ରାତିସାରା ଉଡ଼ିଲା ତ୍ରିରଙ୍ଗା, ବିଇଓ କହିଲେ ହେବ କାର୍ଯ୍ୟାନୁଷ୍ଠାନ

ବାଙ୍ଗିରିପୋଷି: ବାଙ୍ଗିରିପୋଷି ବ୍ଲକ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ରାତିସାରା ଉଡ଼ିଲା ତ୍ରିରଙ୍ଗା। ସଂଧ୍ୟାରେ ଓହ୍ଲାଇବାକୁ ଭୁଲିଗଲେ ପ୍ରଧାନ ଶିକ୍ଷୟିତ୍ରୀ ରିତା ପଣ୍ଡା। ଏପରି ଏକ ଦୃଶ୍ୟ ବାଙ୍ଗିରିପୋଷି ବ୍ଲକ ପରିସରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବାଙ୍ଗିରିପୋଷି ବ୍ଲକ ପରିସରରେ ଥିବା ସ୍କୁଲରେ ୧୫ତାରିଖ ଦିନ ସମସ୍ତେ ସ୍ଵାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମନେ ପକେଇ ଥିଲେ।
ହେଲେ ପତାକାକୁ ଉତ୍ତୋଳନ କରି ସନ୍ଧ୍ୟା ସମୟରେ ଅବତରଣର ନିୟମ ଥିବା ବେଳେ ଭୁଲିଗଲେ ପ୍ରଧାନ ଶିକ୍ଷୟତ୍ରୀ। କିନ୍ତୁ ରାତିସାରା ଉଡିଲା ତ୍ରିରଙ୍ଗା।ଦାୟିତ୍ଵ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ପତାକା ଅବତରଣ କରିବାକୁ ଭୁଲିଗଲେ।
ସ୍ଥାନୀୟ ଲୋକ ଦେଖି ଖବର ଦେବା ପରେ ତ୍ରିରଙ୍ଗାକୁ ସକାଳେ ଅବତରଣ କରାଯାଇଥିଲା। ଶିକ୍ଷୟତ୍ରୀଙ୍କ ଏଭଳି ଦାୟିତ୍ଵହୀନତାକୁ ସବୁସ୍ତରରେ ସମାଲୋଚନା କରାଯାଉଥିବା ବେଳେ, ବ୍ଲକ ଶିକ୍ଷା ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା। ବିଇଓ ଗୌତମ ପାତ୍ର କହିଛନ୍ତି ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ।
ପ୍ରଧାନ ଶିକ୍ଷୟିତ୍ରୀ ରିତା ପଣ୍ଡା କହନ୍ତି ହଠାତ ମୋ ଦେହ ଖରାପ ହେବାରୁ ବିଦ୍ୟାଳୟକୁ ଯାଇ ପାରି ନଥିଲି। ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି।