ମନୋରଞ୍ଜନ

ଅପରାଧର ପୂର୍ବାନୁମାନ ପାଇଁ ଏଆଇ ପ୍ରଯୁକ୍ତି!

ର୍ଜେଣ୍ଟିନା ସରକାର ଅପରାଧ ନିୟନ୍ତ୍ରଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଏଆଇ ୟୁନିଟ୍‌ ଦ୍ବାରା ଅତୀତର ଅପରାଧ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରି ଭବିଷ୍ୟତରେ ଆପରାଧିକ ଘଟଣାର ପୁନରାବୃତ୍ତି ବାବଦରେ ସଠିକ୍‌ ଭବିଷ୍ୟବାଣୀ କରାଯାଇପାରିବ।

ହଲିଉଡ୍‌ ସିନେମା ‘ମାଇନରିଟି ରିପୋର୍ଟ’ର କାହାଣୀ ପରି ଆର୍ଜେଣ୍ଟିନା ସରକାର ଅପରାଧ ନିୟନ୍ତ୍ରଣ ପାଇଁ ଏକ ବିଚିତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି।

ଅପରାଧ ମାମଲାଗୁଡ଼ିକର ସମାଧାନ କରିବା ପାଇଁ ସରକାର କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଉପଯୋଗ କରିବାକୁ ଘୋଷଣା କରିଛନ୍ତି। ଏହା ବଳରେ କୌଣସି ଅପରାଧର ପୂର୍ବାନୁମାନ କରାଯାଇ ତାହାକୁ ରୋକାଯାଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି।

ତେବେ ସରକାରଙ୍କର ଏଭଳି ଆଭିମୁଖ୍ୟ ଉପରେ ମାନବାଧିକାର ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦେଶର ସୁରକ୍ଷା ବ୍ୟବସ୍ଥାରେ ନୂଆ କରି ସାମିଲ ହୋଇଥିବା ଏହି ଏଆଇ ୟୁନିଟ୍‌ ଦ୍ବାରା ଅତୀତର ଅପରାଧ ତଥ୍ୟଗୁଡ଼ିକୁ ବିଶ୍ଳେଷଣ କରାଯାଇ ଭବିଷ୍ୟତରେ ଆପରାଧିକ ଘଟଣାର ପୁନରାବୃତ୍ତି ବାବଦରେ ସଠିକ୍‌ ଭବିଷ୍ୟବାଣୀ କରିହେବ ବୋଲି ଦାବି କରାଯାଇଛି। ଏଥିସହିତ ଏହା ଫେସ୍‌ ଡିଟେକ୍ସନ୍‌ ପ୍ରଯୁକ୍ତି ଉପଯୋଗ କରି କୌଣସି ପଳାତକ ବା ନିରୁଦ୍ଦିଷ୍ଟ ଅପରାଧୀକୁ ଠାବ କରିପାରିବ। ଖାଲି ସେତିକି ନୁହେଁ, ଏଆଇ ସାମାଜିକ ଗଣମାଧ୍ୟମ ଉପରେ ନିଘା ରଖି ଏବଂ ସିସିଟିଭି କ୍ୟାମେରାର ଫୁଟେଜ୍‌କୁ ବିଶ୍ଳେଷଣ କରି ସନ୍ଦିଗ୍‌ଧ କାର୍ଯ୍ୟକଳାପକୁ ମଧ୍ୟ ଠଉରେଇ ପାରିବ। ଆର୍ଜେଣ୍ଟିନାର ସୁରକ୍ଷା ମନ୍ତ୍ରଣାଳୟର କହିବା କଥା, ଏ ପ୍ରକାର ଅଭିନବ ପଦକ୍ଷେପ କୌଣସି ଆସନ୍ନ ବିପଦକୁ ଚିହ୍ନିବା, ଅପରାଧୀ ଗୋଷ୍ଠୀର କାର୍ଯ୍ୟକଳାପ ଉପରେ ତୀକ୍ଷ୍‌ଣ ନଜର ରଖିବାର ଦକ୍ଷତା ବୃଦ୍ଧି କରିବ ଏବଂ କୌଣସି ପ୍ରକାର ଗଣ୍ଡଗୋଳ ବା ବିଶୃଙ୍ଖଳା ବାବଦରେ ମଧ୍ୟ ପୂର୍ବାନୁମାନ କରିପାରିବ। ତେବେ ସରକାରଙ୍କ ଏହି ପଦକ୍ଷେପକୁ ମାନବାଧିକାର ସଂଗଠନଗୁଡ଼ିକ ବିରୋଧ କରିଛନ୍ତି।

ସେମାନଙ୍କର ଆଶଙ୍କା ହେଉଛି, ଏହି ପ୍ରଯୁକ୍ତିର ଉପଯୋଗ ନାଗରିକଙ୍କ ବ୍ୟକ୍ତିଗତ ଜୀବନ, ବିଶେଷ କରି ବାକ୍‌ ସ୍ବାଧୀନତା ଉପରେ ଗୁରୁତର ହସ୍ତକ୍ଷେପ କରିବ ଏବଂ ନିର୍ଦ୍ଦିଷ୍ଟ ସାମାଜିକ ଗୋଷ୍ଠୀ ଏହାର ବେଶୀ ଶିକାର ହେବେ। ଏଭଳି ଜ୍ଞାନକୌଶଳର ଉପଯୋଗ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ସହ ଭେଦଭାବ ସହ ଅସମାନୁପାତିକ ଭାବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button