ଦେଶ ବିଦେଶ

SSC ବାହାର କଲା ‘ଗ୍ରେଡ୍ C’ ଏବଂ ‘ଗ୍ରେଡ୍ D’ ପଦବୀ, ଏମିତି କରନ୍ତୁ ଅନଲାଇନ ଆବେଦନ

ଏବେ କର୍ମଚାରୀ ଆୟୋଗ ତଥା SSC ପକ୍ଷରୁ ବିଜ୍ଞପ୍ତି ଆସିଛି । ଯେଉଁମାନେ ସରକାରୀ ଚାକିରୀ ପାଇଁ ଅପେକ୍ଷା କରିଥିବେ ତାଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏହି ବିଜ୍ଞପ୍ତି ଅନୁସାରେ କର୍ମଚାରୀ ଆୟୋଗ ତଥା SSC ପକ୍ଷରୁ ଅନେକ ପଦବୀ ବାହାରିଛି ।

ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ । ଏହି ବିଜ୍ଞପ୍ତିରେ ଆପଣମାନେ ଏହି ସବୁ ବିଷୟରେ ଅର୍ଥାତ୍ ବାହାରିଥିବା ପଦବୀ ବିଷୟରେ ଜାଣିପାରିବେ । SSC ରେ ଷ୍ଟେନୋଗ୍ରାଫର୍ ‘ଗ୍ରେଡ୍ C’ ଏବଂ ‘ଗ୍ରେଡ୍ D’ ପଦବୀ ବାହାରିଛି । ଯେଉଁମାନେ ସରକାରୀ ଚାକିରି କରିବାକୁ ଅପେକ୍ଷା କରିଛନ୍ତି ସେମାନେ ଏଥିରେ ଆବେଦନ କରିପାରିବେ ।

ଏହି ପଦବୀ ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରାଯିବ। ଉଭୟ ପୁରୁଷ ଓ ମହିଳା ଏଥିରେ ଆବେଦନ କରିପାରିବେ । ‍ଏହି ପଦବୀ ପାଇଁ ଯେଉଁ ପିଲାମାନେ ଦ୍ୱାଦଶ ପାସ୍ କରିଛନ୍ତି ସେମାନେ ଆବେଦନ କରିପାରିବେ । ଏହି ନିଯୁକ୍ତି ମାଧ୍ୟମରେ ୨୦୦୦ରୁ ଅଧିକ ପଦବୀ ପୂରଣ ହେବ ।

ଏହି ପଦବୀ ପାଇଁ ଯୋଗ୍ୟ ଆଉ ଆଗ୍ରହୀ ପିଲାମାନେ SSC ର ଅଫିସିଆଲ୍ ୱେବସାଇଟ ଯାଇ ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ସହ ଏଥିରେ ଆବେଦନ କରିପାରିବେ । ଏହି ପଦବୀରେ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି ୨୬ ଜୁଲାଇ ୨୦୨୪ ଆଉ ଶେଷ ତାରିଖ ହେଉଛି ୧୭ ଅଗଷ୍ଟ ଅକ୍ଟୋବର ।

ଆଉ ପରୀକ୍ଷା ଅକ୍ଟୋବର କିମ୍ବା ନଭେମ୍ବର ମାସରେ ହେବ । ଏକ ସ୍ଵୀକୃତପ୍ରାପ୍ତ ବୋର୍ଡ କିମ୍ବା ବିଶ୍ଵବିଦ୍ୟାଳୟରୁ ଦ୍ଵାଦଶ ଶ୍ରେଣୀ ପାସ କରିଥିବା ପିଲାମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଏଥିରେ ଆବେଦନ କରିବାର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଆଉ ସର୍ବାଧିକ ବୟସ ସୀମା ୨୭/୩୦ ବର୍ଷ ।

ବୟସ ଗଣନା ୧/୮/୨୦୨୪ ଅନୁସାରେ ହେବ । ଏହି ପଦବୀ ପାଇଁ ସର୍ବନିମ୍ନ ଦରମା ୨୦,୨୦୦ ଟଙ୍କା ଏବଂ ସର୍ବାଧିକ ଦରମା ୩୪,୮୦୦ ଟଙ୍କା ବୋଲି ଜଣାପଡିଛି । ଆବେଦନ ଶୁଳ୍କ ୨୦୦ ଟଙ୍କା । SC/ST/ESM ଏବଂ ଦିବ୍ୟାଙ୍ଗ ମାନେ ମାଗଣାରେ ଆବେଦନ କରିପାରିବେ । ଚୟନ ପ୍ରକ୍ରିୟା ବିଷୟରେ ଜାଣନ୍ତୁ । ଲିଖିତ ପରୀକ୍ଷା, ଦକ୍ଷତା ଟେଷ୍ଟ ଆଉ ତାପରେ ଡକ୍ୟୁମେଣ୍ଟ୍ ଯାଞ୍ଚ କରାଯିବ । କିପରି କରିବେ ଆବେଦନ ଏହି ବିଷୟରେ ଜାଣି ରଖନ୍ତୁ ।

ଏମିତି କରନ୍ତୁ ଆବେଦନ:

ପ୍ରଥମେ SSCର ଅଫିସିଆଲ୍ ୱେବସାଇଟ୍‌ ssc.gov.in କୁ ଯାଆନ୍ତୁ, ହୋମ୍‌ପେଜ୍‌ରେ SSC Stenographer 2024 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ, ସେଠାରେ ନିଜକୁ ପଞ୍ଜୀକରଣ କରନ୍ତୁ,ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ, ଏହାପରେ ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ, ଫର୍ମ Submit କରନ୍ତୁ ଏବଂ ଫର୍ମ ଦାଖଲ ହେବା ପରେ ଏହାକୁ ଡାଉନ୍‌ଲୋଡ୍ କରନ୍ତୁ ଏବଂ ଏହାର ଏକ କପି ପାଖରେ ରଖନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button