ଦେଶ ବିଦେଶ

୪ ମାସ ପରେ ଘରକୁ ଫେରିଲେ ନିଖୋଜ ପାକିସ୍ତାନୀ ସାମ୍ବାଦିକ ଇମ୍ରାନ୍‌ ରିୟାଜ୍‌ ଖାଁ – Utkal Mail


ଇସ୍‌ଲାମାବାଦ୍: ନିଖୋଜ ହୋଇଯାଇଥିବା ପାକିସ୍ତାନୀ ସାମ୍ବାଦିକ ତଥା ରାଜନୈତିକ ଟିପ୍ପଣୀକାର ଇମ୍ରାନ୍‌ ରିୟାଜ୍‌ ଖାଁ ଦୀର୍ଘ ୪ ମାସ ପରେ ଘରକୁ ଫେରିଥିବା କଥା ପୁଲିସ କହିଛି।

ସିଆଲ୍‌କୋଟ୍‌ ପୁଲିସ କହିବା ଅନୁସା‌ରେ, ରିୟାଜ୍‌ ୪ ମାସ ହେବ ନିଖୋଜ ହୋଇଯାଇଥିଲେ। ମେ ୯ ତାରିଖ ଦଙ୍ଗା ପରେ ତାଙ୍କୁ ଗିରଫ କରାଯାଇଥିଲା।

‘ଏକ୍ସ୍‌’ କରି ସିଆଲ୍‌କୋଟ୍‌ ପୁଲିସ ସୁନିଶ୍ଚିତ କରିଛି ଯେ, ରିୟାଜ୍‌ଙ୍କ ସନ୍ଧାନ ମିଳିଛି ଓ ସେ ଘରକୁ ଫେରିଛନ୍ତି। ପୋଷ୍ଟ୍‌ କରିଥିବା ‘ଏକ୍ସ୍‌’ରେ ପୁଲିସ ଫୋର୍ସ କହିଛି: ସାମ୍ବାଦିକ/ଉପସ୍ଥାପକ ଇମ୍ରାନ୍‌ ରିୟାଜ୍‌ ଖାଁଙ୍କୁ ନିରାପଦରେ ଉଦ୍ଧାର କରାଯାଇଛି। ଏବେ ସେ ତାଙ୍କ ପରିବାରବର୍ଗଙ୍କ ସହିତ ଅବସ୍ଥାନ କରୁଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସଂସଦରୁ ବିତାଡ଼ିତ ହୋଇ ଗିରଫ ହେବା ପରେ ମେ ୯ ତାରିଖ ଦିନ ଘଟିଥିବା ଦଙ୍ଗାର ୨ ଦିନ ପରେ ରିୟାଜ୍‌ଙ୍କୁ ଗିରଫ କରାଯାଇଥିଲା।

Image Courtesy of RepublicWorld

ରିପୋର୍ଟ ଜରିଆରେ ହିଂସାକାଣ୍ଡ ପାଇଁ ଜନତାଙ୍କୁ ଉସୁକାଇବା ଅଭିଯୋଗରେ ରିୟାଜ୍‌ଙ୍କୁ ଗିରଫ କରାଯାଇଥିଲା। ଆଞ୍ଚଳିକ ସମ୍ବାଦପତ୍ର ‘ଡନ୍‌’ ରିପୋର୍ଟ ଅନୁସାରେ, ଗିରଫ ହେବା ପରେ ରିୟାଜ୍‌ ଖାଁଙ୍କୁ ଶେଷଥର ପାଇଁ କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନାରେ ଦେଖାଯାଇଥିଲା।

ପୁଅକୁ ଅପହରଣ କରି ନିଆଯାଇଛି ବୋଲି ମେ ୧୬ ତାରିଖ ଦିନ ରିୟାଜ୍‌ଙ୍କ ବାପା ସିଆଲ୍‌କୋଟ୍‌ ସିଭିଲ୍‌ ଲାଇନ୍‌ ଥାନାରେ ‘ଏଫ୍‌ଆଇଆର୍‌’ ଦେଇଥିଲେ। ସାମ୍ବାଦିକ ରିୟାଜ୍‌ ନିରାପଦରେ ଘରକୁ ଫେରିଥିବା କଥା ଏହାର ୪ ମାସ ପରେ ସିଆଲ୍‌କୋଟ୍‌ ଥାନା ଅଧିକାରୀମାନେ ସୁନିଶ୍ଚିତ କରିଛନ୍ତି।

ସୂଚନାଯୋଗ୍ୟ, ଏହି ୪୭ ବର୍ଷିୟ ବିବାଦୀୟ ଉପସ୍ଥାପକ ଓ ଟିପ୍ପଣୀକାରଙ୍କର ‘ୟୁଟ୍ୟୁବ୍‌’ରେ ୩ ନିୟୁତରୁ ଅଧିକ ଅନୁଗାମୀ ଅଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button