ଓଡିଶା

ଦନ୍ତାହାତୀ ଭାଙ୍ଗିଲା ୪ ଘର: ଗୁରୁତର ମହିଳା ଡାକ୍ତରଖାନାରେ ଭର୍ତ୍ତି

ଣାଇଗଡ଼: ବଣାଇ ରେଞ୍ଜ ଅନ୍ତର୍ଗତ ଅଲେଖପୁର ଗ୍ରାମରେ ଗୋଠଛଡ଼ା ଦନ୍ତାହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି। ଗାଁର ୪ ଜଣଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ଆସବାବପତ୍ର ଦଳିଚକଟି ନଷ୍ଟ କରିଦେଇଛି। ଅନ୍ୟପକ୍ଷରେ ଏହି ଭଙ୍ଗାରୁଜା ସମୟ ଅଳ୍ପକେ ପରିବାରର ଲୋକେ ରକ୍ଷା ପାଇଯାଇଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଅଲେଖପୁର ଗ୍ରାମରେ ଏକ ଗୋଠଛଡ଼ା ଦନ୍ତାହାତୀ ପଶି ରମେଶ କିଷାନ, ପତ୍ନୀ ଗୁରୁବାରୀ କିସାନ ତାଙ୍କର ୧୦ ବର୍ଷର ପୁଅ ଓ ୬ ବର୍ଷର ଝିଅ ପଲଙ୍କରେ ଏକାଠି ଶୋଇଥିବାବେଳେ ହଠାତ ହାତୀଟି ଘରର କାନ୍ଥକୁ ଭାଙ୍ଗି ଦେଇଥିଲା।

ଫଳରେ ତାଙ୍କ ପରିବାର ଉପରେ କାନ୍ଥ ପଡ଼ିଥିଲା। କାନ୍ଥ ମା’ ପୁଅ ଚାପି ହୋଇ ରହିଯାଇଥିଲେ। ବଡ଼ କଷ୍ଟରେ ସେମାନଙ୍କୁ କନ୍ଥ ତାଳୁ ଉଦ୍ଧାର କରାଯାଇଥିଲା। ସେହିପରି ଉକ୍ତ ଗ୍ରାମରେ ଜଗବନ୍ଧୁ କିସାନ, ଚଇତୁନ କିସାନ, ସୁଶିଲା କିଷାନଙ୍କର ସମାନ ଅବସ୍ଥା ଘଟିଛି। ସେମାନେ ମଧ୍ୟ ଅଳ୍ପକେ ଏହି ଦୁର୍ଘଟଣାରୁ ବର୍ତ୍ତିଥିଲେ।

ବର୍ତ୍ତମାନ ବର୍ଷାଋତୁ ସମୟରେ ଘର ଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ରହିବା ପାଇଁ ଅସୁବିଧା ହେବାକୁ ପଡ଼ିବ ବୋଲି କହିଛନ୍ତି। ତେବେ ସେମାନଙ୍କୁ ତୁରନ୍ତ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ତଥା ସ୍ଥାନୀୟ ସରପଞ୍ଚ ଉଗ୍ରସେନ କିସାନ ଦାବି କରିଛନ୍ତି। ଖବର ପାଇବା ପରେ ବନପାାଳ ଓ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେହିପରି ଗତକାଲି ରାତିରେ ଗୁଢ଼ିଆଳି ଗ୍ରାମରେ ହାତୀଟି ପଶି ବିଶିକେଶନ ଲୁହୁରାଙ୍କ ଘର ଭାଙ୍ଗି ଚୂରମାର କରି ଥିବାବେଳେ ସେ ଏଥିରୁ ଅଳ୍ପକେ ବର୍ତି ଯାଇଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button