ଜୀବନଶୈଳୀ

ପିଲାଙ୍କ ପାଠ ପଢା ପାଇଁ ଆପଣ ଚିନ୍ତିତ ! ହଳଦୀ ଦ୍ଵାରା ଆଣନ୍ତୁ ନିଜ ପିଲାଙ୍କ ପଢାରେ ବଡ ପରିବର୍ତ୍ତନ

ଶିକ୍ଷା ଅଟେ ମହାଧନ । ବାଳକେ କର ଉପାର୍ଜନ । ହଁ ବନ୍ଧୁଗଣ ଶିକ୍ଷାର ସମସ୍ତଙ୍କୁ ଆବଶ୍ୟକତା ରହିଥାଏ । ଶିକ୍ଷା ଏଭଳି ଏକ ଜିନିଷ ହୋଇଥାଏ । ଯାହା ବ୍ୟକ୍ତିକୁ ସାରା ଜୀବନ ଶିଖିବାର ଦରକାର ପଡିଥାଏ । ହେଲେ ଆଜିକାଲିର ଅନେକ ପିଲା ମୋବାଇଲ ନିଶାରେ ଏମିତି ବୁଡି ରହୁଛନ୍ତି । ଯେ ସେମାନଙ୍କର ପାଠ ପ୍ରତି ଜମାରୁ ମଧ୍ୟ ଟିକିଏ ଆଗ୍ରହ ଆସୁନାହିଁ । ସେମାନେ ଦିନ ରାତି ଖାଲି ମୋବାଇଲ ମଧ୍ୟରେ ବୁଡି ରହୁଛନ୍ତି ।

ତେବେ ଯେଉଁ ବାପା, ମାଆ ମାନେ ନିଜ ପିଲାଙ୍କ ପାଠ ପଢାକୁ ନେଇ ଚିନ୍ତିତ ରହୁଥାନ୍ତି । ସେମାନଙ୍କୁ ଏଭଳି କିଛି ଉପାୟକୁ ଆପଣାଇ ନିଜ ପିଲାଙ୍କୁ ଠିକ ବାଟକୁ ଆଣିବାର ଆବଶ୍ୟକତା ରହିଛି । ସେଥିପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ ଆସନ୍ତୁ ଜାଣିବା ।

ପିଲାଙ୍କୁ ଖଟ ଉପରେ ବସି ପଢିବାକୁ ମନା କରନ୍ତୁ । କାରଣ ଖଟ ଉପରେ ବସିକି ପଢିବା ଦ୍ଵାରା ଅନେକ ପିଲାଙ୍କୁ ପାଠ ଅଧାରୁ ନିଦ ମାଡି ଆସିଥାଏ । ସେମାନେ ପାଠ ଛାଡି ଶୋଇ ପଡିଥାନ୍ତି । ତେଣୁ ପଢିବା ପାଇଁ ଏକ ସ୍ଵତନ୍ତ୍ର ସ୍ଥାନର ବନ୍ଦୋବସ୍ତ ପିଲାଙ୍କ ପାଇଁ କରନ୍ତୁ । ଯେଉଁ ଘରେ ପିଲା ପାଠ ପଢୁଛନ୍ତି । ସେହି ଘରେ ପ୍ରଭୁ ଗଣେଶ ଓ ମାତା ସରସ୍ଵତୀଙ୍କ ଫୋଟ ଆଣି ରଖନ୍ତୁ । ପ୍ରତିଦିନ ପ୍ରଭୁ ଗଣେଶ ଓ ମାତା ସରସ୍ଵତୀଙ୍କୁ ଫୁଲ ଚନ୍ଦନ ଦେଇ ପୂଜା ପ୍ରାର୍ଥନା କରି ପିଲା ମାନଙ୍କୁ ପଢିବାକୁ କୁହନ୍ତୁ ।

ପଢୁଥିବା ବହି ଖାତାକୁ ସବୁବେଳେ ସଜାଡି କରି ରଖନ୍ତୁ । କାରଣ ଏଭଳି ଛୋଟ ଛୋଟ ଭଲ ଅଭ୍ଯାସ ଦ୍ଵାରା ପିଲା ମାନେ ବହୁତ କିଛି ଭଲ ଶିକ୍ଷଣୀୟ କଥା ଶିଖିବାକୁ ପାଇଥାନ୍ତି । ଏଥିସହ ପିଲା ମାନଙ୍କର ପାଠରେ ମନ ଲଗାଇବା ପାଇଁ ଆପଣ ଏହି ଉପାୟକୁ କରି ଦେଖନ୍ତୁ । ଯେତେବେଳେ ପିଲା ପଢିବାକୁ ବସୁଛନ୍ତି । ସେତେବେଳେ ସାମାନ୍ୟ ହଳଦୀଗୁଣ୍ଡରେ କିଛି ଗଙ୍ଗା ଜଳ ମିଶାଇ ତାହାକୁ ପିଲାର ବୃଦ୍ଧା ଆଙ୍ଗୁଠି ଓ ତର୍ଜନୀ ଆଙ୍ଗୁଠିରେ ଲଗାଇ ଦିଅନ୍ତୁ ।

ଅଳ୍ପ ସମୟ ତାହା ଶୁଖିଯିବ । ତେବେ ସେହି ହଳଦୀ ଲଗାଇ ସେହିପରି ପିଲାଙ୍କୁ ଲେଖିବାକୁ ପଢିବାକୁ କୁହନ୍ତୁ । କାରଣ ହଳଦୀ ଲଗାଇ ପିଲା ଯଦି ପାଠ ପଧାରେ ବସନ୍ତି । ତେବେ ତାଙ୍କ ଉପରେ ଗୁରୁ ବୃଷପତ୍ତିଙ୍କର ପ୍ରଭାବ ପଡିଥାଏ । ଯାହା ଫଳରେ ତାଙ୍କର ବୁଦ୍ଧିବିଦ୍ୟା ବଢିବା ସହ ପିଲାଙ୍କର ଧୀରେ ପାଠ ପଢାରେ ଆଗ୍ରହ ବଢିଥାଏ । ଏଥିସହ ଶୁକ୍ର ଗ୍ରହର ପ୍ରଭାବ ପିଲାଙ୍କ ଉପରୁ କମିଥାଏ ।

କାରଣ ଯେଉଁ ପିଲାଙ୍କ ଉପରେ ଶୁକ୍ରଙ୍କର ପ୍ରଭାବ ଅଧିକ ରହିଥାଏ । ସେମାନେ ପାଠ ପଢା ଛାଡି ଅଧିକ ସମୟ ଭୋଗ ବିଳାସରେ ବୁଡି ରହିବାକୁ ପସନ୍ଦ କରିଥାନ୍ତି । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button