ଦେଶ ବିଦେଶ

ପଶ୍ଚିମ ବଙ୍ଗାଲର ଗୋଟେ ପରିବାରରେ ୫ଟି ଲୋକ କରୋନା ପଜେଟିବ, ୯ ମାସର ଛୁଆକୁ ବି ହେଲା ସଂକ୍ରମଣ

ପଶ୍ଚିମ ବଙ୍ଗାଲରେ ଶନିବାର ଦିନ ଏମିତି ଗୋଟେ ପରିବାର କଥା ସାମ୍ନାକୁ ଆସିଛି ଯାହା ଗୋଟେ ପରିବାର ୫ଟି ଲୋକଙ୍କୁ କରୋନା ସଂକ୍ରମଣ ହୋଇଛି, ଏହା ପରେ ରାଜ୍ୟ ସଂକ୍ରମଣ ସଂଖ୍ୟା ବଢି ଯାଇ ୧୫ ହୋଇଯାଇଛି । ଗୋଟେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଏହାର ଖବର ଦେଇଥିଲ, ତାଙ୍କ ଖବର ଅନୁଯାଇ ସଂକ୍ରମିତ ହୋଇଥିବା ପରିବାରରେ ୯ ମାସ ଝିଅ, ୬ ବର୍ଷ ଝିଅ, ୧୧ ବର୍ଷ ପୁଅ, ୨୭ ବର୍ଷ ମହିଳା ଓ ୪୫ ବର୍ଷ ମହିଳା ଅଟନ୍ତି ।

ଅଧିକାରୀ କହିବା ଅନୁଯାଇ ୨୭ ବର୍ଷ ମହିଳା କିଛି ଦିନ ଆଗରୁ ଦିଲ୍ଲୀ ଯାଇଥିଲେ, ଯେଉଁଠି ସେ ଗୋଟେ ବ୍ରିଟେନ ଲୋକ ସମ୍ପର୍କ ରେ ଆସି ଯାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଙ୍ଗାଲ ମୁଖ୍ୟ ମନ୍ତ୍ରୀ ମମତା ବେନର୍ଜିକୁ ଫୋନରେ କହିଥିଲେ ଯେ ବଙ୍ଗଳା କରୋନା ସହ ବହୁତ ଭଲ ଭାବରେ ଲଢେଇ କରୁଅଛି ଓ ରାଜ୍ୟ ସରକାର ମଧ୍ୟ ଏହାକୁ ବ୍ୟାପୀବାରୁ ଅଟକେଇବା ପାଇଁ ବହୁତ କାମ କରୁଛନ୍ତି । ସୂତ୍ର ଅନୁଯାଇ କଥା ହେଲା ବେଳେ ପ୍ରଧାନ ମନ୍ତ୍ରୀ ମୋଦୀ ରାଜ୍ୟ ହାଲ ଚାଲ ମଧ୍ୟ ବୁଝି ଥିଲେ, ପ୍ରଧାନମନ୍ତ୍ରୀ କଂଗ୍ରେସ ଦ୍ଵାରା କରୋନା ଅଟକେଇବା ପାଇଁ କରା ଯାଇଥିବା କାମ ପାଇଁ ମଧ୍ୟ ତାଙ୍କ ପ୍ରସଂଶା କରିଥିଲେ ।

ସୂତ୍ର ଅନୁଯାଇ ଦୁଇ ନେତାଙ୍କ ମଧ୍ୟରେ ୧୦ ମିନିଟ ଠାରୁ ଅଧିକ କଥା ହୋଇଥିଲା, ସୂତ୍ର ଅନୁଯାଇ ପ୍ରଧାନ ମନ୍ତ୍ରୀ କଥା ହେଲା ପରେ କେନ୍ଦ୍ରୀୟ ମନ୍ତ୍ରୀ ଅମିତ ଶାହ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ମମତା ବାନାର୍ଜୀ ସହ କଥା ହୋଇଥିଲେ ଓ ରାଜ୍ୟ ପରିସ୍ଥିତି ବିଷୟରେ ବୁଝି ଥିଲେ । ଭାରତରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢି ଯାଇ ୯୮୭ ହୋଇଯାଇଛି ଓ ସଂକ୍ରମଣ ଦ୍ଵାରା ମୃତ୍ୟୁ ପାଇଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୨୫ ହୋଇଯାଇଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତାଜା ଖବର ଅନୁଯାଇ ୮୪ ଲୋକ ଏହି ସଂକ୍ରମଣ ଠାରୁ ଚିକିତ୍ସା ପରେ ଭଲ ହୋଇଯାଇଛନ୍ତି । ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ୪, ଗୁଜରାଟରେ ୩, କର୍ଣ୍ଣାଟକ ରେ ୨, ଓ ମଧ୍ଯ ପ୍ରଦେଶ, ତମିଲନାଡୁ, ବିହାର, ପଂଜାବ, ଦିଲ୍ଲୀ, ପଶ୍ଚିମ ବଂଗାଲ, ଜମ୍ମୂ-କଶ୍ମୀର ଏବଂ ହିମାଚଲ ପ୍ରଦେଶ ରେ ଗୋଟେ ଗୋଟେ ଲୋକ ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ଣ ସଂଖ୍ୟା ଭାରତରେ ୨୫ ଅଟେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button