ଓଡିଶା

ନଡ଼ିଆ ସଡେଇ,ଗୁଆ ସିପରେ ରାକ୍ଷୀ ତିଆରି କରି ଚର୍ଚ୍ଚାରେ ଚିତରଞ୍ଜନ

ରାତି ପାହିଲେ ଭାଇ ଭଉଣୀର ଅତୁଟ ସମ୍ପର୍କର ପର୍ବ ରକ୍ଷାବନ୍ଧନ ବା ଗହ୍ମା ପୂର୍ଣ୍ଣିମା । ସେଥିପାଇଁ ସବୁଠି ଉତ୍ସବର ମାହୋଲ । ଗାଁ ଠୁ ଚଳଚଞ୍ଚଳ । ଭାଇ ଓ ଭଉଣୀମାନଙ୍କ ମଧ୍ୟରେ ଦେଖା ଦେଇଛି ବେଶ୍‌ ଉତ୍ସାହ ଓ ଉଦ୍ଦୀପନା । ଭାଇ ଭଉଣୀ ପ୍ରେମ ଯୁଗେ ଯୁଗେ ପବିତ୍ର ଓ ଅତୁଟ । ଭାଇଟିଏ ନିଜ ଭଉଣୀର ରକ୍ଷା କରିବା ପାଇଁ ନିଜକୁ ମଧ୍ୟ ଭୁଲିଯାଇ ପାରେ ।

ଭାଇ ଭଉଣୀ ସମ୍ପର୍କଠାରୁ ଅତି ପବିତ୍ର ସମ୍ପର୍କ ଦୁନିଆରେ ନଥିବ । ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ୱଳ ଭବିଷ୍ୟତ କାମନା କରିଥାଏ, ବଦଳରେ ଭାଇ ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଭାଇ ଭଉଣୀ ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ଆଉ ସେହି ସମ୍ପର୍କକୁ ସବୁଦିନ ସ୍ନେହ ମମତାରେ ବାନ୍ଧି ରଖିବା ପାଇଁ ତିଆରି ହୋଇଛି ଏକ ଦଉଡି ଆଉ ସେହି ଦଉଡି ହେଉଛି ରାକ୍ଷୀର ଦଉଡି । ପ୍ରତ୍ୟେକ ଭଉଣୀ ଏହି ରାକ୍ଷୀ ବାନ୍ଧି ନିଜ ଭାଇ ଏବଂ ତା’ ମଧ୍ୟରେ ଥିବା ସମ୍ପର୍କକୁ ସ୍ନେହ ମମତାର ସହ ବାନ୍ଧି ରଖିଥାଏ ।

ବଜାରରେ ରାକ୍ଷୀ ଦୋକାନ ରେ ଭିଡ଼ । ଏହି ରାକ୍ଷୀ ଦୋକାନ ମାନଙ୍କରେ ବିଭିନ୍ନ ପ୍ରକାର ରାକ୍ଷୀ ମିଳୁଛି । ହେଲେ ଆଜି ଆମେ ଆପଣଙ୍କୁ ଦେଖାଇବୁ ନଡ଼ିଆ ସଢେଇ ଓ ଗୁଆ ସିପରେ ତିଆରି ରାଖୀ । ଏଭଳି ରାଖୀକୁ ତିଆରି କରି ଚର୍ଚ୍ଚାରେ ରହିଛନ୍ତି କଟକ କନ୍ଦରପୁର ଗ୍ରାମର ଚିତରଞ୍ଜନ । ଯାହାଙ୍କୁ ଶ୍ରଦ୍ଧାରେ ସମସ୍ତେ କାହ୍ନୁ ବୋଲି ଡାକନ୍ତି । ହାତ ରେ ତିଆରି ନଡ଼ିଆ ସଡେଇ, ଗୁଆ ସିପରରେ ତିଆରି ରାକ୍ଷୀର ଚାହିଦା ଅଧିକ ରହିଛି ।

