ଭର୍ଟିଗୋ ଆଟାକ୍ କଣ ? ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ…

ଭୁବନେଶ୍ଵର, ୦୨/୦୮ : ଶରୀର ଅଛି ତ ରୋଗ ରହିବ । ଏଥିପାଇଁ ବ୍ୟସ୍ତ ହେବା ଅନାବଶ୍ୟକ । କିନ୍ତୁ ସଚେତନ ରହିବା ଜରୁରି । ବେଳହୁଁ ସାବଧାନ ରହିଲେ ହିଁ ରୋଗର ମୁକାବଲା କରିବା ସହଜ ହୋଇଥାଏ । ଶରୀରରେ କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଯାହାଦ୍ୱାରା ଯେକୌଣସି ରୋଗର ଚିକିତ୍ସା ସମ୍ଭବ ହୋଇପାରିବ ।
ଯେମିତିକି ଭର୍ଟିଗୋ ଆଟାକ୍ । ଏହି ଆଟାକ୍ ହେବା ସମୟରେ ଦୁନିଆ ଘୂରୁଥିବା ପରି ଅନୁଭବ ହୋଇଥାଏ । ଏହାର ନିରାକରଣ ସମ୍ଭବ ନୁହେଁ, କେବଳ ଚିକିତ୍ସା ଦ୍ୱାରା ଭର୍ଟିଗୋ ଆଟାକ୍କୁ ନିୟନ୍ତ୍ରିତ କରାଯାଇପାରେ ।
ଭର୍ଟିଗୋ ଆଟାକ୍ କ’ଣ ?
ଭର୍ଟିଗୋ ହେଉଛି ଏକ ଅସନ୍ତୁଳନ ଅନୁଭବ । ଯେତେବେଳେ ଏହି ଆଟାକ୍ ଆସେ, ବ୍ୟକ୍ତି ଅନୁଭବ କରିଥାଏ ଯେ ସେ ନିଜେ ଘୁରୁଛି ଅବା ତା’ ଚାରିପାଖ ଦୁନିଆ ଘୁରୁଛି ।
କାରଣ
ଭର୍ଟିଗୋ ହେଲେ ମୁଖ୍ୟତଃ କାନ ଭିତରେ ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଅନ୍ୟାନ୍ୟ କେତେକ କାରଣ ମଧ୍ୟ ରହିଛି ।
ପ୍ରାରମ୍ଭିକ ପର୍ଯ୍ୟାୟରେ ପାରୋକ୍ସାଇମସାଲ ପୋଜିସନାଲ୍ ଭର୍ଟିଗୋର ଅନ୍ୟତମ କାରଣ । ଭର୍ଗିଗୋ ହେଲେ କ୍ଷୁଦ୍ର କ୍ୟାଲସିୟମ୍ କଣିକାଗୁଡିକ ଭିତର କାନ ବା ଅର୍ନ୍ତଃ କାନ ପାଣି ଭିତରେ ବୁଲୁଥାଏ । ସେଗୁଡିକ ସ୍ଥିର ନ ହେବା ପର୍ଯ୍ୟନ୍ତ ଶରୀରକୁ ଅସନ୍ତୁଳିତ କରି ରଖିଥାଏ । ବିଭିନ୍ନ ପ୍ରକାରର ବ୍ୟାୟାମ ଦ୍ୱାରା ଏହାକୁ ସ୍ଥିର କରାଯାଇପାରେ । ସେହିପରି ଡାକ୍ତରଙ୍କ ପରାମର୍ଶ ଦ୍ୱାରା ଋକ୍ଟ୍ରକ୍ଷରଚ୍ଚ ଜ୍ଞବଦ୍ଭରଙ୍କଙ୍ଖରକ୍ସ ମାଧ୍ୟମରେ ମଧ୍ୟ ଏହି ଅବସ୍ଥାକୁ ସନ୍ତୁଳିତ କରାଯାଇଥାଏ । ମୁଣ୍ଡ ଓ ଶରୀରର ଗତିବିଧି ବିଷୟରେ ଭିତର କାନ ମସ୍ତିଷ୍କକୁ ସଙ୍କେତ ପଠାଇଥାଏ, ଯାହା ବ୍ୟକ୍ତିକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ ।
