ବିଚାର

ଏହି ଗୋଟିଏ ଭୁଲ ପାଇଁ କଦାପି ମିଳି ନଥାଏ ବ୍ୟକ୍ତିକୁ କ୍ଷମା

ଚାଣକ୍ୟଙ୍କ ନୀତି ଅନୁସାରେ କିଛି ଭୁଲ କୁ ପାପ ସଦୃଶ ଧରା ଯାଇଥାଏ, ଏଭଳି ପାପ ଯୋଗୁଁ ଭଗବାନ ଙ୍କ ନିକଟରେ ମଧ୍ୟ କ୍ଷମା ମିଳିନଥାଏ l ତେଣୁ ଜୀବନ ରେ ସେହିଭଳି କିଛିଟା ଭୁଲ କୁ ବ୍ରହ୍ମ ହତ୍ୟା ସହିତ ତୁଳନା କରାଯାଇ ଥାଏ l

– ଯେଉଁ ବ୍ୟକ୍ତି ପିତାମାତା ଙ୍କୁ ଅସନମାନ କରିଥାଏ ଏବଂ ଅପଶବ୍ଦ ପ୍ରୟୋଗ କରିଥାଏ ସେହିଭଳି ବ୍ୟକ୍ତିର ଏଭଳି ଭୁଲ କୁ ବ୍ରହ୍ମ ହତ୍ୟା ସହିତ ତୁଳନା କରାଯାଇ ଥାଏ l

– ଯେଭଳି ଧନୁ ରୁ ତୀର ବାହାରିଯିବା କଦାପି ଫେରି ଆସି ନଥାଏ , ସେହିଭଳି ପାଟିରୁ ବାହାରି ଯାଇଥାଏ ଶବ୍ଦ କଦାପି ଫେରି ନଥାଏ , ତେଣୁ ଶବ୍ଦ ର ପ୍ରୟୋଗ ଦେଖିଚାହିଁ ବ୍ୟବହାର କରିବା ଜରୁରୀ l

– ଅନେକ ସମୟରେ ଆମେ କ୍ରୋଧର ବଶବର୍ତ୍ତୀ ହୋଇ ପିତାମାତା ଙ୍କୁ ଅପଶବ୍ଦ ପ୍ରୟୋଗ କରିଥାଏ , ଯେତେବେଳେ ମନ ଶାନ୍ତ ହୋଇଥାଏ ସେତେବେଳେ ବ୍ୟକ୍ତି ପଶ୍ଚାତାପ କରିବା ଛଡା ଆଉକିଛି ନଥାଏ l

– ସବୁର ମୂଳରେ କ୍ରୋଧ ହେଉଛି ମୁଖ୍ୟ ତେଣୁ ମଣିଷ କ୍ରୋଧ କୁ ସର୍ବଦା ନିୟନ୍ତ୍ରଣ କରିବା ଜରୁରୀ l ଯେପରିକି ଆମ ପାଟିରୁ ବାହାରୁଥିବା କୌଣସି ଶବ୍ଦ କାହାକୁ କଷ୍ଟ ନଦେଉ ଏବଂ ଆମେ କୌଣସି ଅଭିଶାପ ର ଶିକାର ନହେଉ l

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button