ତେବେ ବର୍ଜ୍ୟବସ୍ତୁକୁ ବ୍ୟବହାର ଉପଯୋଗୀ କରି ରାକ୍ଷୀ ପ୍ରସ୍ତୁତ କରିପାରିଛନ୍ତି କାହ୍ନୁ । ଗୁଆ ସିପକୁ ସୁନ୍ଦର ଭାବେ ଗୋଲାକାର ଭାବେ କଟାଯାଉଛି ଏହା ପରେ ସେଥିରେ ବିଭିନ୍ନ ପ୍ରକାର ରଙ୍ଗ ଦେଇ ଅଠା ଦ୍ୱାରା ମାଳି ଖଞ୍ଜା ହେଇ ସୁନ୍ଦର ସୁନ୍ଦର ରାକ୍ଷୀ ତିଆରି ହେଉଛି । ଖାଲି ଗୁଆ ସିପ ନୁହେଁ ଯେଉଁ ନଡ଼ିଆର ସଡେଇ ଆମେମାନେ ଫୋଫଡ଼ି ଦେଉଛୁ ସେହି ସଡେଇକୁ ଗୋଲାକାର, ଚାରି କଣିଆ କରି ଆରୀରେ କାଟି ତାକୁ ପଲିସ କରି ସେଥିରେ ରଙ୍ଗ, ଅଠା ବିଭିନ୍ନ ପ୍ରକାରର ଚୁମୁକି ଲଗାଇ ରାକ୍ଷୀ ତିଆରି କରୁଛନ୍ତି କାହ୍ନୁ । ତାଙ୍କୁ ଏହି କାମରେ ସହଯୋଗ କରୁଛନ୍ତି ପୁରା ପରିବାର ।

ସବୁଠୁ ବଡ଼ କଥା ହେଉଛି କାହ୍ନ ଏଥର ଏ ଭଳି ଏକ ରାକ୍ଷୀ ତିଆରି କରିଛନ୍ତି ଯାହା ରକ୍ଷାବନ୍ଧନ ଦିନ ହାତରେ ବାନ୍ଧିବ ଏହା ପରେ ଚାବି ରିଙ୍ଗି କରିପାରିବ । ତେବେ ମନ୍ଦିର ଏବଂ ରୋଡ଼ରୁ ସଡେଇ ଆଣିବା ସହିତ ଗୁଆ ସିପକୁ ବିଭିନ୍ନ ଲୋକଙ୍କ ବାଡିରୁ ଆଣନ୍ତି । ତାକୁ ପଲିସ କରିବା ସହ ବିଭିନ୍ନ ଆକୃତି ନିଜେ କରନ୍ତି ଏହା ପରେ ରଙ୍ଗ,ମାଳି,ସୂତା ଭରିବା ସହିତ ପ୍ୟାକିଙ୍ଗି କରିବାରେ ସ୍ତ୍ରୀ, ଝିଅ ସହଯୋଗ କରନ୍ତି । ୩୦ ଟଙ୍କାରୁ ନେଇ ୬୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ଗୋଟିକୁ ଭୁବନେଶ୍ୱର,ବାଲେଶ୍ଵର, କଟକ ର ବେପାରୀ ମାନେ ନେଇ ଥାଆନ୍ତି । ଏ ବର୍ଷ ଆଶା ରଖିଛନ୍ତି ୨୫ ହଜାରରୁ ୩୦ ହଜାର ଟଙ୍କାର ରାକ୍ଷୀ ବିକିବେ ବୋଲି । ତେବେ ବର୍ଜ୍ୟବସ୍ତୁକୁ ନେଇ ବ୍ୟବହାର ଉପଯୋଗୀ କରିବା ତାଙ୍କର ନିଶା ସେହି ନିଶାକୁ ପେଶା ଭାବେ ଗଢ଼ି ତୋଳିଲେଣି ବୋଲି ପ୍ରକାଶ କରିଛନ୍ତି କାହ୍ନୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button