ଦେଶ ବିଦେଶ

ଭୂକମ୍ପରେ ଥରିଲା ଫିଲିପିନ୍ସ, ଲୋକେ ଭୟଭୀତ

ନୂଆଦିଲ୍ଲୀ,୦୩/୮: ଭୟଙ୍କର ଭୂମିକମ୍ପରେ ଥରିଲା ଫିଲିପିନ୍ସ। ମିଣ୍ଡାନାଓ ଦ୍ୱୀପର ପୂର୍ବ ଉପକୂଳରେ ଆଜି ଭୟଙ୍କର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରେକର୍ଡ କରାଯାଇଛି। ଯାହାକୁ ନେଇ ଭୟଭୀତ ହୋଇଛନ୍ତି ଲୋକେ । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି।ଭୂମିକମ୍ପର କେନ୍ଦ୍ର ଭୂମି ଠାରୁ ୧୦ କିଲୋମିଟର ଗଭୀରରେ ଥିଲା ବୋଲି ଜର୍ମାନ ଅନୁସନ୍ଧାନ କେନ୍ଦ୍ର ଫର ଜିଓ ସାଇନ୍ସ ରିପୋର୍ଟ କରିଛି।

 

ତେବେ ଏହି ଭୂକମ୍ପ ଯୋଗୁଁ ସୁନାମି ବିପଦ ନଥିବା ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି। ଫିଲିପାଇନ୍ସର ଭୂକମ୍ପ ବିଜ୍ଞାନ ଏଜେନ୍ସି PHIVOLCS କହିଛି ଯେ, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହେବାର ଆଶଙ୍କା ନାହିଁ, କିନ୍ତୁ ଭୂକମ୍ପ ଝଟ୍କା ଅନୁଭୂତ ହେବା ନେଇ ଚେତାବନୀ ଦିଆଯାଇଛି। ଫିଲିପାଇନ୍ସ ପ୍ରଶାନ୍ତ ମହାସାଗରର “ରିଙ୍ଗ ଅଫ୍ ଫାୟାର” ରେ ଅବସ୍ଥିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button