କରୋନା

କରୋନା ର ଆତଙ୍କ ! ଭାରତୀୟ ସେନା ରେ ମଧ୍ୟ କରୋନା ଭାଇରସର ଦସ୍ତକ, ଲଦାକ ସେନା ରେ କରୋନା ଭାଇରସ ଦ୍ଵାରା ଜଣେ ପୀଡିତ

କରୋନା ଆତଙ୍କ ଦ୍ଵାରା ଭାରତୀୟ ସେନା ମଧ୍ୟ ଅସୁରକ୍ଷିତ ଅଛନ୍ତି, ଭାରତୀୟ ସେନାରେ ମଧ୍ୟ କରୋନା ଭାଇରସ ପୁଷ୍ଟି ହୋଇଛି, କୁହା ଯାଉଛି ଯେ କିଛି ସମୟ ତଳେ ସେହି ଜବାନଙ୍କ ପିତା ଇରାନ ଯାତ୍ରା ଯେ ଯାଇଥିଲେ, ସେଠୁ ଫେରି ସେ ନିଜ ଘରେ ଥିଲେ ଓ ସେହି ସମୟରେ ଛୁଟି ନେଇ ଜବାନ ଜଣଙ୍କ ଘରକୁ ଯାଇଥିଲେ, ତା [ଆରେ ସେ ଯେତେବେଳେ ସେନାରେ ଯୋଗ ଦେଲେ ତାଙ୍କ ଶରୀର ଅସୁସ୍ଥ ହୋଇଥିଲା ଓ ଯାଞ୍ଚ କଲା ପରେ କରୋନା ଭାଇରସ ଚିହ୍ନଟ କରା ଯାଇଛି, ଜବାନକୁ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି ଓ ତାଙ୍କ ଘରେ ତାଙ୍କ ଭଉଣୀ ଓ ସ୍ତ୍ରୀକୁ ଅଲଗା ଅଲଗା ରଖା ଯାଇଛି ।

ଖବର ଅନୁଯାଇ ବୁଧବାରକୁ ଲେହରେ ଗୋଟେ ୩୪ ବର୍ଷୀୟ ସୈନିକକୁ କରୋନା ଭାଇରସ ଚିହ୍ନଟ କରା ଯାଇଛି, ଆର୍ମିରେ କରୋନା କେସ ଏହା ପ୍ରଥମ ଅଟେ ।

କୁହାଯାଉଛି ଯେ ଲେହ ର ଚୁହୋତ ଗାଁ ରେ ରହୁଥିବା ଏହି ଜବାନ ନିଜ ପିତା ସମ୍ପର୍କ ରେ ଆସିଥିଲେ, ପିତା ଆଗରୁ ସଂକ୍ରମଣ ଶିକାର ହୋଇ ଯାଇଥିଲେ । ତାଙ୍କ ପିତା ୨୦ ଫେବୃଆରୀ ରେ ଇରାନ ତୀର୍ଥଯାତ୍ରା କରିକି ଫେରିଥିଲେ, ୨୯ ଫେବୃଆରୀ ରେ ତାଙ୍କୁ ଲଦାକ ହାର୍ଟ ଫାଉଣ୍ଡେସନ ରେ ଅଲଗା ରଖା ଯାଇଛି । ଜବାନ ୨୫ ଫେବୃଆରୀ ଠାରୁ ଛୁଟି ରେ ଥିଲେ ଓ ୨ ମାର୍ଚକୁ ଡ୍ଯୁଟି କୁ ଫେରିଥିଲେ, ୧୬ ମାର୍ଚରେ ଜବାନ ଯାଞ୍ଚ କରା ଗଲା ଓ ପରିଣାମ ପଜେଟିବ ଆସିଛି, ସୋନମ ନୂରବୋ ମେମୋରିୟଲ ହସ୍ପିଟଲ ରେ ସୈନିକକୁ ଅଲଗା ରଖା ଯାଇଛି, ଭଉଣୀ, ସ୍ତ୍ରୀ ଓ ତାଙ୍କ ଦୁଇଟି ଛୁଆଙ୍କୁ ମଧ୍ୟ ଅଲଗା ରଖା ଯାଇଛି ।

ଏବେ ସମସ୍ତଙ୍କୁ ସତର୍କ ହୋଇ ରହିବା ଉଚିତ ପ୍ରାୟତଃ ଯିଏ ବାହାର ଜାଗାରୁ ଆସୁଛନ୍ତି ତାଙ୍କ ଠାରୁ ଦୂରେଇ ରୁହନ୍ତୁ ଓ ସଫା ସୁତୁରା ଜାଗାରେ ବାସ କରନ୍ତୁ କୌଣସି ଭିଡ ଜାଗାରେ ଯାଆନ୍ତୁ ନାହିଁ ଏହା ଆପଣଙ୍କ ପାଇଁ ଭଲ ଅଟେ । ବାରମ୍ବାର ହାତ ଧୁଅନ୍ତୁ କୌଣସି ଜିନିଷ ଛୁଇଁଲା ପରେ ବିନା ହାତ ଧୋଇ ନିଜ ମୁହଁ ରେ ହାତ ମାରନ୍ତୁ ନାହିଁ । ଏହି ଭାଇରସ ଠାରୁ ବଞ୍ଚିବା ପାଇଁ ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ, କୌଣସି ଜିନିଷ ଛୁଇଁବା ପରେ ତୁରନ୍ତ ହାତ ଧୁଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button