ଶରୀରକୁ ରକ୍ତ ପ୍ରବାହର ମାତ୍ରା କମିବା ଦ୍ୱାରା ରକ୍ତଚାପ ମଧ୍ୟ କମିଯାଇଥାଏ । ଫଳରେ ଭର୍ଟିଗୋ ଆଟାକ୍ ଆସିପାରେ । ଏହାଦ୍ୱାରା ମୁଣ୍ଡ ବୁଲାଇଥାଏ । ଲଗାତାର କାମ କରିବା ଯୋଗୁ ଖାଇବାପିଇବାରେ ଅବହେଳା କରିବା ଭର୍ଟିଗୋର ବଡ଼ କାରଣ । କାରଣ ଏପରି କାମ କରିବା ଦ୍ୱାରା ଶରୀରକୁ ଆବଶ୍ୟକ ଶକ୍ତି ମିଳିପାରି ନଥାଏ, ଯାହା ଶରୀର ପାଇଁ ଆବଶ୍ୟକ ।
ବହୁତ ଗୁଡାଏ ଚିନ୍ତା କରିବା ମଧ୍ୟ ଏହି ରୋଗର ଅନ୍ୟତମ କାରଣ । ବିଶେଷଜ୍ଞଙ୍କ ମତରେ ଭର୍ଟିଗୋର ପ୍ରଭାବ କିଛି ସମୟ ପାଇଁ ରହିପାରେ ଅଥବା ଦୀର୍ଘ ସମୟ ମଧ୍ୟ ରହିପାରେ ।
ଭେଷ୍ଟିବୁଲାର ନ୍ୟୁରାଇଟିସ୍- ଏହା କାନ ଭିତରର ଏକ ସଂକ୍ରମଣଜନିତ ସମସ୍ୟା, ଯାହା କାନ ଭିତରେ ସ୍ନାୟୁ ଚାରିପଟେ ପ୍ରଦାହ ସୃଷ୍ଟି କରେ । କାନ ଭିତରେ ଥିବା ସେହି ସ୍ନାୟୁଗୁଡିକ ଆମକୁ ସନ୍ତୁଳିତ କରି ରଖିବାରେ ସାହାଯ୍ୟ କରିଥାନ୍ତି । କିନ୍ତୁ ପ୍ରଦାହ କାରଣରୁ ସେମାନେ ସନ୍ତୁଳନ ରକ୍ଷା କରିପାରି ନଥାନ୍ତି ।
ମୋନିୟାର୍ସ ରୋଗ କାରଣରୁ ମଧ୍ୟ ଭର୍ଟିଗୋ ହୋଇଥାଏ ।
ଲକ୍ଷଣ
- ମୁଣ୍ଡ ବୁଲାଇବା, ଆଖି ଆଗରେ ଚାରିଆଡେ ଅନ୍ଧାର ଦେଖା ଦେବା
- ମାତ୍ରାଧିକ ଝାଳ ବାହାରିବା
- ବାନ୍ତି ହେବା
- କାନ ଭିତରେ କିଛି ଆବାଜ୍ ଶୁଭିବା
- ସାରା ଦିନ ଦୁର୍ବଳ ଅନୁଭବ କରିବା
- କୌଣସି ଆବାଜ୍ ଶୁଣିଲେ ମୁଣ୍ଡବିନ୍ଧା ହେବା
- ଚାଲିବାରେ ସନ୍ତୁଳନ ନ ରହିବା
- କମ୍ ଶୁଭିବା
- ଉଚ୍ଚତାରୁ ତଳକୁ ଦେଖିଲେ ଭୟ ଲାଗିବା
- ସବୁବେଳେ ପଡିବା ପରି ଅନୁଭବ କରିବା
ଚିକିତ୍ସା
ଭର୍ଟିଗୋ ଆଟାକ୍ ହେଲେ ଡାକ୍ତର କିଛି ଦିନ ପାଇଁ ଆରାମ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ଦ୍ୱାରା ରୋଗୀକୁ ଆରାମ ମିଳିଥାଏ । ଯଦି ରୋଗୀ କୌଣସି ଜିନିଷକୁ ନେଇ ଚିନ୍ତାରେ ରହୁଥାଏ, ତେବେ ତୁରନ୍ତ ମନୋଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍।