ଦେଶ ବିଦେଶ

‘ଚନ୍ଦ୍ରଯାନ-୩’ ମିସନରେ ସାମିଲ ଥିବା ବୈଜ୍ଞାନିକଙ୍କ ବାପା କହିଲେ ବଡ଼ କଥା – Utkal Mail


ନୂଆଦିଲ୍ଳୀ: ମହାକାଶ ଜଗତରେ ଆଜି ଭାରତ ପାଇଁ ଏକ ଐତିହାଲସିକ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡ୍ର ମଡ୍ୟୁଲ୍ ଅଗଷ୍ଟ ୨୩ (ଆଜି) ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

ତେବେ ‘ଚନ୍ଦ୍ରଯାନ-୩’ର ସଫଳତାପୂର୍ଣ୍ଣ ଅବତରଣ ପାଇଁ ପୂରା ଦେଶ ଉତ୍ସୁକ ରହିଛି। ତେଣୁ ସମଗ୍ର ଦେଶରେ ଏଥିପାଇଁ ପୂଜାପାଠ ଆରମ୍ଭ ହୋଇଯାଇଛି। ‘ଚନ୍ଦ୍ରଯାନ-୩’ ଟିମରେ ବିହାରର ଗୟା ଜିଲ୍ଲାର ଖରଖୁରା ମୋହଲ୍ଲେରେ ରହୁଥିବା ଇସ୍ରୋର ବୈଜ୍ଞାନିକ ସୁଧାଂଶୁ କୁମାର ସାମିଲ ଅଛନ୍ତି।

‘ଚନ୍ଦ୍ରଯାନ-୩’କୁ ନେଇ ସୁଧାଂଶୁଙ୍କ ଗାଁ ଗର୍ବ ଅନୁଭବ କରୁଛନ୍ତି। ଏହି କ୍ରମରେ ସୁଧାଂଶୁଙ୍କ ମା’ ଓ ବାପା ବି ‘ଚନ୍ଦ୍ରଯାନ-୩’ର ସଫଳତାପୂର୍ଣ୍ଣ ଅବତରଣ ପାଇଁ ଘରେ ଜୋରସୋର ପୂଜାପାଠ ଆରମ୍ଭ କରିବା ସହିତ ବ୍ରତ ବି ରଖିଛନ୍ତି। ସୁଧାଂଶୁଙ୍କ ବାପା ମହେନ୍ଦ୍ର ପ୍ରସାଦ କହିଛନ୍ତି, ‘ମୁଁ ମୋ ଘରେ ଅଟା ମିଲ ଚଲାଇଥାଏ। ‘ଚନ୍ଦ୍ରଯାନ-୩’ର ଅବତରଣ ସମୟ ଯେତେ ପାଖେଇ ଆସୁଛି, ମୋର ହୃଦସ୍ପନ୍ଦନ ସେଥିକି ବଢ଼ିବଢ଼ି ଚାଲିଛି।

ଆଜି ପର୍ଯ୍ୟନ୍ତ ମୁଁ ପୁଅର ପାଠପଢ଼ା ପାଇଁ ହେଉ ଅବା ତାର ଚାକିରି ପାଇଁ କୌଣସି ପୂଜାପାଠ କରିନାହିଁ। ୨୦୨୧ ସେପ୍ଟେମ୍ବର ମାସରେ ପୁଅ ଇସ୍ରୋରେ ଚାକିରି ପାଇଥିଲା। ଆଜି ଭଗବାନଙ୍କୁ ଏତିକି ପ୍ରାର୍ଥନା କରୁଛି କି ‘ଚନ୍ଦ୍ରଯାନ-୩’ ସଫଳ ଭାବେ ଅବତରଣ କରୁ। କାହିଁକି କି ନା ଏଥିରେ ମୋ ପୁଅ ନାମ ଯୋଡ଼ି ହୋଇରହିଛି।  ଏଥିସହିତ ଏହା ଦେଶ ପାଇଁ ବି ଗର୍ବର ବିଷୟ ହେବ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button