ଓଡିଶା

ଜାଣନ୍ତୁ କିପରି ରିଟର୍ଣ୍ଣ ପାଇବେ ସାହାରା ଇଣ୍ଡିଆରେ କରିଥିବା ନିବେଶ ଟଙ୍କା

ସାହାରା ଇଣ୍ଡିଆକୁ ନେଇ ଆସିଲା ବଡ଼ ଅପଡେଟ୍ । ଏଣିକି ଆପଣ ଫେରି ପାଇବେ ନିବେଶ କରିଥିବା ଟଙ୍କା । ତେବେ ଜାଣନ୍ତୁ କିପରି ଓ କେବେ ଏଥି ପାଇଁ କରିବେ ଆବେଦନ ….. ଏବଂ ଫେରି ପାଇବେ କେତେ ଟଙ୍କା ……

ମାର୍ଚ୍ଚ ୨୯ ୨୦୨୩ରେ ସାହାରା ଇଣ୍ଡିଆକୁ ନେଇ ସୁପ୍ରିମ କୋର୍ଟର ଶୁଣାଣି ପରେ ସରକାର ଉଠାଇ ଥିଲେ କିଛି ଏପରି ପଦକ୍ଷେପ । ଯେଉଁଥିରେ ଚଳିତ ବର୍ଷ ଜୁଲାଇ ୧୬ ପର୍ଯ୍ୟନ୍ତ ୨ ରୁ ୪ ଲକ୍ଷରୁ ଅଧିକ ନିବେଶକାରୀଙ୍କୁ ଟଙ୍କା ଫେରସ୍ତ କରା ଯାଇଛି । ସୂଚନା ଅନୁସାରେ , ଏହି ନିବେଶକାରୀଙ୍କୁ ମୋଟ୍ ୩୬୨.୯୧ କୋଟି ଟଙ୍କା ଫେରସ୍ତ କରା ଯାଇଛି ।

Ay

ଏହି ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବା ପାଇଁ ସରକାରଙ୍କ ତରଫରୁ ଅନଲାଇନ୍ ବ୍ୟବସ୍ଥା କରା ଯାଇଥିଲା । ଆପଣ ଅନଲାଇନ୍ ରେ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ପୋର୍ଟାଲରେ ଟଙ୍କା ଫେରସ୍ତ ପାଇବା ପାଇଁ ଆବେଦନ କରି ପାରିବେ । ତେବେ ଏହି ପୋର୍ଟାଲ୍ ରେ ଆବେଦନ କରି ଆପଣ ୫ ଲକ୍ଷ ପର୍ଯ୍ୟନ୍ତ ନିବେଶ କରିଥିବା ଟଙ୍କାର ଫେରସ୍ତ ପାଇ ପାରିବେ ।

ତେବେ ବର୍ତ୍ତମାନ ପୁଣି ଥରେ ଏହି ଅନଲାଇନ୍ ପୋର୍ଟାଲ୍ ବ୍ୟବସ୍ଥାକୁ ନିବେଶକାରିଙ୍କ ଦ୍ଵାରା ଆବେଦନ କରିବା ପାଇଁ ଚାଲୁ କରା ଯାଇଛି । ଯେଉଁଥିରେ ଆପଣ ଆବେଦନ କରି ନିବେଶ କରିଥିବା ଟଙ୍କାର ରିଟର୍ଣ୍ଣ ପାଇ ପାରିବେ ।

ଏଥିପାଇଁ ଆପଣଙ୍କୁ ଆପଣଙ୍କର ନିବେଶ କରିଥିବା ଟଙ୍କାର ସମସ୍ତ ପ୍ରମାଣ ପତ୍ର ଦେଖାଇବାକୁ ପଡ଼ିବ । ଯାହା ଦ୍ଵାରା ଆପଣ ଆପଣଙ୍କର ନିବେଶ କରିଥିବା ଟଙ୍କା ଫେରସ୍ତ ପାଇ ପାରିବେ । ଅଧିକ ଅବଗତ ନିମନ୍ତେ 05226931000 କିମ୍ବା 08069208216 କୁ କଲ୍ କରି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button