ଓଡିଶା

“ସକାଳୁ ବେଲେ ପଖାଳ 7 ପିସ୍ ମାଛ ଆଉ କଞ୍ଚା ଲଙ୍କା ପେଟରେ ପୁରେଇଛି, ଆଜି ପୁରା ରମ୍ପା ହେବ ଏମୁଣ୍ଡରୁ ସେମୁଣ୍ଡ…” Sura Routray

ବନ୍ଧୁଗଣ, ସୂଚନା ଅନୁଯାୟୀ ଗତକାଲି ଛାଡକାଇ ଗଲା । ତେବେ ଏହି ଛାଡଖାଇ କୁ ନେଇ ସାଂସଦ ସୁର ରାଉତରାୟ ନିଜର ବିଶେଷ ମତ ଦେଇଛନ୍ତି ଆସନ୍ତୁ ସେ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା । ସୁର ରାଉତରାୟ କହିଛନ୍ତି ଯେ ଏହା ହେଉଛି ଆମ ପରମ୍ପରା । ଏହା ହେଉଛି ଜଗନ୍ନାଥ ଙ୍କ ପରମ୍ପରା ତଥା ଲିଙ୍ଗରାଜ ଙ୍କ ପରମ୍ପରା । ଆମେ ମାସେକାଳ ନିଷ୍ଟା ରେ ଆମିଷ ନ ଖାଇ, ଠାକୁର ପୂଜା କରି, ପିତୃ ପୁରୁଷ ଙ୍କୁ ପୂଜା କରି, ଭାରତ ର ବାଣିଜ୍ୟ ବାହାରେ ଯାଇ ବ୍ୟାପାର କରିବେ ।

ଭାରତ ର ଉନ୍ନତି ହେବ, ତାହା କାମନା କରି ବୁଡ ପକାଇ ଏହି ଦିନରେ ମାଛ, ମାଂସ, କୁକୁଡା ଅଣ୍ଡା ଯେତେ ପ୍ରକାରର ଆମିଷ ପୃଥିବୀରେ ଅଛି ଆଜି ସବୁ ଖିଆ ହେବ ଏ ମୁଣ୍ଡରୁ ସେ ମୁଣ୍ଡ । ମାସେ କାଳ ଆମିଷ ଖିଆ ହୋଇ ନଥାଏ । ଏଣୁ କେରାଣ୍ଡି ଠାରୁ ଆରମ୍ଭ କରି ତୋଡି, କଣ୍ଟିଆ, ଭାକୁର ରୋହୀ, ଇଲିଶି ଠାରୁ ଆରମ୍ଭ କରି କଙ୍କଡା ଠାରୁ ଆରମ୍ଭ କରି ଗେଣ୍ଡା, ବେଙ୍ଗ ପର୍ଯ୍ୟନ୍ତ ସଂପୂର୍ଣ୍ଣ ମାସେ ଯେ ହେତୁ ଖିଆ ହୋଇ ନଥାଏ

ଆମେ ସମସ୍ତେ ବ୍ୟାକୁଳ ହୋଇ ଥାଉ ପ୍ରାୟ ଧୂପ ସାରିଲେ ଖାଇଥାଉ । ଏହାପରେ ସୁର କହିଥିଲେ ଯେ ତାଙ୍କର ସକାଳୁ ମାଛ ଧୂପ ସରିଯାଇଛି । ବେଲେ ପଖାଳ ସାଙ୍ଗକୁ 7 ପିସ ମାଛ ତାହା ସହିତ 2 ଟି କଞ୍ଚାଲଙ୍କା ମଧ୍ୟ ଖାଇଛନ୍ତି । ରୋହୀ ମାଛରେ କଣ୍ଟା ବହୁତ ଇଲିଶି ରେ କଣ୍ଟା, ମାତ୍ର ଭାକୁର ମାଛ ରେ ଅଧିକ କଣ୍ଟା ନଥାଏ ।

ସୁର ଖରାବେଳ ଖାଇବା କୁ ନେଇ କହିଥିଲେ ଯେ ଖାରବେଳେ ଯତ୍ନ ରେ ରୋଷେଇ ହେଇଥିଲା ମଟନ ସାଙ୍ଗକୁ ଉତ୍ତମ ଧରଣର ମଲ୍ଲିଫୁଲିଆ ଖିରୀ ହେଇଥିଲା । ଜଟଣୀ କଂଗ୍ରେସ ଅଫିସ ନିକଟରେ ଖାଇବା ପିଇବା ହୋଇଥିଲା ବୋଲି ସୁର ସୂଚନା ଦେଇଥିଲେ । କାଲି ମନମତ ରାଉତ ଙ୍କର ଜନ୍ମଦିନ ଥିଲା । ସେ ତାଙ୍କ ସାନ ପୁଅ ବୋଲି କହିଥିଲେ ।

ଏଣୁ କାଲି ପ୍ରଚୁର ମାତ୍ରା ରେ ମଟନ, ଚୁଙ୍ଗୁଡି ପକାଇ ଘାଣ୍ଟ, ମାଛ ଭଜା ସାଙ୍ଗକୁ ମଲ୍ଲୀଫୁଲିଆ ଖିରୀ ଦିଆଯାଇଥିଲା ବୋଲି ସୁର କହିଥିଲେ । ଏହା ସହିତ ସୁର ଭାଇ ମି-ଡି-ଆ ଭାଇ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button