ଦେଶ ବିଦେଶ

ଆମେରିକା : ମିଶିଗନ ୟୁନିଭର୍ସିଟି କ୍ୟାମ୍ପସରେ ଗୁଳିମାଡ଼, ତିନି ମୃତ

ଓ୍ୱାଶିଂଟନ: ଆମେରିକାରେ ପୁଣି ଫୁଟିଛି ଗୁଳି । ଏଥର ମିଶିଗନ ୟୁନିଭର୍ସିଟି କ୍ୟାମ୍ପସରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଗୁଳି ବିନିମୟରେ ଅନେକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି।

ମିଶିଗନ ୟୁନିଭର୍ସିଟି କ୍ୟାମ୍ପସ ପୋଲିସ କହିଛି ଯେ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ।

ମିଶିଗନ ଷ୍ଟେଟ୍ ୟୁନିଭର୍ସିଟି ପୋଲିସ୍ ଟ୍ୱିଟ୍ କରି କହିଛି ଯେ ସନ୍ଦିଗ୍ଧ ବ୍ୟକ୍ତି ଜଣକ ନାଲି ଜୋତା ଏବଂ ଡେନିମ୍ ଜ୍ୟାକେଟ୍ ସହ ଏକ ଟୋପି ପିନ୍ଧିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ମିଶିଗନ୍ ଷ୍ଟେଟ୍ ୟୁନିଭର୍ସିଟି ପୋଲିସ୍ ମଧ୍ୟ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଫଟୋ ଜାରି କରିଛି।

ମିଶିଗନ୍ ଷ୍ଟେଟ୍ ୟୁନିଭର୍ସିଟି ପୋଲିସ୍ କହିଛି ଯେ ଆସନ୍ତା ୪୮ ଘଣ୍ଟା ପାଇଁ କ୍ୟାମ୍ପସ ବନ୍ଦ କରାଯାଇଛି। ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button