍ପିନରଙ୍କ ଆଗରେ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ଅପ୍ ସଂଘର୍ଷ କରିଥିଲା । ଦଳ ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୭୭ ରନ୍ ସଂଗ୍ରହ କରିଛି।

ପ୍ରଥମ ଦିନର ଖେଳ ଶେଷ ହେବା ପୂର୍ବରୁ ଭାରତ କେଏଲ୍ ରାହୁଲଙ୍କ ୱିକେଟ୍ ହରାଇଥିଲା। ରାହୁଲ ୨୦ ରନ୍ କରି ଆଉଟ୍ ହୋଇଥିଲେ । ଟଡ୍ ମର୍ଫି ରାହୁଲଙ୍କ ୱିକେଟ୍ ନେଇଥିଲେ । ତେବେ କ୍ୟାପଟେନ ରୋହିତ ଶର୍ମା ୫୬ ରନ୍ କରି ଅପରାଜିତ ରହିଛନ୍ତି । ତାଙ୍କ ସହିତ ରବିଚନ୍ଦ୍ରନ୍ ଅଶ୍ୱିନ୍ କୌଣସି ରନ୍ ନ କରି କ୍ରିଜରେ ଅଛନ୍ତି ।

ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲୀୟ ଦଳ ଭାରତୀୟ ସ୍ପିନରଙ୍କ ସାମ୍ନାରେ ଅସହାୟ ମନେ ହୋଇଥିଲା । ଦଳର ପ୍ରଥମ ଇନିଂସ୍ ମାତ୍ର ୧୭୭ ରନରେ ସୀମିତ ରହିଥିଲା ।

ଅଷ୍ଟ୍ରେଲିଆର କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ମାର୍ନସ ଲାବୁସେନ ସର୍ବାଧିକ ୪୯ ରନ୍ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ ୩୭, ଆଲେକ୍ସ କେରି ୩୬ ଓ ହ୍ୟାଣ୍ଡସକମ୍ବ ୩୧ ରନ୍ କରିଥିଲେ।

ଆଘାତ ସମସ୍ୟାରୁ ସଫଳ ପ୍ରତ୍ୟାବର୍ତ୍ତନ କରି ରବୀନ୍ଦ୍ର ଜାଡେଜା ଭାରତ ପକ୍ଷରୁ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ୩ଟି ୱିକେଟ୍ ପାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button