ଦେଶ ବିଦେଶ

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ପ୍ରଥମ ପର୍ଯ୍ୟାୟ ୨୪୬ କି.ମିକୁ ରାଜମାର୍ଗକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି(ରବିବାର) ରାଜସ୍ଥାନର ଦୌସାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏହି ଅତ୍ୟାଧୁନିକ ରାଜମାର୍ଗ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇସାରିଥିବା ଅଂଶକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ମୋଟ ୧୪୦୦ କି.ମି ଲମ୍ବ ବିଶିଷ୍ଟ ଏହି ଏକ୍ସପ୍ରେସଓ୍ବେ ପ୍ରକଳ୍ପର ସମ୍ପୂର୍ଣ୍ଣ ହୋଇସାରିଥିବା ଦିଲ୍ଲୀ-ଦୌସା-ଲୋଲସୋଟ ୨୪୬ କି.ମି ରାଜମାର୍ଗକୁ ଆଜି ଲୋକାର୍ପଣ କରାଯାଇଛି । ଫଳରେ ଦିଲ୍ଲୀରୁ ରାଜସ୍ଥାନ ରାଜଧାନୀ ଜୟପୁର ପହଞ୍ଚିବା ପାଇଁ ପୂର୍ବରୁ ୫ ଘଣ୍ଚା ସମୟ ଲାଗୁଥିବା ବେଳେ ଏବେ ଏହି ମାତ୍ରା ସାଢେ ୩ ଘଣ୍ଟାରେ ଶେଷ ହେବ। କେବଳ ଯାତ୍ରୀ ପରିବହନ ନୁହେଁ ବରଂ ଏହି କ୍ଷେତ୍ରରେ ପଣ୍ୟ ପରିବହନ, ବାଣିଜ୍ୟ ଓ ପର୍ଯ୍ୟଟନ ଶିଳ୍ପକୁ ଗତି ମିଳିବା ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି।

ଦୌସାର ଧନଓ୍ବାରରେ ଆୟୋଜିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଏହାଫଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ ହେବ ଓ ଅନୁରୂପ ଭାବେ ନିବେଶ ବୃଦ୍ଧି ପାଇବ। ‘‘ସବକା ସାଥ-ସବକା ବିକାଶ’’ ଦିଗରେ ଆମେ କାର୍ଯ୍ୟ କରୁଛୁ। ଆମେ ସମର୍ଥ ଭାରତ ନିର୍ମାଣ ଦିଗରେ କାର୍ଯ୍ୟ ଜାରି ରଖିଛୁ। ଏହି ସଫଳତା ମଧ୍ୟ ବିକାଶଶୀଳ ଭାରତର ଏକ ପ୍ରତିଛବି। ଭାରତ ସରକାର ଜାତୀୟ ରାଜପଥ, ବନ୍ଦର, ରେଳବାଇ ଓ ମେଡିକାଲ କଲେଜ ପରି ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରାଧିକାର ଦେଉଛନ୍ତି। ଯାହା ବୃହତ ଶିଳ୍ପ, ବଡ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ଦୋକାନୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଲାଭାନ୍ବିତ କରିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button