-କ’ଣ ହେବ ଆପଣ ଯଦି ପ୍ରତିଦିନ ଆଲମଣ୍ଡ ଖାଇବେ ?

ପ୍ରତିଦିନ ଆଲମଣ୍ଡ ଖାଇବାର ଫାଇଦା ଜାଣନ୍ତୁ… ଆଲମଣ୍ଡ ଏକ ସୁପର ଫୁଡ୍ ହୋଇଥାଏ । ଆଲମଣ୍ଡରେ ପ୍ରୋଟିନ, ଫାଇବର, କର୍ପର, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, ଭିଟାମିନ ଓ ବହୁତ ସାରା ହେଲଦି ଫ୍ୟାଟ ଏଥିରେ ଭରି ରହିଛି । ଆଲମଣ୍ଡ ଖାଇବାର ବହୁତ ସାରା ସ୍ଵାସ୍ଥଗତ ଫାଇଦା ରହିଛି । ଯଦି ପ୍ରତ୍ଯେକ ଦିନ ଆପଣ ଗୋଟିଏ ମାତ୍ର ଆଲମଣ୍ଡ ଖାଇବେ । ତେବେ ଆପଣଙ୍କୁ ସେଥିରୁ ବହୁତ ସାରା ହେଲଥ ବେନିଫିଟ୍ସ ମିଳିପାରିବ ।
ତେବେ ଆଲମଣ୍ଡରୁ ଆମ ଶରୀରକୁ ମିଳୁଥିବା ଫାଇଦା ଗୁଡିକ ବିଷୟରେ ଚାଲନ୍ତୁ ଏଠାରେ ଜାଣିବା । ଆଲମଣ୍ଡ ଖାଇବା ଦ୍ଵାରା ଆମର ଡାଇଜେସସିଷ୍ଟମ ଅଧିକ ଶକ୍ତିଶାଳୀ ହୋଇଥାଏ । ଆମେ ଯାହା ବି ଖାଦ୍ୟ ଖାଇଥାଉ । ତାହା ଶରୀରରେ ଭଲ ଭାବେ ହଜମ ହୋଇଯାଇଥାଏ । ଆଲମଣ୍ଡକୁ ସେବନ କରିବା ଦ୍ଵାରା ହାଡ ମଧ୍ୟ ମଜଭୁତ ବନିଥାଏ । ପ୍ରତ୍ଯେକ ଦିନ ଗୋଟିଏ ମାତ୍ରା ବତୁରା ଯାଇଥିବା ଆଲମଣ୍ଡ ଖାଇବା ଦ୍ଵାରା ଏହା ଶରୀରର ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରି ରଖିଥାଏ ।
ଏହା ଶରୀରର କୋଲେଷ୍ଟ୍ରଲକୁ କମାଇ ଥାଏ । ହାର୍ଟକୁ ସୁସ୍ଥ ରଖିଥାଏ । ବ୍ଲଡ଼ସୁଗାରକୁ ନିୟନ୍ତ୍ରିତ କରି ରଖିଥାଏ । ଏହା ଓଜନ କମେଇବାରେ ମଧ୍ୟ ହେଲ୍ପ କରିଥାଏ । ଆଲମଣ୍ଡ ଖାଇବା ଦ୍ଵାରା ଦ୍ରୁଷ୍ଟିଶକ୍ତି ମଧ୍ୟ ଭଲ ରହିଥାଏ । ହେୟାର ଓ ସ୍କିନର ହେଲଥ ମଧ୍ୟ ଏହି ଆଲମଣ୍ଡ ଖାଇବା ଦ୍ଵାରା ଭଲ ରହିଥାଏ ।