ଓଡିଶା
ବାସନ ମାଜୁଥିବା ବେଳେ ଟାଣି ନେଇଥିଲା କୁମ୍ଭୀର, ମିଳିଲା ମୃତଦେହ

ପଟ୍ଟାମୁଣ୍ଡାଇ: କୁମ୍ଭୀର ଟାଣି ନେଇଥିବା ମହିଳାଙ୍କ ମୃତଦେହ ଉଦ୍ଧାର। ପେଣ୍ଠପାଳ ନିକଟ ବ୍ରାହ୍ମଣୀ ନଦୀରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସୋମବାର ଅଳପୁଆଡ଼ିଆ ଗାଁର ମଞ୍ଜୁଲତା ଭଞ୍ଜ ଅପରାହ୍ଣରେ ଖାଇ ସାରି ବ୍ରାହ୍ମଣୀ ନଦୀକୁ ବାସନ ମାଜିବାକୁ ଯାଇଥିଲେ। ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋଲେ ନଦୀ କୂଳକୁ ଯାଇ ଖୋଜାଖୋଜି କରିଥିଲେ।