କେବଳ ନକଲି କ୍ଷୀର ନୁହେଁ, ନକଲି ଜିରା ମାଧ୍ୟମରେ ମଧ୍ୟ ହେଉଛି ସ୍ୱାସ୍ଥ୍ୟ ସହ ଖେଳ-

ନକଲି ଜିରା ନୁହଁ ନକଲି କ୍ଷୀର ସହ ମଧ୍ୟ ଆପଣଙ୍କ ଜୀବନ ସହ ଛଳନା ହେଉଛି, ପ୍ରାୟତଃ ଗାଈ ବା ମଇଁଷି ନାରେ ଆପଣଙ୍କୁ ନକଲି କ୍ଷୀର ଦିଆ ଯାଉଛି ଏବଂ ବହୁତ ସମୟ ପର୍ଯ୍ୟନ୍ତ ଆପଣ ଏହି କଥା ଜାଣି ବି ପାରନ୍ତି ନାହିଁ । ପର୍ବ ସମୟରେ ନକଲି କ୍ଷୀର ବହୁତ ଭଲ ବିକ୍ରି ହୋଇ ଥାଏ ସହର ବା ଗାଁ ସବୁ ଆଡେ ନକଲି କ୍ଷୀର ବହୁତ ଭଲ ଲାଭ ଦେଇ ଥାଏ । ଦିଲ୍ଲୀର ବବାନା ଥାନା ପୋଲିସ ଫୁଲ ଝାଡୁ ଦ୍ଵାରା ତିଆରି ନକଲି ଜିରା ଉତ୍ପାଦିତ ଫ୍ୟାକଟ୍ରି ଧରା ପଡିଛି ।
ଫ୍ୟାକଟ୍ରିରୁ 20 ହଜାର କିଲୋ ଜିରା ପାଇଲେ ଏବଂ ୮୦୭୫ କିଲୋ ଜିନିଷ କଞ୍ଚା ପଦାର୍ଥ ପାଇଲେ ।
କ୍ଷୀର ପିଉଥିବା ସମୟରେ ଆପଣଙ୍କ ମନ ରେ ଏହି କଥା ଆସିବା ସ୍ଵାଭାବିକ ଯେ ଏହି ଖିର ଅସଲ ନା ନକଲି ଅଟେ, କାହିଁକିନା ବହୁତ ଥର ଡାଇରି ଅସଲ ଖିର ବଦଳ ରେ ପାଉଡର ବା ଅନ୍ୟ ମିସା ଖିର ଦେଇ ଥାଏ । ଏହି ଖିର ସ୍ଵାଦ ରେ ଜଣା ପଡିବ ନାହିଁ ସେଥିପାଇଁ ଆପଣଙ୍କୁ ଖିର ନେଇ ପରୀକ୍ଷା କରିବାକୁ ପଡିବ ଯେତିକି ଖିର ନେଇଛନ୍ତି ସେତିକି ପାଣି ନିଅନ୍ତୁ ତା ପରେ ଦୁହିଙ୍କୁ ମିଶେଇ ଦିଅନ୍ତୁ ।
ଏବେ ବାସନରେ ପାଣି ଖିର ମିଶ୍ରଣ କୁ ହଲାନ୍ତୁ ଯଦି ଖିର ରେ ଡିଟର୍ଜେଣ୍ଟ ଥିବ ତେବେ ଖିର ରେ ଫେଣ ଦେଖା ଯିବ । ଆପଣ ବହୁତ ପ୍ରକାର ରେ ଅସଲ ଓ ନକଲି ଖିର ଚିହ୍ନି ପାରିବେ, ଖିରରେ ପାଣି ମିସାଇ କିଛି ବୁନ୍ଦା ପଥର ବା କାଠ ଉପରେ ପକାନ୍ତୁ ଯଦି କ୍ଷୀର ବୋହି ତଳେ ପଡିଲା ଓ ତା ରଙ୍ଗ ଧଳା ଅଛି ତେବେ ଏହା ଅସଲ ଖିର ବୋଲି ବୁଝି ଯାନ୍ତୁ ।
ଏହା ଛଡା ଆପଣ ଖିର ଶୁଙ୍ଘି କରି ମଧ୍ୟ ଜାଣି ପାରିବେ କେଉଁଟା ଅସଲ ବା ନକଲ । ଯଦି ଆପଣଙ୍କ ଘରକୁ ଆସୁଥିବା କ୍ଷୀର ନକଲି ତେବେ ସେହି ଖିରରୁ ସାବୁନ ଗନ୍ଧ ଆସିବ । କିନ୍ତୁ ଅସଲି କ୍ଷୀର ଏହି ଭଳି ଗନ୍ଧ ହୁଏ ନାହିଁ । ସାବଧାନ ରୁହନ୍ତୁ ନିଜ ସ୍ୱାସ୍ଥ୍ୟ ପାଇଁ ସଜାଗ ହୁଅନ୍ତୁ ।