ଦେଶ ବିଦେଶ

ଦୁନିଆର ସବୁଠାରୁ ବିପଜ୍ଜନକ ମରୁଭୂମି, ନେଇଛି ଅନେକ ବ୍ୟକ୍ତିଙ୍କ ଜୀବନ

ନୂଆଦିଲ୍ଲୀ ୨୯।୦୮: ମରୁଭୂମି । ସମସ୍ତେ ଏହାକୁ ଦେଖିବାକୁ କରିଥାନ୍ତି ପସନ୍ଦ । କିନ୍ତୁ ଜାଣନ୍ତି କି ଦୁନିଆର ସବୁଠାରୁ ବିପଜ୍ଜନକ ମରୁଭୂମି ବିଷୟରେ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମରୁଭୂମି ନେଇଛି ଅନେକ ଭାରତୀୟଙ୍କ ଜୀବନ । ଦୁନିଆର ସବୁଠାରୁ ବିପଜ୍ଜନକ ମରୁଭୂମି ସାଉଦି ଆରବରେ ରହିଛି । ଏହାର ନାଁ ହେଉଛି ରୁବ-ଅଲ ଖାଲି ମରୁଭୂମି ।

ଏହା ହେଉଛି ଦୁନିଆର ସବୁଠୁ ବଡ ଏବଂ ବିପଜ୍ଜନକ ମରୁଭୂମି ।

 

ଏହା ସମ୍ପୂର୍ଣ୍ଣ ଖାଲି ମରୁଭୂମି ଅଟେ । ଏହି ମରୁଭୂମି ୨ ଲକ୍ଷ ୫୦ ହଜାର ବର୍ଗ ମାଇଲ ଏବଂ ୬ ଲକ୍ଷ ୫୦ ହଜାର ବର୍ଗ କିଲୋମିଟର ଉପରେ ବ୍ୟାପିଛି । ଏଠାରେ ବାଲି ଛଡା ଆଉ କିଛି ନାହିଁ । ଏହି ମରୁଭୂମିର ତାପମାତ୍ରା ରହିଥାଏ ୫୫ ଡିଗ୍ରୀ । ନିକଟରେ ଶାହାଜାଦ ନାମକ ଜଣେ ଭାରତୀୟ ବ୍ୟକ୍ତି ମୃତ୍ୟୁ ବରଣ କରିଥିଲେ । ଶାହାଜାଦ ସାଉଦି ଆରବରେ ୩ବର୍ଷ କାମ କରୁଥିଲେ ।

 

ରୁବ-ଅଲ-ଖଲି ମରୁଭୂମିକୁ ସେ ଏକ କାମ ପାଇଁ ନିଜ ସହକର୍ମୀଙ୍କ ଯିବା ସମୟରେ ସେ ବାଟ ଭୁଲି ଯାଇଥିଲେ । ଥିଲେ । ଏଠାରେ ସେମାନେ ରାସ୍ତା ଭୁଲି ଯାଇଥିଲେ । ମରୁଭୂମିରେ କୌଣସି ସିଗନାଲ୍ ନାହିଁ । ଯେଉଁଥିପାଇଁ ଶାହାଜାଦଙ୍କ ଫୋନରେ ସିଗନାଲ୍ ଆସିନଥିଲା ଏବଂ ତାଙ୍କ ଜିପିଏସ୍ ଡିଭାଇସ୍ ମଧ୍ୟ ଭାଙ୍ଗି ଯାଇଥିଲା ।

 

ଏହବ୍ୟତୀତ ଶାହାଜାଦ ନେଇଥିବା କାରର ଡିଜେଲ ମଧ୍ୟ ସରିଯାଇଥିଲା । ଯେଉଁ କାରଣରୁ ସେମାନେ କାହା ସହିତ ଯୋଗାଯୋଗ କରିପାରିନଥିଲେ ଏବଂ ମରୁଭୂମିରେ ଭୋକ ଶୋଷରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ । ଏହି ମରୁଭୂମି ନିଜର ଲୁଣ ସମତଳ ପାଇଁ ମଧ୍ୟ ଜଣାଶୁଣା । ଏହି ମରୁଭୂମି ସେହି ସ୍ଥାନରେ ରହିଛି ଯାହାକୁ ଚାରିପଡୁ ଘେରି ରହିଛି ସମୁଦ୍ର ।

Related Articles

Leave a Reply

Your email address will not be published. Required fields are marked *

Back to top button