ଜୀବନଶୈଳୀ

ଯେମିତି ପୁରୁଷମାନଙ୍କ ପାଇଁ ଅଛି ଭାଇଗ୍ରା ଟ୍ୟାବଲେଟ୍ ସେମିତି କଣ ମହିଳାମାନଙ୍କ ସେକ୍ସ ପାୱାର ବୃଦ୍ଧି ପାଇଁ ଅଛି କୌଣସି ଔଷଧ ?

ସାଧାରଣତଃ ବିବାହର କିଛି ବର୍ଷ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ଏବଂ ଯୌନ ସମ୍ବନ୍ଧ ପାଇଁ ଇଚ୍ଛା ଧୀରେ ଧୀରେ କମିଯାଇଥାଏ। ବିଶେଷକରି ଅନେକାଂଶ ରେ ମହିଳାମାନଙ୍କ ମଧ୍ୟରେ ଯୌନ ସମ୍ପର୍କର ଇଚ୍ଛା କମିଯାଏ, ଯାହା ସେମାନଙ୍କର ସମ୍ପୂର୍ଣ୍ଣ ସମ୍ପର୍କକୁ ପ୍ରଭାବିତ କରିବାକୁ ଲାଗିଥାଏ।

ବର୍ତ୍ତମାନ ପ୍ରଶ୍ନ ହେଉଛି ପୁରୁଷଙ୍କ ପାଇଁ ଆସୁଥିବା ଯୌନ ଉଦ୍ଦୀପକ ଔଷଧ ପରି କଣ ମହିଳାଙ୍କ ପାଇଁ ଆସେ ନାହିଁ? ଯଦି ନୁହେଁ, ତେବେ ଏହି ସମସ୍ୟା ପାଇଁ ଅନ୍ୟ ଉପାୟ କ’ଣ ହୋଇପାରେ?  ଆସନ୍ତୁ ଜାଣିବା ଏହା ଉପରେ ସେକ୍ସୋଲୋଜିଷ୍ଟଙ୍କ ମତ ବିଷୟରେ…

ସିନିୟର ସେକ୍ସପର୍ଟ ଡାକ୍ତର ପ୍ରକାଶ କୋଠାରୀଙ୍କ କହିବା ଅନୁଯାୟୀ ମହିଳାଙ୍କ ମଧ୍ୟରେ ସେକ୍ସ ପାଇଁ କମିଯାଉଥିବା ଇଚ୍ଛାର ମୂଳ କାରଣ ସେମାନଙ୍କ ଦେହରେ ରକ୍ତର ଅଭାବ ଅଟେ। ଭାରତରେ ବହୁତ ମହିଳା ଏଭଳି ଅଛନ୍ତି ଯେଉଁମାନେ ରକ୍ତ ହୀନତା ର ଶିକାର ଅଟନ୍ତି। ରକ୍ତହୀନତା କାରଣ ରୁ ସେମାନଙ୍କ ଦେହରେ ଶକ୍ତିର ଅଭବ ହୋଇଥାଏ। ଯାହାଫଳରେ ସେମାନଙ୍କ ସେକ୍ସ ପ୍ରତି ଇଚ୍ଛା କମିଯାଏ।

ତେବେ ଶ୍ରୀ କୋଠାରୀଙ୍କ ମତରେ ମହିଳାମାନେ ଭଲ ଖାଦ୍ୟ ଠିକ ସମୟରେ ଖାଇଲେ ଏଭଳି ସମସ୍ୟାରୁ ଦୁରେଇ ରହି ପାରିବେ। ମହିଳାମାନଙ୍କୁ ସେ ଶାଗ, ଅଣ୍ଡା, ପନି ପାରିବା ଏବଂ ଲୌହ ଜାତୀୟ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ଦମ୍ପତ୍ତି ମାନେ କିପରି ସମ୍ବନ୍ଧ ରଖୁଛନ୍ତି ତାହା ମଧ୍ୟ ଦେଖିବା ନିହାତି ଦରକାର। କେତେକ କେସ୍ ରେ ମହିଳାମାନେ ଯେପରି ସେକ୍ସ ଚାହାଁନ୍ତି ତାଙ୍କୁ ସେପରି ମିଳିନଥାଏ। ଯାହା ଫଳରେ ସେମାନଙ୍କର ସେକ୍ସ ପ୍ରତି ଇଚ୍ଛା ମରିଯାଇଥାଏ।

ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାଇ ମହିଳା ମାନଙ୍କ ପାଇଁ କୌଣସି ଯୌନ ଉଦ୍ଦୀପକ ଔଷଧ ନଥିବା ବେଳେ ସେମାନେ ଖାଦ୍ୟ ପେୟ କରିବା ଦ୍ୱାରା ଏବଂ ନିଜ ସେକ୍ସ ଲାଇଫ ରେ ପରିବର୍ତ୍ତନ ଆଣିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button