ଓଡିଶା

ଫସଲ ସୁରକ୍ଷା ପାଇଁ ବିଦ୍ୟୁତ ତାରରେ ଲାଗି ଚାଷୀଙ୍କ ମୃତ୍ୟୁ

ବାଲିପାଟଣା : ସାମନ୍ୟ ଅସାବଧାନତା ପାଇଁ ବିଦ୍ୟୁତ ଆଘାତରେ ଜଣେ ଯୁବ ଚାଷୀଙ୍କ ଜୀବନ ଯାଇଛି। ସେ ହେଲେ ବାଲିପାଟଣା ଥାନା ମାର୍ଥାପୁର ପଞ୍ଚାୟତ ସୁମୁଦୀ ଗ୍ରାମର ସୁରେଶ ଭୋଇ ଓରଫ ବୁଲୁ ( ୩୨ ) । ପୁଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରୀ ରଖି ଶବ ବ୍ୟବଛେଦ ପାଇଁ ପ୍ରୟାସ ଆରମ୍ଭ କରିଛି ।

ସୂଚନା ଅନୁସାରେ ବୁଲୁ ଗାଁ ନିକଟ କୁସଭୁଦ୍ରା ନଦୀ ପଠାରେ ଘର କରି ରହିବା ସହ କଦଳୀ ଚାଷ କରିଥିଲେ।

ତାଙ୍କ କିଆରୀ ରୁ ବାରମ୍ବାର କଦଳୀ କାନ୍ଦି ଚୋରି ହେଉଥିଲା | ସୁରକ୍ଷା ଦୃଷ୍ଟିରୁ ସେ ଫସଲ ବିଲର ଚାରି ପଟେ ଜିଆଇ ତାର ବାନ୍ଧି ସେଥିରେ ଲାଇନ ସଂଯୋଗ ଦେଇଥିଲେ।

ଗୁରୁବାର ଭୋର ସମୟରେ ବୁଲୁ ପଠାକୁ ଶୌଚ ଲାଗି ଯିବା ସମୟରେ ନିଜେ ବିଛାଇଥିବା କରେଣ୍ଟ ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ଶରୀର ର ବିଭିନ୍ନ ସ୍ଥାନରେ ପୋଡା ଦାଗ ଦେଖାଯାଇଛି। ବୁଲୁଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ନ ଥିଲା। ତାଙ୍କର ପତ୍ନୀ ଏବଂ ୨ ସନ୍ତାନ ଏବେ ସମ୍ପୂର୍ଣ ଅସହାୟ ହୋଇ ପଡିଛନ୍ତି |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button