ଦେଶ ବିଦେଶ

ନୀରଜ ଚୋପ୍ରା-ମନୁ ଭାକର ରିସ୍ତା ପକ୍କା! ଜାଣନ୍ତୁ, କ’ଣ କହିଲା ପରିବାର

ଅନ୍ୟ ଭିଡିଓରେ ମନୁ ଭାକରଙ୍କ ମାତା ସୁମେଧା ଭାକର ଜାଭେଲିନ୍ ତାରକା ନୀରଜଙ୍କ ସହ କଥାବାର୍ତ୍ତା କରୁଛନ୍ତି। ସେହି ଭିଡିଓରେ ନୀରଜ ସୁମେଧା ଭାକରଙ୍କ ମୁଣ୍ଡରେ ହାତ ରଖି ପ୍ରତିଶ୍ରୁତି ଦେଉଥିବାର ନଜର ଆସିଛନ୍ତି।

 

 

 

ମନୁ ଭାକରଙ୍କ ମା’ଙ୍କ ସହ କଥାବାର୍ତ୍ତା କରୁଥିବା ନୀରଜଙ୍କ ଭିଡିଓ ଦେଖିବା ପରେ ଜଣେ ୟୁଜର ଏକ୍ସରେ ଲେଖିଛନ୍ତି, ରିସ୍ତା ପକ୍କା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ମନୁ ଏବଂ ନୀରଜ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

ତେବେ ଏହି ସମ୍ପର୍କରୁ ପରସ୍ପରର ପରିବାରବର୍ଗ ଖଣ୍ଡନ କରିଛନ୍ତି। ନୀରଜଙ୍କ ଦାଦା ସୁରେନ୍ଦ୍ର ଚୋପ୍ରା କହିଛନ୍ତି, ଯେପରି ନୀରଜ ମେଡାଲ ଜିତିବା ସମ୍ପର୍କରେ ସମସ୍ତ ଦେଶବାସୀ ଅବଗତ ଅଛନ୍ତି, ସେମିତି ଯେବେ ନୀରଜର ବିବାହ ହେବ ତାହା ପୂର୍ବରୁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯିବ । ନୀରଜ କେବେ ଓ କାହାକୁ ବିବାହ କରିବ ସେ ସମ୍ପର୍କରେ ଦେଶବାସୀ ନିହାତି ଜାଣିବେ।

ଅପରପକ୍ଷେ, ଏନେଇ ମନୁ ଭାକରଙ୍କ ପିତା ରାମ କିଶନ ଭାକର କହିଛନ୍ତି, ଏବେ ମୋ’ ଝିଅର ବିବାହ ବୟସ ହୋଇ ନାହିଁ। ସମସ୍ତ ଖେଳାଳୀ ଆମ ପୁଅଝିଅ ପରି। ତେଣୁ ଜଣେ ମା’ ନିଜ ପୁଅ ସହ କଥା ହେବାରେ କିଛି ଅସୁବିଧା ନାହିଁ। ମିଡିଆରେ ଏହାକୁ ଭୁଲ୍ ଭାବେ ଚିତ୍ରଣ କରାଯାଉଛି।

ସୂଚନାଯୋଗ୍ୟ, ଭାରତର ଡବଲ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ଚୋପ୍ରାଙ୍କ ଘର ବାହୁଡ଼ା ବିଳମ୍ବ ହୋଇଛି। ପ୍ୟାରିସ ଅଲିମ୍ପିକ୍ସରୁ ନୀରଜ ଭାରତ ଆସିବା ପରିବର୍ତ୍ତେ ଜର୍ମାନୀ ଚାଲି ଯାଇଛନ୍ତି। ଦୀର୍ଘଦିନ ଧରି ଜଙ୍ଘରେ ଆହତ ଜନିତ ସମସ୍ୟା ଦେଇ ଗତି କରୁଥିବା ନୀରଜ ଜର୍ମାନୀରେ ଡାକ୍ତରଙ୍କ ପରାମର୍ଶ ଯାଇଛନ୍ତି। ଜର୍ମାନୀରେ ନୀରଜ ପ୍ରାୟ ଏକମାସ ଧରି ରହିବେ। ନିଜର ଆହତ ସମସ୍ୟା କେତେ ଗୁରୁତର ତା’ର ଯାଞ୍ଚ କରିବେ। ନୀରଜ ବେଶ କିଛି ଦିନ ହାର୍ନିଆ ସହ ସଂଘର୍ଷ କରୁଛନ୍ତି। ଏଥିପାଇଁ ସେ ଜଙ୍ଘରେ ମଧ୍ୟ ସମସ୍ୟା ଅନୁଭବ କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button