ଦେଶ ବିଦେଶ

ମୋଦୀଙ୍କୁ ଭେଟିଲେ ୟଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୧୨ରେ ଏରୋ ଇଣ୍ଡିଆ ୨୦୨୩ର ଉଦଘାଟନ ପାଇଁ ବାଙ୍ଗାଲୁରୁ ପହଞ୍ଚିଛନ୍ତି । ସେଠାରେ ମୋଦୀ ରାଜଭବନରେ କନ୍ନଡ ଇଣ୍ଡଷ୍ଟ୍ରୀର ଅନେକ ତାରକାଙ୍କୁ ଭେଟିଛନ୍ତି । ଏଥିରେ କେଜିଏଫ୍ ଫେମ୍ ୟଶ ମଧ୍ୟ ସାମିଲ ଅଛନ୍ତି । ଏହି ଅବସରରେ ସମସ୍ତଙ୍କ ଲାଗି ରାଜଭବନରେ ଏକ ରାତ୍ରି ଭୋଜନର ବ୍ୟବସ୍ଥା କରାଯାଇଥିଲା । ଆଉ ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ମଧ୍ୟରେ ଗୋଟିଏରେ ମୋଦୀଙ୍କ ସହ ‘କାନ୍ତାରା’ ନିର୍ଦ୍ଦେଶକ ଋଷଭ ସେଟ୍ଟୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା। ଏଥିରେ ରାଜ୍ୟରେ ଥିଏଟର ସଂଖ୍ୟା ବୃଦ୍ଧି, ସିନେମାର ପ୍ରଭାବ ଓ ସିନେମାରୁ ବ୍ୟବସାୟ ସମ୍ବନ୍ଧରେ ଆଲୋଚନା କରାଯାଇଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button