ଦେଶ ବିଦେଶ

ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୩୬ ମୃତ

ବେଜିଂ: କେନ୍ଦ୍ରୀୟ ଚୀନ୍‌ର ହେନାନ ପ୍ରଦେଶର ଅନାଙ୍ଗ ସହରର ଏକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୩୬ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ୨ ଜଣ ଆହତ ହୋଇଥିବା ବେଳେ ଆଉ ୨ ଜଣ ନିଖୋଜ ଅଛନ୍ତି ।

ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ କାରଖାନାରେ ନିଆଁ ଲାଗିଥିଲା। ୨୦୦ ରୁ ଅଧିକ ଉଦ୍ଧାରକାରୀ ଏବଂ ୬୦ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ନିୟନ୍ତ୍ରଣ କରିବାକୁ ବହୁ ଘଣ୍ଟା ଲାଗିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button