ଇତିହାସ ରଚିଲେ ଚୀନର ୧୩ ବର୍ଷୀୟ ଯୁବତୀ, ପ୍ରଥମଥର ଚୀନରେ ପ୍ରଦର୍ଶନ କଲେ ଭାରତନାଟ୍ୟମ

: ଚୀନର ୧୩ ବର୍ଷୀୟ ଯୁବତୀ । ଭାରତନାଟ୍ୟମ୍ ‘ଅରଙ୍ଗେତ୍ରମ’ କରି ରଚିଲେ ଇତିହାସ । ଏପରି କରି ସେ ଚୀନରେ ପ୍ରାଚୀନ ଭାରତୀୟ ନୃତ୍ୟଶୈଳୀ ଯାତ୍ରାର ସ୍ଥାପନ କରିଛନ୍ତି ଏକ ମାଇଲଖୁଣ୍ଡ । ଏହି ଭାରତନାଟ୍ୟମ୍ ନୃତ୍ୟ ବର୍ତ୍ତମାନ ପଡୋଶୀ ଦେଶରେ ହାସଲ କରିଛି ଲୋକପ୍ରିୟତା । ୧୩ ବର୍ଷିୟ ଯୁବତୀ ହେଉଛନ୍ତି ଲେଇ ମୁଜି ।
ସେ ରବିବାର ଦିନ ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଙ୍ଗନା ଚୀନ ପ୍ରଶଂସକଙ୍କ ସାମ୍ନାରେ ଏହି ନୃତ୍ୟ କରିଥିଲେ ।
ଭାରତୀୟ ଶାସ୍ତ୍ରୀୟ କଳା ଏବଂ ନୃତ୍ୟଶୈଳୀ ଉତ୍ସାହୀ ଚୀନ ପ୍ରଶଂସକଙ୍କ ପାଇଁ ସେ ଦଶନ୍ଧି ଧରି ଏହି କଳା ଶିଖିଛନ୍ତି । ତେବେ ଚାଇନାରେ ପ୍ରଥମ ଥର ପାଇଁ ଅରେଙ୍ଗତ୍ରମ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ଦୂତାବାସରେ ସାଂସ୍କୃତିକ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଥମ ସଚିବ ଟି ବିବେକାନନ୍ଦ ପିଟିଆଇକୁ କହିଛନ୍ତି ଯେ ଏହା ହେଉଛି ଚୀନରେ ପ୍ରଥମ ଅରେଙ୍ଗେତ୍ରାମ । ଯାହାର ସମ୍ପୁର୍ଣ୍ଣ ତାଲିମ ଚାଇନାରେ ହୋଇଛି। ସେ କହିଛନ୍ତି ଯେ ପାରମ୍ପାରିକ ରଙ୍ଗରେ ଅରଙ୍ଗେତ୍ରାମ ଆୟୋଜିତ ହୋଇଥିଲା ।
ରିପୋର୍ଟ ଅନୁଯାୟୀ ଚୀନରେ ଭାରତନାଟ୍ୟମ ନୃତ୍ୟଙ୍ଗନା ଏବଂ ଲେଇଙ୍କ ଗୁରୁ ଜିନ ଶାନ ଶାନ କହିଛନ୍ତି କି- ଅରେଙ୍ଗତ୍ରାମ୍ କରିବା ହେଉଛି ଲେଇଙ୍କ ପ୍ରଥମଥର, ଯାହାକୁ ଚୀନର ଜଣେ ଶିକ୍ଷକଙ୍କ ଦ୍ବାରା ତାଲିମ ଦିଆଯିବା ସହ ପ୍ରଥମଥର ଚୀନ ଛାତ୍ରମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଛି । ଏପରି ହେବା ଭାରତନାଟ୍ୟମ ଇତିହାସରେ ଏକ ମାଇଲଖୁଣ୍ଟ ।
ଲେଇ ଡୁଡୁ ନାଁରେ ମଧ୍ୟ ପରିଚିତ । ଯିଏକି ନୃତ୍ୟ ବିଶ୍ବବିଦ୍ୟାଳୟରେ ଏକ ଦଶକରୁ ଅଧିକ ସମୟ ଧରି ଭାରତନାଟ୍ୟମର ଶିଖୁଥିଲେ । ଲେଇ ଭାରତନାଟ୍ୟମରେ ଅରଙ୍ଗେତ୍ରମ କରିଥିବା ପ୍ରଥମ ଚୀନ ନୃତ୍ୟଶିଳ୍ପୀ ଥିଲେ, ଯିଏକି ୧୯୯୯ରେ ନୂଆଦିଲ୍ଲୀରେ ପୁରା କରିଥିଲେ । ଲେଇ ମୁଜିଙ୍କ ଭାରତନାଟ୍ୟମର ଯାତ୍ରା ୨୦୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ସେ ସ୍କୁଲରେ ଆଡମିସନ ନେଇଥିଲେ । ଦିନକୁ ଦିନ ଏହି ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବଢିବାକୁ ଲାଗିଥିଲା